Breaking News: କାଲି ଅଖଚକ ବନ୍ଦ, ଦ୍ୱନ୍ଦ୍ୱରେ ଯାତ୍ରୀ…. ଜାଣନ୍ତୁ ପୁରା ଖବର

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ଆସିଯାଇଛି ଏକ ବଡ ସୂଚନା । ଆସନ୍ତା କାଲି ରାସ୍ତାରେ ଗଡିବନି ଗାଡି । ହେବ ରାସ୍ତା ରୋକ । ଆସନ୍ତା କାଲି ହେବାକୁ ଯାଉଛି ଡ୍ରାଇଭର ମାନଙ୍କ ଆନ୍ଦୋଳନ । ଡ୍ରାଇଭର ମାନେ ଆସନ୍ତା କାଲି ରାସ୍ତା ରୋକ କରିବାର ଡାକରା ଦେଇଛନ୍ତି । ତେବେ ଆନ୍ଦୋଳନ ହେବାର କାରଣ ? କେଉଁ ପରିସ୍ଥିତିରେ ଏହାକୁ କାର୍ଯ୍ୟକାରୀ କରିଯିବାର ନିସ୍ପତି ନିଆଯାଇଛି ଏବଂ ଆସନ୍ତା କାଲି ଏହାକୁ ନେଇ କଣ ସାବି ରହିଛି ବ୍ୟବସ୍ତା ଏହା ସମ୍ପର୍କରେ ଜାଣିବା ପାଇଁ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆସନ୍ତା କାଲି ହେବାକୁ ଥିବା ଆନ୍ଦୋଳନରେ ସାମିଲ ହେବେନି ବସ କର୍ମଚାରୀ । ଏହାର ସୂଚନା ଦେଇଛନ୍ତି ରାଜ୍ୟର ଘରୋଇ ବସ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ରାଜ୍ୟରେ ଚଉଦ ହଜାର ବସ ଥିବା ବେଳେ 60 ହଜାର ଡ୍ରାଇଭର ରହିଛନ୍ତି । ତେଣୁ ସାଧାରଣ ଜନତାଙ୍କ ଯାତାୟତରେ କୌଣସି ବାଧା ନ ଆସିବା ପାଇଁ ଅପିଲ କରିଛନ୍ତି ।

ମାଟ୍ରିକ ପରୀକ୍ଷା ଚାଲିଥିବାରୁ ଅସୁବିଧା ଆସିପାରେ । ତ୍ତେନୁ ବସ ଚଳାଚଳକୁ ସ୍ଵାଭାବିକ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ପୋଲିସ ଡ଼ିଜିଙ୍କୁ ଲିଖିତ ଅନୁରୋଧ କରାଯାଇଥିବା କହିଛନ୍ତି ବସ ମାଲିକ ସଂଘ । ଧର୍ମଘଟରେ ବସ ଯାତ୍ରୀ ପରିବହନକୁ ବ୍ୟାଘାତ ନକରିବା ପାଇଁ ଅନୁରୋଧ କରାଯାଇଛି । ଏହି ଆନ୍ଦୋଳନର ଦାବି ହେଉଛି ଡ୍ରାଇଭର ମାନଙ୍କୁ ସ୍ଵତନ୍ତ୍ର ପରିଚୟ ମିଳୁ ।

ଦରମା ଏବଂ ଚାକିରି ଭଳି ସୁବିଧା ଦିଆଯାଉ ବୋଲି ଏହି ଦାବିରେ ଧର୍ମଘଟ କରିବାକୁ ଯାଉଛନ୍ତି ଆସନ୍ତା କାଲି ଡ୍ରାଇଭର ମାନେ । ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଡ୍ରାଇଭର ମାନଙ୍କ ସହ ଆଲୋଚନା କରିବା ପରେ ସେ ନିସ୍ପତି ନେବେ କି ତାଙ୍କର କେଉଁ କଥାକୁ ରଖାଯିବ । ଫ୍ରେବୃୟାରି ମାସ ସୁଦ୍ଧା ଡ୍ରାଇଭର ମାନଙ୍କର କଥାକୁ ଗ୍ରହଣ କରାଯିବାର ବା କିଛି ସୁବିଧା କରାଯିବାର ପ୍ରତିସୂତି ଦିଆଯାଇଥିଲା ।

ଯାହାକି ବର୍ତ୍ତମାନ ଆସି ମାର୍ଚ୍ଚ ମାସ ଅଧା ହେଲାଣି କିନ୍ତୁ କିଛି କାର୍ଯ୍ୟକାରୀ ହେବାର ସେମାନେ ଦେଖିଲେ ନାହିଁ । ତେଣୁ ସେମାନେ ଆନ୍ଧୋଳନ କରିବା ପାଇଁ ନିସ୍ପତି ନେଇଛନ୍ତି । ତେବେ ଡ୍ରାଇଭର ମାନଙ୍କ କଥା ରଖାଯିବ ଯିବ କି ନାହିଁ ଏହା ନିଶ୍ଚିନ୍ତ ଭାବରେ ଆସନ୍ତା କାଲି ଜଣାପଡିବ । ଏହା ସମ୍ପର୍କରେ ଆପଣ ମାନଙ୍କର ମତ କମେଣ୍ଟରେ ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *