ପୋଲିସ ଛଡାଇ ନେଲା ମା କୋଳରୁ ପିଲାକୁ, ତା ପରେ ଛୁଆ ସହ କଲା କିଛି ଏମିତି…

ବର୍ତ୍ତମାନ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସୁଛି । ଯେଉଁଥିରେ କୁହାଯାଉଛି କି ଜଣେ ପିତା ମାତା ଏକ ପୁତ୍ର ସନ୍ତାନକୁ ପାଇ ପୋଲିସକୁ ଦେଲେ କିନ୍ତୁ ପୋଲିସ ଓ ଚାଇଲ୍ଡ କେୟାର ହୋମ ତାକୁ ବର୍ତ୍ତମାନ ୫୦,୦୦୦ ଟଙ୍କାରେ ଅନ୍ଲାଇନରେ ବିକ୍ରି କରିବ ବୋଲି କହୁଛି । ଏହି ମାମଲାଟି ପଟିଆର ଅଟେ ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ପଟିଆ ହନୁମାନ ମନ୍ଦିରର ପୂଜାରୀ ଓ ସେ ପଟିଆ ରେଲୱେ ଷ୍ଟେସନରେ ଗୋଟିଏ ଦୋକାନ ମଧ୍ୟ କରିଛନ୍ତି । ଏହି ବ୍ୟକ୍ତି ଜଣଙ୍କ କହିବା ଅନୁଯାୟୀ କିଛି ଦିନ ତଳେ ଯେତେବେଳେ ସେ ଓ ତାଙ୍କର ସ୍ତ୍ରୀ ଷ୍ଟେସନକୁ ଯାଇଥିଲେ ଶୋଇବା ପାଇଁ ସେହି ସମୟରେ ରାତି ୯ ଟା ହୋଇଥିଲା । ସେମାନେ ଦେଖିଲେ କି ତାଙ୍କ ଦୋକାନ ଆଗରେ ଗୋଟିଏ ଛୋଟ ଶିଶୁକୁ କେହି ଛାଡି ଦେଇ ଚାଲି ଯାଇଛି ।

ଏହା ପରେ ସେମାନେ ସେହି ଛୋଟ ଶିଶୁକୁ ଉଠାଇଲେ ଏହା ମଧ୍ୟରେ ସେହି ସ୍ଥାନରେ ଭିଡ ମଧ୍ୟ ଲାଗିଗଲା । ଏହା ପରେ ସମସ୍ତେ ସେହି ଦମ୍ପତ୍ତିକୁ ପୋଲିସକୁ ଜଣାଇବା ପାଇଁ କହିଲେ । ଦମ୍ପତ୍ତି ପୋଲିସକୁ ଏହା ବିଷୟରେ ସୂଚିତ କରିଲେ । ପୋଲିସ ଆସିବା ପରେ ଦମ୍ପତ୍ତି ପୋଲିସକୁ କହିଲେ କି ଆମେ ଏହି ଶିଶୁକୁ ରଖିବାକୁ ଚାହୁଁଛୁ ଓ ଏହାର ଭରଣ ପୋଷଣ ବି ଆମେ କରିବୁ ।

ପୋଲିସ ସେହି ଦମ୍ପତ୍ତିକୁ କହିଲେ କି ଆପଣ ଆମ ସହିତ ଥାନା ଚାଳନ୍ତୁ ସେଠି ସମସ୍ତ ଲେଖାପଢି ହୋଇ ସାରିବା ପରେ ଆପଣ ଏହି ଶିଶୁକୁ ନିଜ ସହିତ ରଖି ପାରିବେ । କିନ୍ତୁ ଥାନାକୁ ଗଲା ପରେ ପୋଲିସ ଅଧିକାରୀମାନେ କହିଲେ କି ଏଠି କିଛି ହୋଇ ପାରିବ ନାହିଁ ଆପଣ ଚାଇଲ୍ଡ କେୟାର ହୋମକୁ ଚାଳନ୍ତୁ ସେଠି ସବୁ ହବ । ବ୍ୟକ୍ତି ଜଣକ କହିଲେ କି ଚାଇଲ୍ଡ କେୟାର ହୋମକୁ ଗଲା ପରେ ଚାଇଲ୍ଡ କେୟାର ହୋମର ଅଧିକାରୀମାନେ ଜବରଦସ୍ତ ଆମ ଠାରୁ ଶିଶୁକୁ ଛଡାଇ ରଖିଦେଲେ ଓ ଆମକୁ କୌଣସି କାଗଜ ପତ୍ର ବି ଦେଲେ ନାହିଁ ।

ଦମ୍ପତ୍ତିଙ୍କୁ ସେଠୁ ତଡି ଦେଲେ ଓ ପୋଲିସ ବି ଏଥିରେ ସେମାନଙ୍କର କୌଣସି ବି ପ୍ରକାରର ସାହାର୍ଯ୍ୟ କରିଲେ ନାହିଁ । ଦମ୍ପତ୍ତି ଯେତେବେଳେ COW ଅଫିସକୁ ଗଲେ ତେବେ ସେଠି COW ଅଫିସର ଅଧିକାରୀମାନେ ଏହି ଦମ୍ପତ୍ତିକୁ କହିଲେ କି ଆମେ ଅନ୍ଲାଇନରେ ଶିଶୁକୁ ବୁକିଙ୍ଗ କରିଛୁ ଓ ୫୦,୦୦୦ ଟଙ୍କାରେ ଶିଶୁକୁ ବିକ୍ରି କରୁଛୁ । ସ୍ଵାମୀ ସ୍ତ୍ରୀ କାନ୍ଦି କାନ୍ଦି କହୁଛନ୍ତି କି ମୁଁ କଣ ଶିଶୁକୁ ପାଇ ଦେଇଥିଲି ବିକ୍ରି କରିବା ପାଇଁ, ମୁଁ ଦେଇଥିଲି ପିଲାକୁ ନିଜ ପାଖରେ ରଖିବା ପାଇଁ । ବ୍ୟକ୍ତି ଜଣଙ୍କ ପ୍ରଶ୍ନ କରୁଛନ୍ତି କି କାହିଁକି ଆପଣମାନେ ପିଲାକୁ ବିକ୍ରି କରିବେ, ମୁଁ ନିଜେ ସେହି ପିଲାକୁ ରଖିବି ।

କହିଦେଉଛୁ କି ଏହି ଘଟଣା ୨୮ ତାରିଖ ରାତିରେ ହାତିଥିଲା । କହିଦେଉଛୁ କି ଏହି ଦମ୍ପତ୍ତିନାକ ୧.୫ ବର୍ଷ ତଳେ ଏକ ପୁଅ ମୃତ୍ୟୁ ବରଣ କରିଥିଲା । ଏମିତିରେ ଏମାନେ ସେହି ପୁଅକୁ ଆପଣାଇ ନିଜର କରିବାକୁ ଚାହୁଁଛନ୍ତି । କିନ୍ତୁ ଯେତେବେଳେ ଏହି ଘଟଣା ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହେଲା ତେବେ ବରିଷ୍ଠ କଂଗ୍ରେସ ନେତା ସୁର ମହାପାତ୍ର ଏହି ଦମ୍ପତ୍ତିଙ୍କ ପାଖକୁ ଆସି ସେମାନଙ୍କୁ ଡ଼ିସିପି ଅଫିସ ନେଇ ଯାଇଥିଲେ ଓ ଡ଼ିସିପି ସେମାନଙ୍କୁ ଏହି ମାମଲାରେ ସାହାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *