“ତମକୁ ହାତ ଯୋଡୁଛି ବର୍ଷା, ତୁମେ ଦୂରେଇ ଯାଅ… ICUରେ ମୋ ବାପା “, କାହିଁକି ଏମିତି କହିଲେ Anubhab… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଅଭିନେତା ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷାଙ୍କ କଳହ ସାରିବାର ନାମ ହିଁ  ନେଉନି । ଆଉ ଏଥିପାଇଁ ଅତିଷ୍ଠ ହୋଇପଡିଲେଣି ଅନୁଭବ । ଆଉ ସେ ଚାହୁଁ ନାହାନ୍ତି ପତ୍ନୀ ବର୍ଷାକୁ ଗୁହାରୁ କରୁଛନ୍ତି ହାତ ଯୋଡୁଛନ୍ତି ବର୍ଷାଙ୍କ ସାମ୍ନାରେ ତାଙ୍କ ଜୀବନରୁ ଦୂରେଇ ଯିବା ପାଇଁ । ଆଉ ଏବବେ ଏକ ବଡ ଖବର ଆସି ପହଞ୍ଚିଛି ଯେଉଁଥିରୁ ଜଣାଯାଇଛି କି ଅନୁଭବଙ୍କ ବାପାଙ୍କ ସ୍ଵାସ୍ଥ୍ୟବସ୍ତା ଗୁରୁତର ରହିଛି । ଯେଉଁଥିପାଇଁ ବର୍ଷା ପ୍ରତିବନ୍ଧ ନ ସାଜନ୍ତୁ ବୋଲି ବର୍ଷାଙ୍କୁ ହାତ ଯୋଡିଛନ୍ତି ଅନୁଭବ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ସାଂସଦ ଅନୁଭବ ମହାନ୍ତି ନିଜ ଟ୍ବିଟର ପେଜରେ ଟ୍ବିଟ କରି ଅନୁରୋଧ କରିଛନ୍ତି ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଶାନ୍ତିରେ ନିଶ୍ଵାସ ନେବାକୁ ଦୟାକରି ଛଡ଼ାଯାଉ ମୁକ୍ତି ଦିଆଯାଉ । ଅନୁଭବଙ୍କ ବାପା ଅଧିକ ଗୁରୁତର ହୋଇ icuରେ ଭର୍ତ୍ତି ଅଛନ୍ତି । ଅନୁଭବଙ୍କ ବାପାଙ୍କର ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।

ଅନୁଭବ ଦିଲ୍ଲୀରେ ଥିବା ବେଳେ ବାପାଙ୍କ ଏଭଳି ଅବସ୍ତାରେ ଖବର ପାଇ ଦିଲ୍ଲୀରୁ ଓଡିଶା ଆସୁଛନ୍ତି ଅନୁଭବ । ନିଜ ବାପାଙ୍କ ଶେଷ ସମୟ ପୂର୍ବରୁ ପତ୍ନୀ ବର୍ଷାଙ୍କୁ ଅନୁରୋଧ କରିଛନ୍ତି ସବୁ ବିବାଦକୁ ଅନ୍ତିମ ଚରଣ ଦେବା ପାଇଁ । ଯାହାବି ସବୁ ଚାଲିଛି ସେହିସବୁକୁ ଶେଷ କରିବା ପାଇଁ । ଆଇନର ଲଢେଇକୁ ଏହି ସମୟରେ  ଶେଷ କରି ନିଜର ମାନବିକତା ଦେଖାଇବା ଅନୁରୋଧ କରିଛନ୍ତି ।

ସେ ଟ୍ବିଟ କରି କହିଛନ୍ତି କି ବାପା ମାଆ ସବୁବେଳେ ଚାହିଁଥାନ୍ତି ପିଲାଙ୍କ ଖୁସି । ଆମେ ଜାଣୁ କିଏ ଠିକ ଆଉ କିଏ ଭୁଲ । ମୋ ବାପା ଏବେ icuରେ ଅଛନ୍ତି । ତାଙ୍କ ଅବସ୍ତା ଏବେ ବହୁତ ଗୁରତର ରହିଛି । ତେଣୁ ମୁଁ ହାତ ଯୋଡି ଅନୁରୋଧ କରୁଛି ଦୟାକରି ଡେରି ନକରି ମୋ ବାପା ମାଆଙ୍କୁ ଟିକେ ଶାନ୍ତିରେ ନିଶ୍ଵାସ ନେବାକୁ ଦିଅ ବର୍ଷା ।

ତାଙ୍କ ଶେଷ ସମୟ ଆସିବା ପୂର୍ବରୁ ଜାଣିବାକୁ ଦିଅ ତାଙ୍କ ପୁଅ ଖୁସିରେ ରହିବା ଯାହା ଫଳରେ ସେ ଶେଷ ସମୟରେ ହେଲେ ଟିକିଏ ଶାନ୍ତିରେ ନିଶ୍ଵାସ ନେଇପାରିବେ । ସବୁଦିନ ପାଇଁ ସବୁ କିଛି ସାରିବା ପୂର୍ବରୁ ଦୟାକର ମୋ ବାପା ମାଆ ବାପାଙ୍କ ଉପରେ ଏଭଳି କିଛି କହିଛନ୍ତି ଅନୁଭବ ବର୍ଷାଙ୍କୁ । ଏହା ସମ୍ପର୍କରେ ଆପଣଙ୍କ ମତାମତ କମେଣ୍ଟରେ ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *