କୋଭିଡ ଦ୍ଵିତୀୟ ଲହରୀ- Corona +Ve ହେଲେ କଣ କରିବେ? Dr. Niroj Kumar Mishra

ବନ୍ଧୁଗଣ, କୋରୋନା ସଂକ୍ରମଣ ରେ ପ୍ରଥମରୁ ଜର, କାଶ, ତଥା ଲୁଜମୋଶନ ଏହିସବୁ ଲକ୍ଷଣ ମାନ ପରିଲକ୍ଷିତ ହେଉଥିଲା । ମାତ୍ର ବର୍ତ୍ତମାନ ଏହି ଭୟାନକ ସଂକ୍ରମଣ ର ଦ୍ଵିତୀୟ ଲହରୀ ଭୟାନକ ରୂପ ନେବାରେ ଲାଗିଛି । ଆସନ୍ତୁ ଜାଣିବା ଚଳିତ ବର୍ଷ ଏହି ସଂକ୍ରମଣ ର ଦ୍ଵିତୀୟ ଲହରୀ ରେ କେଉଁ କେଉଁ ଲକ୍ଷଣ ମାନ ପରିଲକ୍ଷିତ ହେଉଛି । ବନ୍ଧୁଗଣ ଦ୍ଵିତୀୟ ଲହରୀ ରେ ପରିଲକ୍ଷିତ ହେଉଛି ହେଡାକ ଅଥବା ହାଲିଆ ଲାଗିବା, କାଶ ର ପରିମାଣ ଟିକିଏ ଅଧିକା ହେବା, ଏହାପରେ ଆଖି ଗୋଲାପି ଅଥବା ହାଲ୍କା ନାଲି ଦେଖାଯିବା, କାନ କୁ କମ ଶୁଭିବା, ତଥା ପଟି ର ସ୍ଵାଦ ନ ରହିବା, ଏଥିରେ ସ୍କିନ ରାସେସ ଭଳି ଲକ୍ଷଣ ମଧ୍ୟ ପରିଲକ୍ଷିତ ହେଉଅଛି ।

ମାତ୍ର ଜଣେ ରୋଗୀଙ୍କୁ ଯଦି ଲୁଜମୋଶନ ଭୋମିଟିଙ୍ଗ ହେଉଅଛି, ସେହି ବ୍ୟକ୍ତି ଜଣଙ୍କ ଚେକ କରାଇଲେ ତାହା କୋଭିଡ ସଂକ୍ରମଣ ବୋଲି ପରୀକ୍ଷଣ ରୁ ଜଣାପଡୁଛି । ଏଣୁ ଆପଣ ଏହି ସବୁ ଶୀମଟମ କୁ ହାଲକା ଭାବରେ ନିଅନ୍ତୁ ନାହିଁ । ଯଦି ଆପଣଙ୍କ ଠାରେ ଏହି ସବୁ ଲକ୍ଷଣ ପରିଲକ୍ଷିତ ହେଉଅଛି ତେବେ, ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ବନ୍ଧୁଗଣ ଆସନ୍ତୁ ବର୍ତ୍ତମାନ ଜାଣିବା କେଉଁ ବୟସର ଲୋକଙ୍କୁ ଏହା ସଂକ୍ରମିତ କରୁଅଛି ? ବନ୍ଧୁଗଣ ଏହି ଭୁତାଣୁ ସଂକ୍ରମଣ ପ୍ରତ୍ୟକ ବୟସର ବ୍ୟକ୍ତିଙ୍କୁ ଆଫେକ୍ଟ କରିନେଉଛି । ବନ୍ଧୁଗଣ ଏହାର ପ୍ରଥମ ଲହରୀ ବୟସ୍କ ବ୍ୟକ୍ତିଙ୍କୁ ଅତ୍ୟଧିକ ପ୍ରଭାବିତ କରୁଥିବା ବେଳେ, ଯେଉଁ ମାନଙ୍କୁ ଡାଇବେଟିକ, ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରୋଗ ଅଥବା ଛାତି ଯନ୍ତ୍ରଣା ହେଉଥିବା ବ୍ୟକ୍ତିଙ୍କୁ ଏହା ଅଧିକ ଭାବେ ସଂକ୍ରମିତ କରୁଥିଲା ।

ମାତ୍ର ଚଳିତ ବର୍ଷ ଏହାର ଦ୍ଵିତୀୟ ଲହରୀରେ ଏହା କିନ୍ତୁ ସଂପୂର୍ଣ୍ଣ ବିପରୀତ । ବର୍ତ୍ତମାନ ଏହା ଛୋଟ ପିଲା ତଥା ଯୁବାବସ୍ଥା କୁ ବହୁଳ ଭାବେ ଆଫେକ୍ଟ କରୁଅଛି । ବର୍ତ୍ତମାନ କୋରୋନା ସଂକ୍ରମଣ ର ଦ୍ଵିତୀୟ ଲହରୀ ବହୁତ ଭୟାନକ ପାଲଟି ଯାଇଛି । ବନ୍ଧୁଗଣ ଏହି ସଂକ୍ରମଣ ହେଲେ, ଯଦି ଆପଣଙ୍କୁ ଏହାର ଶିମଟର୍ମ ଅନୁଭୂତି ଅଥବା ପରିଲକ୍ଷିତ ହେଉଛି ତେବେ, ଆପଣ ଡାକ୍ତରଙ୍କ ସହ ପରାମର୍ଶ କରିବା ବେଳକୁ ତାହା ୪୦ ପ୍ରତିଶତ ଲୋକଙ୍କୁ ଆଫେକ୍ଟ କରିସାରିଥିବା ।

ବନ୍ଧୁଗଣ ଏହି ପାର୍ଟିକୁଲାର ଶିମଟର୍ମ ସମସ୍ତ ପରିବାର ଲୋକଙ୍କୁ ସଂକ୍ରମିତ କରିଦେଉଛି । ଏହା ପ୍ରଥମ ଲହରୀ ରେ ଏତେ ଆଫେକ୍ଟ କରୁ ନଥିଲା ଯେଉଁଟା ବର୍ତ୍ତମାନ କରୁଅଛି । ବନ୍ଧୁଗଣ ଯଦି ଆପଣଙ୍କୁ ଅନୁଭୂତ ହେଉଅଛି ଯେ, କୋରୋନା ସଂକ୍ରମିତ ହୋଇଛନ୍ତି , ତେବେ ଆପଣ ପ୍ରଥମେ ଅକ୍ସିମିଟର ସାହାଯ୍ୟରେ ନିଜର ଅମ୍ଳଜାନ ର ପରିମାଣ କୁ ଚେକ କରାନ୍ତୁ । ଯଦି ଆପଣଙ୍କୁ କିଛି ଅସୁବିଧା ହେଉଅଛି ତେବେ ପରିବାର ଲୋକଙ୍କୁ ଜଣାନ୍ତୁ ।

ଏହାଛଡା ଆପଣଙ୍କୁ ଯଦି ବିଶେଷ କିଛି ଶିମଟନ ପରିଲକ୍ଷିତ ହେଉନାହିଁ, ଅଳ୍ପ ହାଲିଆ ଅଥବା ଜ୍ଵର ଆସିଲା ଭଳି ଅନୁଭୂତି ହେଉଅଛି, ତେବେ ଆପଣ ପାରାସିଟାମୋଲ ଟାବ୍ଲେଟ ନିଅନ୍ତୁ । ଏହା ସହିତ ଭିଟାମିନ-C ଥିବା ଟାବ୍ଲେଟ, ଭିଟାମିନ-D ଥିବା ଜିଙ୍କ ମେଡ଼ିସିନ ନେଲେ ଆପଣଙ୍କୁ ଆରାମ ମିଳିବ ଏବଂ ତାହା କିଛି ପରିମାଣରେ ଆପଣଙ୍କୁ ସୁସ୍ଥ ରଖି ପାରିବ । ବନ୍ଧୁଗଣ ଆପଣଙ୍କର ଏହି ବିବରଣୀ ଟିକୁ ନେଇ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *