ଚୈତ୍ର ନବରାତ୍ରିରେ ବିବାହ ପାଇଁ କରନ୍ତୁ ଏହି ମହାଉପାୟ, ଦେଖିବେ ବିବାହ ନିଶ୍ଚିନ୍ତ ହେବ

ବନ୍ଧୁଗଣ, ଚୈତ୍ର ନବରାତ୍ରି ଆରମ୍ଭ ହୋଇଯାଇଛି । ଏହି ନବରାତ୍ରି ରେ ମାତା ଦୂର୍ଗାଙ୍କର ପୂଜା କରାଯାଏ । ଏହି ନବରାତ୍ରି ରେ ଲୋକ ମାନେ ପୁରା ୯ ଦିନ ପର୍ଯ୍ୟନ୍ତ ଉପବାସ ରଖି ମାତା ଲକ୍ଷ୍ମୀଙ୍କର ପୂଜା ଆରାଧାନା କରିଥାନ୍ତି । ପ୍ରଥମ ଦିନ ଘଟ ସ୍ଥାପନା ଅଥବା କଳସ ସ୍ଥାପନା କରାଯାଏ । କେତେକ ଗୃହରେ ଅଖଣ୍ଡ ଜ୍ଯୋତି ତଥା ଦୀପ ପ୍ରଜ୍ୱୋଳନ କରାଯାଇଥାଏ । ବନ୍ଧୁଗଣ ଏହି ନବରାତ୍ରି ଦିନ ମାନଙ୍କରେ ଯେଉଁ ବ୍ୟକ୍ତି ମାତା ଙ୍କର ଉପାସନା କରିଥାଏ ତାହାର ସମସ୍ତ ମନୋକାମାନ ପୂର୍ଣ୍ଣ ହୋଇଥାଏ ।

ଆମ୍ଭେ ଆଜି ଆପଣଙ୍କୁ ଏହି ଗୋଟିଏ ମହା ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ ପ୍ରୟୋଗ କରି ବିବାହ ରେ ଦେଖାଯାଉଥିବା ସମସ୍ତ ବାଧା ବିଘ୍ନ କୁ ସମାପ୍ତ କରିପାରିବେ । ଯଦି ଆପଣଙ୍କର ବିବାହ କୌଣସି କାରଣ ବଶତ ହୋଇପାରୁନାହିଁ ତେବେ, ଏହି ମହା ଉପାୟତି କରିବା ଦ୍ଵାରା ଆପଣଙ୍କର ବିବାହ ସୁନିଶ୍ଚିତ ହୋଇଯିବ । ଆସନ୍ତୁ ଜାଣିବା ତେବେ ସେହି ଉପାୟଟି କଣ ?

ବନ୍ଧୁଗଣ ଆପଣଙ୍କର ବୟସ ଅନୁସାରେ, ଆପଣଙ୍କୁ ଯେତେ ବର୍ଷ ବୟସ ହୋଇଅଛି ଆପଣ ସେତୋଟି ଲବଙ୍ଗ ନିଅନ୍ତୁ । ଧ୍ୟାନ ରଖନ୍ତୁ ଆପଣ ସଂପୂର୍ଣ୍ଣ ଗୋଟିକିଆ ଲବଙ୍ଗ ନେବେ, ଭଙ୍ଗା ଲବଙ୍ଗ ଆଦୌ ନିଅନ୍ତୁ ନାହିଁ । ଏହାକୁ ଆପଣ ଏକ ଲାଲୀସୂତାରେ ବାନ୍ଧି ବାନ୍ଧି ଗୋଟିଏ ମାଳ ପ୍ରସ୍ତୁତ କରନ୍ତୁ । ଯଦି ଆପଣ ମହିଳା ଅଟନ୍ତି ତେବେ,ମାତାରାଣୀ ଙ୍କୁ ଏହି ମାଳାଟିକୁ ପିନ୍ଧାଇ ଦିଅନ୍ତୁ ।

ଯଦି ଆପଣ ପୁରୁଷ ଅଟନ୍ତି ତେବେ ମାତାଙ୍କ ଚରଣ ତଳେ ସେହି ଲବଙ୍ଗ ମାଳଟିକୁ ରଖିଦିଅନ୍ତୁ । ଏହାକୁ ୬ ମାସ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ । ମାତ୍ର ଆପଣ ନିଜ ଘରେ ଏହାକୁ ପ୍ରୟୋଗ କରିବେ ଯଦି ଆପଣଙ୍କ ଘରେ ମାତା ଦୂର୍ଗାଙ୍କର ଫୋଟୋଚିତ୍ର ନାହିଁ, ତେବେ ଗୋଟିଏ ଫୋଟୋଚିତ୍ର ନେଇ ଆସନ୍ତୁ । ଧ୍ୟାନ ରଖିବେ ଆପଣ ବାହାରେ କୌଣସି ମନ୍ଦିରରେ ଏହି ଉପାୟଟି ପ୍ରୟୋଗ କରିବେ ନାହିଁ ।

ମାତାରାଣୀ ଙ୍କୁ ସେହି ମାଳଟି ପିନ୍ଧାଇ ମାତା ଙ୍କୁ ପ୍ରାର୍ଥନା କରନ୍ତୁ ଯେ ଆପଣଙ୍କ ବିବାହ ଶୀଘ୍ର ହେଇଯାଉ । ସେହି ମାଳାକୁ ୬ ମାସ ପର୍ଯ୍ୟନ୍ତ ମାଙ୍କ ଗଳାରେ ପିନ୍ଧାଇ ରଖନ୍ତୁ । ଏହାମଧ୍ୟରେ ଆପଣଙ୍କ ବିବାହ ଠିକ ହୋଇ ଗଲେ ଆପଣ ଏହି ମାଳଟିକୁ କୌଣସି ବୃକ୍ଷ ତଳେ ମାଟି ଖୋଲି ପୋତି ଦିଅନ୍ତୁ । ବନ୍ଧୁଗଣ ଚୈତ୍ର ନବରାତ୍ରି ର ପ୍ରଥମ ଦିନରେ ଦେବୀ ମାନଙ୍କର ଆଗମନ ଆପଣଙ୍କ ବାସଗୃହ କୁ ହୋଇଥାଏ । ଏଥିପାଇଁ ଏହି ସମୟରେ ନିଜର ବାସ ଗୃହକୁ ସଫାସୁତରା ରଖିବା ସହିତ ସ୍ଵଚ୍ଛ ମନରେ ମାତାଙ୍କର ପୂଜା ଆରାଧାନା କରନ୍ତୁ ।

ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ସକାରାତ୍ମକ ଊର୍ଜା ସହିତ ଅନେକ ପ୍ରକାରର ଦଇବି ଶକ୍ତି ମଧ୍ୟ ପ୍ରବେଶ କରିବେ, ଏହା ଫଳରେ ଆପଣ ଅତ୍ୟନ୍ତ ଆନନ୍ଦ ର ସହିତ ଜୀବନ ବିତାଇବା ସହିତ ଆପଣଙ୍କୁ ଧନଲାଭ ମଧ୍ୟ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *