ଭାଇରାଲ Video: ଚଳନ୍ତା ଟ୍ରେନ ରୁ ଖସି ପଡିଲେ ଯାତ୍ରୀ, ଆଉ ତା’ ପରେ ହେଲା କିଛି ଏମିତି, ଦେଖି ଆପଣଙ୍କ ଆଖିକୁ ବିଶ୍ଵାସ ହେବନି

ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ସମସ୍ତେ ଟ୍ରେନରେ ଯାତ୍ରା କରିଛନ୍ତି । କିନ୍ତୁ ଟ୍ରେନର ଯାତ୍ରା ସମୟରେ କେତେକ ଜିନିଷ ପ୍ରତି ଆମ ସମସ୍ତଙ୍କୁ ସବୁବେଳେ ସାବଧାନ ହେବା ଉଚିତ ନଚେତ ବହୁତ ବଡ ଦୁର୍ଘଟଣାର ଶିକାର ହୋଇ ପାରନ୍ତି । ଯେମିତି କି କେବେ ବି ଚଳନ୍ତା ଟ୍ରେନରେ ଚଢିବେ ନାହିଁ ଓ ନା ହିଁ ଚଳନ୍ତା ଟ୍ରେନରୁ ଓଲ୍ହାଇବେ ।

କାରଣ ଚଳନ୍ତା ଟ୍ରେନର ସ୍ପୀଡ ବହୁତ ଥାଏ । ଯଦି ଚଳନ୍ତା ଟ୍ରେନରେ ଚଢିବା ସମୟରେ କିମ୍ବା ଓଲ୍ହାଇବା ସମୟରେ ଦୁର୍ଭାଗ୍ୟ ବଶତଃ ଆପଣଙ୍କର ଗୋଡ ଖସି ଯାଉଛି ତେବେ ଆପଣ ଟ୍ରେନ ତଳେ ବି ଆସି ଯାଇ ପାରନ୍ତି ଓ ଆପଣଙ୍କର ଜୀବନ ମଧ୍ୟ ଯାଇ ପାରେ । ସେଥିପାଇଁ କେବେ ବି ଭୁଲରେ ବି ଏହିଭଳି ଭୁଲ କରନ୍ତୁ ନାହିଁ । ସବୁବେଳେ ଟ୍ରେନ ପହଞ୍ଚିବା ପୂର୍ବରୁ ଷ୍ଟେସନରେ ପହଞ୍ଚି ଯାଆନ୍ତୁ ଓ ଟ୍ରେନ ଷ୍ଟେସନରେ ଅଟକିବା ପରେ ହିଁ ଟ୍ରେନକୁ ଚଢନ୍ତୁ ।

କିନ୍ତୁ ଏହା ସତ୍ବେ ବି କିଛି ଲୋକମାନେ ଏମିତି ଅଛନ୍ତି ଯେଉଁମାନେ ଏହି ସମସ୍ତ କଥାକୁ ନଜର ଅନ୍ଦାଜ କରି ଚଳନ୍ତା ଟ୍ରେନରେ ଚଢିବାକୁ କିମ୍ବା ଓଲ୍ହାଇବାକୁ ଚେଷ୍ଟା କରନ୍ତି । ଲୋକାଲ ଟ୍ରେନରେ ଏହିଭଳି ପ୍ରାୟତଃ ଦେଖିବାକୁ ମିଳିଥାଏ । ଅନ୍ୟ ଟ୍ରେନ ଗୁଡିକରେ ବି ବେଳେ ବେଳେ ଏହି ସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଏ । ଏହିଭଳି ପୁଣି ଏକ ମାମଲା ସାମ୍ନାକୁ ଆସିଛି ।

ମୁମ୍ବାଇର ଦାଦର ରେଳ ଷ୍ଟେସନ ଯାହାକି ସବୁବେଳେ ଭିଡ ଥାଏ । କିନ୍ତୁ କରୋନା କାରଣରୁ ବର୍ତ୍ତମାନ ଯାତ୍ରୀ କମ ନଜର ଆସୁଛନ୍ତି । ମୁମ୍ବାଇର ଦାଦର ରେଳ ଷ୍ଟେସନରେ ମହାନଗରୀ ଟ୍ରେନ ଷ୍ଟେସନରୁ ନିଜର ଯାତ୍ରୀ ନେଇ ଷ୍ଟେସନ ଛାଡୁ ଥିଲା ।

ଟ୍ରେନ ମଧ୍ୟ ଧୀରେ ଧୀରେ ନିଜର ଗତି ବଢାଇ ଚାଲିଲା । ଏହି ସମୟରେ ଜଣେ ଯାତ୍ରୀ ଅଚାନକ ଚଳନ୍ତା ଟ୍ରେନରୁ ଖସି ପଡିଲେ । ଏହାକୁ ଦେଖୁ ଦେଖୁ ନିକଟରେ ଛିଡା ହୋଇଥିବା ଆରପିଏଫ କନସ୍ଟେବଲ ତାଙ୍କୁ ସଙ୍ଗେ ସଙ୍ଗେ ଟାଣି ଆଣିଲେ ।

ଅର୍ଥାତ ଟ୍ରେନରୁ ଦୂରକୁ ନେଇ ଆସିଲେ । ଏହା ଦେଖା ଦେଖି କିଛି ଲୋକମାନଙ୍କ ସେହି ସ୍ଥାନରେ ଭିଡ ବି ଲାଗିଗଲା । କିନ୍ତୁ ଭଗବାନଙ୍କ ଦୟାରୁ ସେହି ବ୍ୟକ୍ତିର କିଛି ବି କ୍ଷତି ହୋଇ ନାହିଁ । ଏହି ସବୁ ଦୃଶ୍ୟ ପାଖରେ ଲାଗିଥିବା ସିସିଟିଭି ଫୁଟେଜରେ ରେକର୍ଡ ହୋଇଥିଲା । କହିବାକୁ ଗଲେ ଆରପିଏଫ କନସ୍ଟେବଲଙ୍କ ଯୋଗୁ ପୁଣି ଥରେ ଏକ ଜୀବନ ବଞ୍ଚି ଗଲା ।

ଏହିଭଳି ବହୁତ ଘଟଣା ଦେଖିବାକୁ ମିଳିଥାଏ । ଯେଉଁଠି କିଛି ଯାତ୍ରୀ ଟ୍ରେନରେ ଚଢୁଥିବା ସମୟରେ କିମ୍ବା ଓଲ୍ହାଉ ଥିବା ସମୟରେ ଖସି ପଡି ଯାଆନ୍ତି । ଏହି ସମୟରେ ଆରପିଏଫ କର୍ମଚାରୀମାନେ ଏହିଭଳି ଲୋକମାନଙ୍କର ସାହାର୍ଯ୍ୟ କରି ସେମାନଙ୍କର ଜୀବନ ବଞ୍ଚାଇଥାନ୍ତି । ଆରପିଏଫ କନସ୍ଟେବଲ ଅଶେଷ ଅଶେଷ ଧନ୍ୟବାଦ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *