Special Report: ଚମତ୍କାରୀ ଶିବଲିଙ୍ଗ, ଦିନକୁ ତିନିଥର ବଦଳୁଛି ରଙ୍ଗ…. ଦେଖନ୍ତୁ Video

ଶୈବପୀଠରେ ଶିବଲିଙ୍ଗକୁ ନେଇ ଅନେକ କାହାଣୀ ରହିଛି । ଏମିତି କିଛି ଆସ୍ଥା ବିଶ୍ଵାସ ଭିତରେ ଏମିତି ଏକ ଚମତ୍କାରୀ କାହାଣୀ ସାମନାକୁ ଆସିଛି । ଭାରତରେ ଏମିତି ଏକ ଶୈବପୀଠ ରହିଛି ଯେଉଁଠାରେ ଦିନକୁ ତିନି ଥର ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ ହୋଇଥାଏ । ୧୦୦୦ ବର୍ଷର ଏହି ଶିବଲିଙ୍ଗକୁ ନେଇ ଅଲୌକିକ କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ କରି ଡିଛି । ସମସ୍ତଙ୍କ ମନରେ ଏକ ରୋମାଞ୍ଚକର ସ୍ଥିତି ସୃଷ୍ଟି କରିଛି ଏହି କାହାଣୀ ।

ଏହିଭଳି ବିରଳ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଧୋଳପୁରର ଚମ୍ବଲ ନଦୀ ନିକଟସ୍ଥ ବିହୋଡସ୍ଥିତ ଅଚଳେଶ୍ଵର ଶିବ ମନ୍ଦିରରେ ଯେଉଁଠାରେ ଦିନକୁ ତିନି ଥର ଶିବଲିଙ୍ଗ ରଙ୍ଗ ବଦଳାଇ ଥାଏ । ସାହାରା ପ୍ରାୟ ୩କିମି ଦୂରର ଚମ୍ବଲ ର ବିହୋଡ ରେ ସ୍ଥାପିତ ଅଚଳେଶ୍ଵର ଶିବ ମନ୍ଦିରର ପୂଜାରୀଙ୍କ କହିବା ମୁତାବକ ଏଠାରେ ଶିବଲିଙ୍ଗ ବ୍ଯତୀତ ଏତହରେ ଥିବା ଆଙ୍ଗୁଠି ମଧ୍ୟ ପୂଜା ପାଇଥାଏ । ଏପରାଇକି ଏଠାରେ ଥିବା ଶିବଲିଙ୍ଗର ରଙ୍ଗ ସକାଳ ସମୟରେ ନାଲି ରଙ୍ଗ, ମଧ୍ୟାହ୍ନରେ କେସରୀୟା ଓ ରାତିରେ ଶ୍ୟାମଳ ରଙ୍ଗରେ ଦେଖୁ ଦେଖୁ ବଦଳି ଥାଏ ।

ଏହି ମନ୍ଦିରଟି ପ୍ରାୟ ୧୦୦୦ ବର୍ଷର ପ୍ରାଚୀନ ମନ୍ଦିର । ମନ୍ଦିରର ମହାନତା କହିବା ଅନୁଯାୟୀ ପୁରାଣ କଥା ଅନୁସାରେ ବହୁ ବର୍ଷ ପୂର୍ବେ କିଛି ଲୋକ ସୁନା ଲୋଭରେ ଶିବଲିଙ୍ଗର ତଳ ଭାଗ ଖୋଲିଥିଲେ । ସେହି ଲୋକ ମାନେ ପ୍ରାୟ ୨୦ଫୁଟ ଯାଏଁ ଖୋଲିବା ପରେ ମଧ୍ୟ କିଛି ପାଇ ନ ଥିଲେ । ଏହା ପରେ ସେମାନେ ଶିବଲିଙ୍ଗକୁ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଏହା ମହାଦେବଙ୍କ କୃପାରୁ ବିଫଳ ହେଲା । ଏହା ପରେ ଅଚଳେଶ୍ଵର ସିବା ମଦନିରର ପ୍ରସିଦ୍ଧି ଅଧିକ ବୃଦ୍ଧି ପାଇବାରେ ଲାଗିଲା ।

ଏହି ମନ୍ଦିରରେ ଯେଉଁ ମନସ୍କାମନା ନେଇ ଲୋକ ମାନେ ଆସିଥାନ୍ତି ତାହା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି । ଏହି ଶିବଲିଙ୍ଗର ଅନ୍ୟ ଏକ ବିଶେଷତ୍ଵ ହେଉଛି ଏହା ମାଟିର କେତେ ଗଭୀର ଯାଏଁ ରହିଛି ତାହା କେହି ଜାଣି ନାହାନ୍ତି । ପୂର୍ବରୁ ଅନେକ ଲୋକ ମାନେ ଶିବଲିଙ୍ଗର ଉଚ୍ଚତା ବିଷୟରେ ଜାଣିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାହା ଏ ଯାଏଁ ରହସ୍ୟ ହୋଇ ରହିଛି । ଏହି ଶିବଲିଙ୍ଗର ଦର୍ଶନ କରିବା ପାଇଁ ହଜାର ହଜାର ଲୋକଙ୍କର ସମାଗମ ହୋଇଥାଏ ।

ଶିବଲିଙ୍ଗର ରହସ୍ୟ ଉନ୍ମୋଚନ କରିବା ବୈଜ୍ଞାନିକଙ୍କ କ୍ଷମତା ବାହାରେ ରହିଛି । ଆଜି ଯାଏଁ ଏହି ମନ୍ଦିରରେ କେବେ ବି ପୂଜା ବିଦ୍ଧି ବନ୍ଦ ହୋଇ ନାହି । ଏଥିପାଇଁ ଦେଶରେ ସବୁଠାରୁ ପ୍ରାଚୀନ ଶୈବପୀଠ ବୋଲି ଅଚଳେଶ୍ଵର ମନ୍ଦିରକୁ ବିବେଚନା କରା ଯାଇଥାଏ । ପାହାଡ ଉପରେ ପଡିଥିବା ପଥର ଓ ସ୍ତମ୍ବ ଉପରେ ଥିବା ମୂର୍ତ୍ତିର ଆଭାସ ମିଳିଥାଏ । ଏହି ମନ୍ଦିର କେତେ ବର୍ଷର ତାହା ଅର୍ଥ ବେଦରେ ଲେଖା ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *