ଯଦି ଜୀବନରେ ମିଳୁ ନାହିଁ ସଫଳତା, ତେବେ ଆପଣାନ୍ତୁ ଚାଣକ୍ୟଙ୍କ ଏହି ଗୋଟିଏ ନୀତି- Chanakya Niti

ମହାନ ଜ୍ଞାନୀ ଆଚାର୍ଯ୍ୟ ଚାଣକ୍ୟ ନୀତି ଭଳି ଅମୂଲ୍ୟ ଧନ ଦେଇଛନ୍ତି ଯେଉଁଥିରେ ରାଜା କାର୍ଯ୍ୟ ରୁ ନେଇ ଜୀବନ ର ସବୁ ମୂଲ୍ୟ ସହିତ ସମ୍ପର୍କିତ ସହେରୁ ଅଧିକ ନୀତି ଅଛି, ବିଷ୍ଣୁ ଗୁପ୍ତ ଚାଣକ୍ୟ ପିଲାଦିନରୁ ଅନ୍ୟ ପିଲାଙ୍କ ଠାରୁ ଅଲଗା ଥିଲେ ।

ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନାମକ ବାଳକକୁ ଅଖଣ୍ଡ ଭାରତର ସମ୍ରାଟ ବନେଇବାରେ ମହାନ ଚାଣକ୍ୟଙ୍କ ନୀତି ସବୁବେଳେ ଉପଯୋଗୀ ରହିଛି, କୁଶଳ ଅର୍ଥଶସ୍ତ୍ର ଜାଣିଥିବା ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ଜୀବନର ମୂଲ୍ୟ ସମ୍ବଧିତ ବହୁତ ସାରା କଥା ଲେଖିଛନ୍ତି, ଯାହାକୁ ଅନୁସରଣ କରି ଜୀବନରେ ସଫଳତା ପାଇପାରିବା ।

Image Courtesy: Google

ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଜୀବନରେ ସଫଳତା ପ୍ରାପ୍ତ କରିପାରିବେ, ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ଷଷ୍ଠ ଅଧ୍ୟାୟରେ ଚାଣକ୍ୟ ଗୋଟେ ଶ୍ଳୋକ ଦ୍ଵାରା ସଫଳତାର ମନ୍ତ୍ର ଊଲେଖ କରିଛନ୍ତି, ତ ଆସନ୍ତୁ ଜାଣିବା ସେହି ଶ୍ଳୋକରେ ଚାଣକ୍ୟ କଣ କହିଛନ୍ତି ।

ପ୍ରଭୂତଂକାର୍ଯମଲ୍ପଂୱାତନ୍ନରଃ କର୍ତୁମିଚ୍ଛତି ।
ସର୍ୱାରଂଭେଣତତ୍କାର୍ଯଂ ସିଂହାଦେକଂପ୍ରଚକ୍ଷତେ॥

ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି ମଣିଷକୁ ନିଜ ଲକ୍ଷ ପ୍ରାପ୍ତି ପାଇଁ ସିଂହ ଭଳି ଶିକାର କରିବା ଦରକାର ,ସିଂହ ଶିକାର କଲାବେଳେ ବହୁତ କମ ବିଫଳ ହୁଏ, କାରଣ ସେ ନିଜ ଲକ୍ଷକୁ ନେଇ ସଚେତନ ଥାଏ । ,ମନୁଷ୍ୟ ସେଇଭଳି ନିଜ ଲକ୍ଷକୁ ନେଇ ଏକାଗ୍ରତା ର ସହିତ କଠିନ ପରିଶ୍ରମ କରି ଠିକ ସମୟ ଆସିଲେ ଆଗକୁ ବଢିବା ଉଚିତ ।

Image Courtesy: Google

ପୁରା ଧ୍ୟାନ କେନ୍ଦ୍ରିତ କରି କଠିନ ପରିଶ୍ରମ ଦ୍ଵାରା ସଫଳତା ପାଇପାରିବା ,ବିଫଳତାର ସମ୍ଭାବନା ବହୁତ କମ ଥାଏ । କମ ଛୋଟ ହେଉ କି ବଡ ,ବ୍ୟକ୍ତି କୁ କଠିନ ପରିଶ୍ରମ ଦ୍ଵାରା ହାସିଲି କରିହେବ । ସଫଳତା ପାଇଁ ମନୁଷ୍ୟକୁ ଆରମ୍ଭରୁ ପୁରା ଶକ୍ତି ଲଗାଇବାକୁ ହେବ ,ଯାହା ଫଳରେ ଆଗ ରାସ୍ତା ସରଳ ହୋଇପାରିବ । ସିଂହ ଯେମିତି ପୁରା ଶକ୍ତି ଲଗାଇ ଶିକାରକୁ ଶିକାର କରେ,ଶିକାର ବଞ୍ଚିବାର କିଛି ବି ବାଟା ରଖେନୀ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *