କରୋନା ପାଇଁ ଆଉ ଗୋଟେ ଭ୍ୟାକ୍ସିନ ଲୋକଙ୍କ ଉପରେ ଟ୍ରାୟଲ, ସଫଳ ହେଲେ ୫୦ ଲକ୍ଷ ଡୋଜ ତିଆରି ହବ

କରୋନା ଭାଇରସ ସଂକ୍ରମଣ ମଝିରେ ବୈଜ୍ଞାନିକ ମାନେ ଏହାର ଭ୍ୟାକ୍ସିନ ବନେଇବାରେ ବ୍ୟସ୍ତ ଅଛନ୍ତି, କିଛି ଦେଶ ଭ୍ୟାକ୍ସିନ ପ୍ରଗତି ଉପରେ କିଛି ଭଲ ଖବର ଶୁଣିବାକୁ ଦେଇଛନ୍ତି, କିନ୍ତୁ କ୍ଲିନିକାଲ ପ୍ରକ୍ରିୟା ଟ୍ରାୟଲକିଛି ଅଧିକ ଲମ୍ବା ସମୟ ନେଉଅଛି, ଯାହା କାରଣ ପାଇଁ ଅଧିକ ସମୟ ଲାଗୁଛି । ଖବର ଅନୁଯାଇ ଏଥିରୁ ୧୩ଟି ଭ୍ୟାକ୍ସିନ କ୍ଲିନିକାଲ ଟ୍ରାୟଲ ଫେଜରେ ଅଛି, ବ୍ରିଟେନ ଅକ୍ଶଫୋର୍ଡ ୟୁନିଭର୍ସିଟି ଏହି ଭ୍ୟାକ୍ସିନ ରେଶରେ ଆଗ ଚାଲିଛି, ତେବେ ଏହି ଭ୍ୟାକ୍ସିନ ପ୍ରାୟତଃ ଅନ୍ତିମ ଫେଜରେ ଅଛି ।

Image Courtesy: Google

ଅକ୍ଶଫୋର୍ଡରିସର୍ଚ ଉପରେ ଭାରତ ଶିରମ ଇଣ୍ଡିଆ ଇଂଷ୍ଟିଟ୍ଯୁଟ ଉତ୍ପାଦନ କରିବେ, ଦୁନିଆ ସାରା ଭ୍ୟାକ୍ସିନ ଉତ୍ପାଦନ କ୍ଷେତ୍ରରେ ଏହି ଭାରତୀୟ କମ୍ପାନୀ ବଡ ନା ଅଟେ । ବ୍ରିଟେନରେ ଆହୁରି ଗୋଟେ ଭ୍ୟାକ୍ସିନ ଲୋକଙ୍କ ଉପରେ ଟ୍ରାୟଲ କରିବା ଆରମ୍ଭ କରିଛନ୍ତି, ପଶୁଙ୍କ ଉପରେ ସଫଳ ଟ୍ରାୟଲ ପରେ ବୈଜ୍ଞାନିକ ମାନେ ଦାବା କରିଛନ୍ତି ଯେ ବହୁତ ଶୀଘ୍ର ଖୁସି ଖବର ମିଳି ପାରେ । ବ୍ରିଟେନରେ ଆହୁରି ଗୋଟେ କରୋନା ଭ୍ୟାକ୍ସିନ ଲୋକଙ୍କ ଉପରେ ପ୍ରଶିକ୍ଷଣ ପାଇଁ ତିଆରି ହୋଇଯାଇଛି, ଲଣ୍ଡନ ଇମ୍ପିରିଅଲ କଲେଜ ରେ ୩୦୦ ଲୋକଙ୍କ ଉପରେ ଏହି ଟ୍ରାୟଲ କରା ଯିବ ବୋଲି କୁହାଯାଉଛି ।

Image Courtesy: Google

ପ୍ରୋଫେସର ରବୀନ ଶଟୋକ ଏହି ଟ୍ରାୟଲ ନେତୃତ୍ଵ କରୁଛନ୍ତି, ଇମ୍ପିରିଅଲ କଲେଜ ଲଣ୍ଡନରେ ଲୋକଙ୍କ ଉପରେ ଏହି ଭ୍ୟାକ୍ସିନ ଟ୍ରାୟଲ କରିବା ଆଗରୁ ଏହି ଭ୍ୟାକ୍ସିନ ପଶୁ ମାନଙ୍କ ଉପରେ କରା ଯାଇଥିବା ଟ୍ରାୟଲ ସଫଳ ହୋଇଛି । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଏହି ଭ୍ୟାକ୍ସିନ ଦ୍ଵାରା ଇମ୍ଯୁନିଟି ବହୁତ ଭଲ ହୋଇଥାଏ ଓ ମଣିଷକୁ ରୋଗ ସହ ଲଢିବା ପାଇଁ ଶକ୍ତି ମିଳିଥାଏ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯଦି ଭ୍ୟାକ୍ସିନ ମଣିଷ ଉପରେ ସଫଳ ହେଲା ତେବେ ଏହାର ଡୋଜ ୩୦୦ ଟଙ୍କା ଠାରୁ କମ ରେ ଉପଲବ୍ଧ କରାଯିବ । ତେବେ ଏହା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କରୋନା ଦ୍ଵାରା ବ୍ରିଟେନ ମଧ୍ୟ ଗ୍ରସ୍ତ ଅଛି, ଭ୍ୟାକ୍ସିନ ପାଇଁ ଏଠାର ବୈଜ୍ଞାନିକ ମାନେ ନିଜ ବେସ୍ଟ ଦବା ପାଇଁ ଚେଷ୍ଟା କରୁଛନ୍ତି ।

Image Courtesy: Google

ପ୍ରୋଫେସର ଶେଟାକ ଅନୁଯାଇ ଯଦି ମନୁଷ୍ୟ ଶରୀର ଉପରେ ଭ୍ୟାକ୍ସିନ ଟ୍ରାୟଲରେ ଏହି ଚରଣ ସଫଳ ହୋଇଲା ତେବେ ଆର ଚରଣରେ ୬୦୦୦ ଲୋକଙ୍କ ଉପରେ ଏହା ଟ୍ରାୟଲ କରାଯିବ । ତେବେ ଯୋଜନା ଅନୁଯାଇ ହେଲେ ମଧ୍ୟ ଏହି ବର୍ଷ ଅନ୍ତିମ ପର୍ଯ୍ୟନ୍ତ ବି ଭ୍ୟାକ୍ସିନ ଉପଲବ୍ଧ ହୋଇ ପାରିବ ନାହିଁ । ପୁରା ଦୁନିଆରେ ୧୨୦ ଜାଗାରେ କରୋନା ପାଇଁ ଭ୍ୟାକ୍ସିନ ବନେଇବା ପାଇଁ ପ୍ରୟାସ ଚାଲିଛି, ଏଥିରୁ ୧୩ଟି ଜାଗା ରେ କ୍ଲିନିକଲ ଟ୍ରାୟଲ ପର୍ଯ୍ୟନ୍ତ ଯାଇଛି, ଏହି ୧୩ଟି ଜାଗା ନାମ ପାଞ୍ଚ ଚୀନ, ୩ ଆମେରିକା, ୨ ବ୍ରିଟେନ, ଅଷ୍ଟ୍ରେଲିଆ, ରୁସ ଏବଂ ଜର୍ମାନୀ ରେ ଗୋଟେ ଗୋଟେ ଜାଗାରେ ଟ୍ରାୟଲ ଚାଲିଛି ।

Leave a Reply

Your email address will not be published. Required fields are marked *