2023 “ଚନ୍ଦ୍ରଗ୍ରହଣ”, ଦେଖନ୍ତୁ ଗ୍ରହଣ ଲାଗିବା ଓ ହାଣ୍ଡିଛାଡର ସଂପୂର୍ଣ୍ଣ ବିବରଣୀ… ଏହି ସବୁ ରାଶି ହେବେ ଭାଗ୍ୟବାନ

ବନ୍ଧୁଗଣ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ 5 ତାରିଖ ଶୁକ୍ରବାର ଦିନ ଲାଗିବାକୁ ଯାଉଛି । ଏହି ଗ୍ରହଣର ସୌର ମଣ୍ଡଳରେ ସଙ୍ଘଠିତ ହେବ । ଏହି ଗ୍ରହଣ ବୈଶାଖ ମାସ ପୂର୍ଣ୍ଣିମା ତିଥିରେ ଲାଗୁଥିବାରୁ ତୁଳା ରାଶି ଓ ସ୍ଵାତି ନକ୍ଷତ୍ରରେ ସଂଘଠିତ ହେବ । ଯାହା ଦ୍ଵାରା ତୁଳା ରାଶିର ବ୍ୟକ୍ତିଙ୍କ ଉପରେ ଗ୍ରହଣର ପ୍ରଭାବ ଅଧିକ ରହିବ ।

ଆଜି ଆମେ ଆପଣଙ୍କୁ ଚନ୍ଦ୍ରଗ୍ରହଣର ସମୟ ସୀମା, ହାଣ୍ଡିଛାଡ ସମୟ, କେବେ ପାଳନ ହେବ, ଶୁଭ ଅଶୁଭ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ । ଏହି ସମୟରେ କଣ କରିବେ କଣ ନାହି, କେଉଁ ରାଶି ପାଇଁ ଶୁଭ ରହିବ ଆସନ୍ତୁ ଜାଣିବା । ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳ ରେଖାରେ ରହିଥାନ୍ତି ସେତେବେଳେ ପୃଥିବୀ ପୃଷ୍ଠରେ ଚନ୍ଦ୍ରଗ୍ରହଣ ଦେଖାଯାଏ ।

ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ଏବଂ ସୂର୍ଯ୍ୟପରାଗର ଲାଗିବାର 12 ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଏ । ଏହି ସମୟକୁ ସୁତକ ସମୟ ମଧ୍ୟ କୁହଯାଏ । ଏହି ସମୟରେ ଖାଦ୍ଯ ପଦାର୍ଥ ଗ୍ରହଣ କରିବାକୁ ବାରଣ କରାଯାଇଛି । ଗ୍ରହଣର ହାଣ୍ଡିଛାଡର ସମୟ ହେଉଛି ମେ 5 ଶୁକ୍ରବାର ଦିନ 11ଟା 45 ମିନିଟରୁ ଆରମ୍ଭ ହୋଇ ରାତି 1ଟା ରେ ଶେଷ ହେବ ।

ଯେହେତୁ ସୁତକ କାଳ ମଧ୍ୟ ରାତିରେ ଶେଷ ହେଉଛି ସେଥିଲାଗି ଶନିବାର ମେ 6 ତାରିଖ ସୂର୍ଯ୍ୟ ଉଦୟ ଯାଏଁ ମାନ୍ୟ ହେବ । ଏହି ସମୟରେ ଦେବା ନୀତି, ରନ୍ଧନ କାର୍ଯ୍ୟ କୁ ବାରଣ କରାଯାଇଛି । ସୁତକ କାଳ ସମାପ୍ତ ହେବା ପରେ ସ୍ନାନାଦୀ କରି ଚନ୍ଦ୍ର ଙ୍କୁ ଦର୍ଶନ କରିବା ପରେ ଦେବ କାର୍ଯ୍ୟ, ସନ୍ଧ୍ୟା ଆଳତି ଓ ରନ୍ଧନ କାର୍ଯ୍ୟ ଆରମ୍ଭ କରି ପାରିବେ ।

ଏହି ସୁତକ କାଳ ଶିଶୁ, ରୋଗୀ, ବୃଦ୍ଧ ଲୋକଙ୍କ ପାଇଁ ପାଳନୀୟ ନୁହେଁ । ଏହି ଗ୍ରହଣର ଗ୍ରାସ ସମୟ ବା ଗ୍ରହଣ ଲାଗିବାର ସମୟ ହେଉଛି ମେ 5 ଶୁକ୍ରବାର ରାତି 8ଟା 45 ମିନିଟ ରୁ ଆରମ୍ଭ ହୋଇ ରାତି 1ଟା ଶେଷ ହେବ । ଗ୍ରହଣର ମଧ୍ୟ କାଳର ସମୟ ହେଉଛି ରାତ୍ରି 10ଟା 53 ମିନିଟ ।

ଏହି ଗ୍ରହଣ ମହାକାଶରେ ପ୍ରାୟ 4 ଘଣ୍ଟା 15 ମିନିଟ ଓ 34 ସେକେଣ୍ଡ ଯାଏଁ ଦୃଶ୍ୟମାନ ହେବ । ଯାହାକି ଲମ୍ବା ଚନ୍ଦ୍ରଗ୍ରହଣ ମହାକାଶରେ ସଂଘଠିତ ହେବ । ଶୁକ୍ରବାର ଦିନ ସୁତକ କାଳ ଲାଗିବା ପୂର୍ବରୁ ସ୍ନାନ, ଭୋଜନ କାର୍ଯ୍ୟ ଶେଷ କରିବାକୁ ହେବ । ଏହି ସମୟରେ ଗ୍ରହଣ ମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିଙ୍କ ଉପରେ ଅଶୁଭ ପ୍ରଭାବ ପଡିବାକୁ ଥିବା ବେଳେ ଆଉ କିଛି ରାଶିଙ୍କ ଉପରେ ଶୁଭ ପ୍ରଭାବ ପଡିବାକୁ ଯାଉଛି ।

ରାଶିଚକ୍ରର 12ଟି ରାଶି ମଧ୍ୟରୁ 8ଟି ରାଶି ମଧ୍ୟରେ ଶୁଭ ପ୍ରଭାବ ପଡିବାକୁ ଯାଉଛି । ଯଥା ମେଷ, ବୃଷ, କର୍କଟ, କନ୍ୟା, ବିଛା, ଧନୁ, କୁମ୍ଭ ଓ ମୀନ ରାଶି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *