ଚେହେରାରେ ବରଫ ଲାଗାଇବା ଫାଇଦା ଜାଣି ଚମକି ଯିବେ ଆପଣ, ନା କିଛି ଖର୍ଚ ଏବଂ ନାହିଁ କିଛି ସାଇଡ ଇଫେକ୍ଟ

ମହିଳାମାନେ ନିଜ ତ୍ଵଚାକୁ ସୁନ୍ଦର ଏବଂ ଚମକଦାର କରିବା ପାଇଁ କଣ କଣ ନ କରନ୍ତି । ପାର୍ଲର ଠାରୁ ନେଇ ଘରୋଇ ଉପାୟ ପର୍ଯ୍ୟନ୍ତ ସବୁ ଉପାୟ କରିବା ପାଇଁ ପଛାନ୍ତି ନାହିଁ । ସୁନ୍ଦର ଏବଂ ଗ୍ଲୋଇଙ୍ଗ ସ୍କିନ ପାଇଁ ମହିଳାମାନେ ବହୁତ ପଇସା ଖର୍ଚ କରିଥାନ୍ତି ,କଣ ଆପଣଙ୍କୁ ଜଣା ଅଛି କି ଏକ ଏମିତି ଜିନିଷ ଯାହା ସବୁ ଘରେ ମିଳିଥାଏ ଏବଂ ସେ ବି ବିଲକୁଲ ଫ୍ରୀରେ । ଯାହାର ବ୍ୟବହାରରେ ଆପଣ ସୁନ୍ଦର ଚେହେରା ପାଇ ପାଇବା ସହିତ ସ୍କିନ ସମ୍ବନ୍ଧିତ ସବୁ ସମସ୍ୟା ବୁ ଦୂର ହୋଇ ଯାଇଥାଏ ।

ବରଫ ନାମ ଶୁଣିଲେ ହିଁ ଆପଣଙ୍କୁ ଥଣ୍ଡାର ଅନୁଭବ ହୋଇଥାଏ ,ଆପଣଙ୍କୁ ଜଣା ନଥିବା କି ଏଥିରେ ସୁନ୍ଦର ତ୍ଵଚା ପାଇଁ କେତେକ ରାଜ ବି ଲୁଚି ରହିଛି । ତାହେଲ ଆସନ୍ତୁ ଜାଣିବା କଣ ହେଉଛି ବରଫର ଫାଇଦା ।

ବ୍ରଣ

କେତେ ଥର ଆଲର୍ଜି ବା କୌଣସି ଅଲଗା କାରଣରୁ ଚେହେରାରେ ବ୍ରଣ ହୋଇଯାଇ ଥାଏ ,ଏଥିରେ ବରଫର ବ୍ୟବହାର ବହୁତ ଫାଇଦା ଦେଇଥାଏ । ଚେହେରାର ବ୍ରଣକୁ କମ କରିବା ପାଇଁ ବରଫ ଖଣ୍ଡକୁ ଘଷିବା ଭଲ ହୋଇଥାଏ ।

ମସାଜ

ଚେହେରାକୁ ସୁନ୍ଦର ରଖିବା ପାଇଁ ମସାଜ କରିବା ବହୁତ ଜରୁରୀ ଅଟେ । ଏଥିପାଇଁ ମେକପ କରିବା ପୂର୍ବରୁ ବରଫର ଏକ ଖଣ୍ଡକୁ ଚେହେରାରେ ମସାଜ କରନ୍ତୁ । ଏଥିରେ ମେକପ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ ।

ସନ ବର୍ନ

ଅଧିକ ସମୟ ପର୍ଯ୍ୟନ୍ତ ଖରାରେ ରହିଲେ ସନ ବର୍ନ ହୋଇଥାଏ ,ଏଥିପାଇଁ କିଛି କସମେଟିକ ପ୍ରଡ଼କ୍ଟ ବ୍ୟବହାର କରିବା ଠାରୁ ଭଲ ହେବ କି ବରଫର ବ୍ୟବହାର କରିବା ।

କଳା ଦାଗ

ଆଖିର କଳା ଦାଗକୁ ଦୂର କରିବା ପାଇଁ ବି ଆପଣ ବରଫର ବ୍ୟବହାର କରିପାରିବେ । ଏହା କାର୍ଯ୍ୟକାରୀ ସହିତ ସୁରକ୍ଷିତ ବି ଅଟେ ।

ଶୁଷ୍କତା

ବୟସ ବଢିବା ସହିତ ଚେହେରାରେ ଶୁଷ୍କତା ବି ନଜର ଆସିଥାଏ । ଏଥିପାଇଁ ଚେହେରାରେ ବରଫ ଖଣ୍ଡ ଲଗାଇବା ଆରମ୍ଭ କରିଦିଅନ୍ତୁ । ଦେଖିବେ କି ଆପଣଙ୍କ ଚେହେରାରେ ଶୁଷ୍କତା କମ ହୋଇଯାଇଛି । ଏଥିପାଇଁ ପ୍ରଥମେ ଉଷୁମ ପାଣିରେ ଚେହେରାକୁ ଧୋଇ ଶୁଖାଇ ଦିଅନ୍ତୁ ଏବଂ ତାପରେ ବରଫ ଖଣ୍ଡ ମୁହଁରେ ଘଷନ୍ତୁ ।

ଚେହେରାରେ ବାଳ

ଚେହେରାର ଚାହୁଁନଥିବା ବାଳ କୁ ହଟାଇବା ପାଇଁ ବରଫ ବ୍ୟବହାର କରନ୍ତୁ । ଏଥିରେ ଆପଣଙ୍କୁ କୌଣସି ସାଇଡ ଇଫେକ୍ଟ ବି ହେବ ନାହିଁ ।

Leave a Reply

Your email address will not be published. Required fields are marked *