କରୋନା ପଜେଟିଭ ଥିଲେ ଟୀକା ନେବେ କି ନାହିଁ? ଜାଣନ୍ତୁ କଣ କହୁଛନ୍ତି Doctor

ବନ୍ଧୁଗଣ, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଧେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି ଯେ, ଯଦି ଆପଣ କରୋନା ପଜେଟିଭ ଅଛନ୍ତି ତେବେ ଆପଣ ଟୀକା ନ ନେବାଟା ହିଁ ଉଚିତ୍ ହେବ । ବନ୍ଧୁଗଣ ଯଦି ଆପଣ ଏହିଭଳି ପରିସ୍ଥିତି ରେ ଟୀକା ନିଅନ୍ତି ତେବେ ଆପଣଙ୍କ ଶରୀର ଭଲ ହେବା ପରିବର୍ତେ ସ୍ଥିତି ଅଧିକ ବିଗିଡି ଯିବ ବୋଲି କହିଛନ୍ତି ଡାକ୍ତର ଲକ୍ଷ୍ମୀଧର ସାହୁ । ବନ୍ଧୁଗଣ ସଂକ୍ରମିତ ଥିବା ଅବସ୍ଥାରେ ଯଦି ଆପଣ ଟୀକା ନିଅନ୍ତି ତେବେ ଶରୀରକୁ ତାହା ଅଧିକ କ୍ଷୟ ପହଞ୍ଚାଇବ । ନାଗରିକ ଙ୍କ ଟୀକାକରଣ କେନ୍ଦ୍ର ଉଦ୍ଘାଟନ ରେ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଡାକ୍ତର ଲକ୍ଷ୍ମୀଧର ସାହୁ ।

ବନ୍ଧୁଗଣ ଡାକ୍ତର ଏହା ମଧ୍ୟ କହିଛନ୍ତି ଯେ, କିଏ ପାଜେଟିଭ୍ ତଥା କିଏ ନେଗେଟିଭ୍ ତାହା ଆମ୍ଭ ମାନଙ୍କୁ ଜଣାନାହିଁ । କେଉଁ ମାନେ ଲୁଚାଇକି ମଧ୍ୟ ବୁଲୁଛନ୍ତି ତାହା ଜଣାନାହିଁ ମାତ୍ର ଆପଣ ମାନଙ୍କୁ ବିନୀତ ଅନୁରୋଧ କି ଏହିଭଳି ଭୁଲ କରନ୍ତୁ ନାହିଁ । ଯଦି ଆପଣା ମାନେ ଏହି ମହାମାରୀ ସଂକ୍ରମଣକୁ ଲୁଚାଇ ଟୀକା ଗ୍ରହଣ କରିବେ ତେବେ ଆପଣ ଅଧିକ ଗୁରୁ୍ତ୍ଵପୂର୍ଣ୍ଣ  ହୋଇଯିବେ ।

ଆପଣ ନାନା ପ୍ରକାର ଅସୁବିଧାର ସମୁଖୀନ ହେବେ ଏତତ ବ୍ୟତୀତ ଆପଣଙ୍କୁ ପଚାରିବାକୁ ମଧ୍ୟ କେହି ପରିବାର ବର୍ଗ ପାଖରେ ନଥିବେ । ବନ୍ଧୁଗଣ ଜାଣିଶୁଣି ନିଜ ବିପଦ କୁ ଆଦୌ ଆୱାହନ କରନ୍ତୁ ନାହିଁ । ବର୍ତ୍ତମାନ ସ୍ଥିତି କେତେ ଗମ୍ଭୀର ହେଲାଣି ଆପଣ ମାନେ ତାହା ଦେଖିଲେଣି । ଏହି ସମୟରେ ଯଦି ଆମ୍ଭେମାନେ ସରକାର ତଥା ଡାକ୍ତରଙ୍କ ପରାମର୍ଶ କ୍ରମେ ନିୟମ ଗୁଡ଼ିକ ପାଳନ ନ କରି ଜୀବନ ଜାପନ କରନ୍ତି ତେବେ ତାହା ସମଗ୍ର ବିଶ୍ବ ପାଇଁ ବିପଦ ଆଣିଦେବ । କାରଣ ଏହି ସଂକ୍ରମଣ ବର୍ତ୍ତମାନ ଏତେ ତୀବ୍ର ଗତିରେ ଭୟାନକ ଭାବେ ବଢ଼ି ଚାଲିଛି ତାହା ଆପଣ ମାନଙ୍କୁ ଦର୍ଶାଇବା ଉଚିତ୍ ନୁହେଁ ।

ବନ୍ଧୁଗଣ ବର୍ତ୍ତମାନ ସ୍ଥିତି ରେ ସରକାର ମଧ୍ୟ ନିୟମ ଗୁଡ଼ିକୁ କଡାକଡି କରି ସାରିଲେଣି । ଏବେ ପର୍ଯ୍ୟନ୍ତ ବହୁତ୍ ଲୋକ ନିଜର ପ୍ରାଣ ହରାଇ ସାରିଲେଣି । ବର୍ତ୍ତମାନ ମଧ୍ୟ ଅଧିକାଂଶ ଜୀବନ ସହିତ ସଂଘର୍ଷ କରୁଛନ୍ତି । ଏଥିରୁ ବର୍ତିବା ବହୁତ୍ କଠିନ ଅଟେ । ବନ୍ଧୁଗଣ ଏହା କେବଳ ଶରୀର କୁ କ୍ଷୟ କରିବା ସହିତ ଆର୍ଥିକ ତଥା ପରିବାର ବର୍ଗ ଙ୍କର ମାନସିକ ଅବସ୍ଥା ରେ ମଧ୍ୟ ପ୍ରଭାବ ପକାଉଛି । ଏଣୁ ଆପଣ ମାନଙ୍କୁ ବିନୀତ ଅନୁରୋଧ କି ଯଦି ଆପଣ ସଂକ୍ରମିତ ହୋଇଛନ୍ତି ଲୁଚି କି ଟୀକା ନିଅନ୍ତୁ ନାହିଁ, ଏହା ସହିତ ନିଜର ମନୋବଳ କୁ ଦୃଢ଼ କରି ଡାକ୍ତରଙ୍କ ସହିତ ପରାମର୍ଶ କରି ନିଜର ଟ୍ରିଟମେଣ୍ଟ ଆରମ୍ଭ କରନ୍ତୁ ।

ବନ୍ଧୁଗଣ ବିଶ୍ୱାସ ମୂଳରେ ଭଗବାନ ଏହା ସମସ୍ତଙ୍କୁ ଜଣା । ଏଣୁ ଆପଣ ବିଶ୍ୱାସ ରଖନ୍ତୁ ଯେ ଆପଣଙ୍କର ଏହି ଭୟାନକ ସଂକ୍ରମଣ କିଛି କରି ପାରିବ ନାହିଁ । ଏତତ ବ୍ୟତୀତ ଯେଉଁ ମାନେ ଏହି ସଂକ୍ରମଣରୁ ଦୂରରେ ଅଛନ୍ତି ସେମାନେ ନିଜର ଧ୍ୟାନ ରଖନ୍ତୁ । ନିୟମିତ ଭାବେ ମାକ୍ସ ତଥା ସେନିଟାଇଜ ବ୍ୟବହାର କରନ୍ତୁ । ସବୁଜ ପନିପରିବା ତଥା ଫଳ ମୂଳର ଆହାର କରନ୍ତୁ  । ଏହା ଆପଣଙ୍କ ଶରୀରରୁ ଭିଟାମିନ ପ୍ରଦାନ କରିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *