Breaking News: ଚିନ୍ତା ବଢାଇଲା Delta variant! 2ଟି ଯାକ ଟୀକା ନେଇଥିଲେ ବି ହୋଇ ପାରନ୍ତି ସଂକ୍ରମିତ, NCDC ଦେଲା ନୂଆ ତଥ୍ୟ

କରୋନାର ଭ୍ୟାକସିନ ବାହାରିବା ପର ଠାରୁ ସମସ୍ତେ ଅଳ୍ପ ଆଶ୍ଵସ୍ତି ହେଲେ ଓ ବର୍ତ୍ତମାନ କରୋନାରୁ ମୁକ୍ତି ମିଳିଯିବ ବୋଲି ସମସ୍ତେ ଚିନ୍ତା କରିବାକୁ ଲାଗିଛନ୍ତି । ଏହା ସହିତ ବର୍ତ୍ତମାନ ସମୟରେ ଆମ ଦେଶରେ ଟୀକା କରଣକୁ ପ୍ରକ୍ରିୟାକୁ ଜୋରଦାର କରାଯାଉଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଭାରତ ଦ୍ଵାରା ପ୍ରସ୍ତୁତ ଟୀକା କୋଭାକ୍ସିନ ଓ କୋଭିସିଲ୍ଡ ଭାରତର

ଜନତାଙ୍କୁ ମାଗଣାରେ ଦିଆଯାଉଛି । କିନ୍ତୁ କେତେକ ସ୍ଥାନରେ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ପରିମାଣରେ ଟୀକା ପହଞ୍ଚି ନ ଥିବାର ଖବର ବି ସାମ୍ନାକୁ ଆସୁଛି । ଏହା ସହିତ ଅନ୍ଲାଇନ ଟୀକା ବୁକିଙ୍ଗ ପାଇଁ ଲୋକମାନଙ୍କୁ ସ୍ଲଟ ମଧ୍ୟ ମିଳୁ ନାହିଁ । ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ବି ସମସ୍ତଙ୍କୁ ଟୀକା କରଣ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦେକ୍ଷପ ମଧ୍ୟ ନେଉଛନ୍ତି ।

ଏହା ସହିତ ସରକାର କିଛି କମ୍ପାନୀମାନଙ୍କୁ ଟୀକା ଅଧିକ ପରିମାଣରେ ପ୍ରସ୍ତୁତ କରିବା ଉପରେ ଜୋର ଦେବାକୁ କହିଛନ୍ତି । କହିଦେଉଛୁ କି କିଛି ଦିନ ତଳେ ଆପଣମାନେ ଶୁଣିଥିବେ କି କେତେକ ଡାକ୍ତରମାନେ ଟୀକା ନେବା ପରେ ବି କରୋନାର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି । ଏମିତିରେ ପୁଣି ଥରେ ଟୀକା ସମ୍ବନ୍ଧିତ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସୁଛି ଯାହାକି ସମସ୍ତଙ୍କର ଚିନ୍ତା ଆହୁରି ବଢାଇ ଦେଇଛି ।

AIIMS ଓ National Centre for Disease Controlର ଭିନ୍ନ ଭିନ୍ନ ଅଧ୍ୟୟନରୁ ଜଣା ପଡିଛି କି ଯଦି କୌଣସି ବ୍ୟକ୍ତି କୋଭାକ୍ସିନ କିମ୍ବା କୋଭିସିଲ୍ଡର ଦୁଇ ଦୁଇଟି ଡୋଜ ନେଇଛି ଏହା ସତ୍ବେ ବି ସେମାନେ କରୋନାରେ ସଂକ୍ରମିତ ହୋଇ ପାରନ୍ତି । କହିଦେଉଛୁ କି ଗତ ବର୍ଷ ଭାରତରେ ଦେଖାଯାଇଥିବା କରୋନାର ଭୂତାଣୁକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରା ଡେଲ୍ଟା ନାମ ଦ୍ଵାରା ନାମକରଣ କରାଯାଇଥିଲା ।

ଏହି ନୂଆ ରିପୋର୍ଟ ଅନୁସାରେ ଏମିତିରେ ଆପଣ ଯଦି ଦୁଇଟି ଡୋଜ ନେଇଛନ୍ତି ତେବେ ଏହା ସତ୍ବେ ଆପଣଙ୍କୁ ଡେଲ୍ଟା ଭାରିଏଣ୍ଟ ସଂକ୍ରମିତ କରି ପାରିବ । କିନ୍ତୁ ଏହି ଅଧ୍ୟୟନର କୌଣସି ବି ପ୍ରକାରର ସମୀକ୍ଷା କରାଯାଇ ନାହିଁ । AIIMSର ପରୀକ୍ଷଣରେ ମିଳିଥିବା ରିପୋର୍ଟରେ ଏହା କୁହାଯାଇଛି କି ବ୍ରିଟେନରେ ମିଳିଥିବା କରୋନାର ଆଲ୍ଫା ଭୂତାଣୁ ଭାରିଏଣ୍ଟ ଠାରୁ ଡେଲ୍ଟା ଭାରିଏଣ୍ଟ ପାଖାପାଖି ୪୦ ରୁ ୫୦ ପ୍ରତିଶତ ଅଧିକ ଶକ୍ତିଶାଳୀ ଓ ଅଧିକ ସଂକ୍ରମକ ଅଟେ ।

ଏହି କାରଣରୁ ଭାରତରେ ବର୍ତ୍ତମାନ ସମୟରେ କରୋନାର ଭ୍ୟାକସିନ କୋଭାକ୍ସିନ ଓ କୋଭିସିଲ୍ଡର ଦୁଇ ଦୁଇଟି ଡୋଜ ନେଇଥିବା ସତ୍ବେ ବି ଲୋକମାନେ ଡେଲ୍ଟା ଭାରିଏଣ୍ଟ ଦ୍ଵାରା ସଂକ୍ରମିତ ହେଉଛନ୍ତି । ଏହି କାରଣରୁ ହିଁ ଭାରତରେ ସଂକ୍ରମଣର ମାମଲା ବଢିବାରେ ଲାଗିଛି । କହିଦେଉଛୁ କି ଏହି ପରୀକ୍ଷଣରେ ୬୩ ଜଣ ରୋଗୀଙ୍କୁ ନେଇ ପରୀକ୍ଷଣ କରାଯାଇଥିଲା । ଏହି ସବୁ ରୋଗୀମାନେ ପ୍ରଥମେ ଟୀକା ନେଲେ କିନ୍ତୁ ଏହା ପରେ ତାଙ୍କୁ ଜ୍ଵର ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଗଲା ।

୬୩ ଜଣଙ୍କ ମଧ୍ୟରୁ ୫୩ ଜଣ କୋଭାକ୍ସିନ ଟୀକା ନେଇ ଥିବା ସମୟରେ ଅନ୍ୟ ସମସ୍ତେ କୋଭିସିଲ୍ଡ ଟୀକା ନେଇଥିଲେ । ଏହା ମଧ୍ୟରେ ମୋଟ ୩୬ ଜଣ ଟୀକାର ଦୁଇଟି ଡୋଜ ନେଇ ସାରିଥିଲେ । ଗୋଟିଏ ଡୋଜ ନେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୬୦ ପ୍ରତିଶତ ଲୋକମାନେ ସଂକ୍ରମିତ ଥିଲେ । ଏହି ପରୀକ୍ଷଣରେ ଏହା ମଧ୍ୟ ଜଣା ପଡିଛି କି କୋଭିସିଲ୍ଡ ନେଇଥିବା ବ୍ୟକ୍ତିମାନେ ଡେଲ୍ଟା ଭାରିଏଣ୍ଟ ଦ୍ଵାରା ଅଧିକ ସଂକ୍ରମିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *