ଛୁଟି ପରେ ବିଦ୍ୟାଳୟ ଖୋଲିଲା କିନ୍ତୁ ସାର ଓ ଦିଦିଙ୍କ ଦର୍ଶନ ନାହିଁ , ଯେତେ ଛୁଟି ନେଲେ ବି…. ଦେଖନ୍ତୁ Video

ଦର୍ଶକ ବନ୍ଧୁ ସରକାରୀ ଛୁଟି କି ପାଇ କିଏ ତ ଛୁଟି ନ ପାଇ କାନ୍ଦୁଛି ତ ଆଉ କିଏ ଲମ୍ବା ଛୁଟି ମିଳିଲେ ବି ନିଜ ଦାୟିତ୍ଵ ତୁଲାଇବାକୁ ଅକ୍ଷମ । ଆର୍ମୀ, ଏୟାର ଫୋର୍ସ ରେ କାର୍ଯ୍ୟରତ ଥିବା ଅଧିକାରୀ ମାନେ ବର୍ଷକୁ ମାତ୍ର ଅଳ୍ପ ଦିନ ପାଇଁ ଛୁଟି ପାଇଥାନ୍ତି । ଆଉ ନିଜ ଘରକୁ ଯାଇଥାନ୍ତି । କିନ୍ତୁ ଏ ଦେଶରେ ଶିକ୍ଷକ ଶିକ୍ଷୟତ୍ରି ମାନଙ୍କୁ ଖରା ଛୁଟି, ସରକାରୀ ଛୁଟି ତା ସହ ଅନେକ ପର୍ବ ପର୍ବାଣି ଛୁଟି ମଧ୍ୟ ମିଳୁଛି ।

ହେଲେ ଏମିତି କିଛି ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ଯେଉଁ ମାନଙ୍କୁ ଏ ସବୁ ଛୁଟି କମ ପଡିଯାଉଛି । ଶୀତ ହୁତି ଡିସେମ୍ବର 21ରୁ ଜାନୁଆରୀ 1 ଯାଏଁ ରହିଥାଏ । ହେଲେ 2 ଜାନୁଆରୀରେ ସ୍କୁଲ ଖୋଲିବା ପରେ ଶିକ୍ଷକ ଶିକ୍ଷୟତ୍ରୀ ଆସି ନାହାନ୍ତି । ଏ ହେଉଛି ଗଜପତି ଜିଲ୍ଲା ମୋହନ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଲିଲିଗୁଡା ଆର ଦୃଶ୍ୟ । ଦିନ 11ଟା ଯାଏଁ ସ୍କୁଲକୁ ଆସି ନାହାନ୍ତି ଶିକ୍ଷକ ।

2 ଜଣ ଶିକ୍ଷୟତ୍ରୀ ଆସି ସ୍କୁଲ ବାହାରେ ଅପେକ୍ଷା କରିଛନ୍ତି । ହେଲେ ଛାତ୍ରଛାତ୍ରୀ ମାନେ ସାର ମାନଙ୍କୁ ଅପେକ୍ଷା କରି ଘରକୁ ଫେରିଲେ । ଏହି ସ୍କୁଲରେ ପାଠ ପଢାଇବା ପାଇଁ 3 ଜଣକ ଶିକ୍ଷକ ଓ ଜଣେ ମାତ୍ର ଶିକ୍ଷୟତ୍ରୀ ଅଛନ୍ତି । ଦିନ 12ଟା ବାଜିଲେ ବି ଶିକ୍ଷୟତ୍ରୀ ତପସ୍ଵିନୀ ଜେନା ଏ ଯାଏଁ ସ୍କୁଲରେ ପହଞ୍ଚି ନାହାନ୍ତି । ସେହି ଗାଁ ରେ ଡିମିରିପୁଡା ସରକାରୀ ସ୍କୁଲରେ ଆସିଛନ୍ତି ଶିକ୍ଷୟତ୍ରୀ କିନ୍ତୁ ପ୍ରଧାନ ଶିକ୍ଷକ ଆସି ନାହାନ୍ତି ।

ସେପଟେ ଶିକ୍ଷୟତ୍ରୀ ଜଣକ କହୁଛନ୍ତି ସାମ୍ବାଦିକ ଙ୍କୁ ସ୍କୁଲ ମନା । ଆଉ ଏକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗୁଲୁ ଗାଁ ରେ ଯେଉଁଠି ଦିନ 12ଟା ଯାଏଁ ସ୍କୁଲରେ ପଡିଛି ତାଲା । ଉଚ୍ଚ ପ୍ରତାହମିକ ବିଦ୍ୟାଳୟର ଅବସ୍ଥା ବି ସେୟା । ତେବେ ଏହି ଖବର ଗଣମାଧ୍ୟମରେ ଗତ କିଛି ସମୟ ହେବ ପ୍ରସାର ହୋଇଛି ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ତେବେ ଦର୍ଶକ ବନ୍ଧୁ ଖବର ପ୍ରସାରଣ ପରେ କଣ ରହିବ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ ଅନୁଷ୍ଠାନ ନ ମୋଟା ଅଙ୍କର ଚାନ୍ଦା ଆଦାୟ କରି ଏମାନଙ୍କୁ ଛଡା ଯିବ ତାହା ଦେଖିବାକୁ ବାକି ରହିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଶିକ୍ଷା ବ୍ୟବସ୍ଥା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *