କରୋନା ଆତଙ୍କ : ଯଦି ଅଫିସ ଯିବା ଅତି ଆବଶ୍ୟକ ଅଟେ ତେବେ ରୁହନ୍ତୁ ସାବଧାନ- ଆପଣାନ୍ତୁ ଏହି ଉପାୟ

ଭାରତରେ କରୋନା ଧିରେ ଧିରେ ବଢିବାକୁ ଲାଗିଛି, ଏହା ଠାରୁ ବଞ୍ଚିବାର ବା ଏହାକୁ ଅଟକେଇବାର ସବୁଠାରୁ ଭଲ ଉପାୟ ନିଜକୁ ଭିଡ ଜାଗାରୁ ଦୂରେଇ ରଖନ୍ତୁ ଓ ସଫା ସୁତୁରା ରଖିବା ପାଇଁ ଚେଷ୍ଟା କରନ୍ତୁ । ଏମିତି ସମୟରେ ବହୁତ କମ୍ପାନୀ ଲୋକଙ୍କୁ ଘରୁ କାମ କରିବା ପାଇଁ ସୁବିଧା ଦଉଛନ୍ତି, ୟୁରୋପୀୟ ଦେଶରେ ପ୍ରାୟତଃ କମ୍ପାନୀ ଲୋକଙ୍କୁ ଘରେ ବସି କାମ କରିବା ପାଇଁ ସୁବିଧା ଦେଇଛନ୍ତି, କିନ୍ତୁ କେତେ ଏମିତି ଜାଗା ଅଛି ଯେଉଁଠି ଏବେ ବି ଲୋକଙ୍କୁ ଅଫିସ ଯିବାକୁ ପଡୁଛି ।

ପ୍ରଥମ କଥା ଯଦି ଆପଣ ଅସୁସ୍ଥ ଅଛନ୍ତି ତେବେ ଛୁଟି ନିଅନ୍ତୁ, ଅଫିସ ଆସିବା ସବୁ ଲୋକଙ୍କ ଥର୍ମଲ ଯାଞ୍ଚ କରିବା ଉଚିତ ।

ଥର୍ମଲ ଯାଞ୍ଚରେ ଲୋକ ତାପମାତ୍ରା ଯାଞ୍ଚ କରା ଯାଇଥାଏ । କାର୍ଯ୍ୟସ୍ଥଳର ଜାଗା ଜାଗାରେ ହାତ ଧୋଇବା ପାଇଁ ସାନିଟାଇଜର ରଖା ହୋଇଥିବା ଦରକାର ଅଟେ, ବାୟୋମେଟ୍ରିକ ଆଗରୁ ବନ୍ଦ କରା ଯାଇଛି । ଆପଣଙ୍କ ଡେସ୍କ ରେ ଥିବା ସବୁ ଜିନିଷ କୀଟାଣୁନାଶକ ଦ୍ଵାରା ସଫା କରା ଯାଇଥିବା ଉଚିତ, ଏମିତି ଜିନିଷ ଦ୍ଵାରା ସଫା କରିବା ଉଚିତ ଯାହା ସଫା କରିବାର ୨ ମିନିଟ ପର୍ଯ୍ୟନ୍ତ ଓଦା ରହିବା ଉଚିତ । ଏହା ବହୁତ ଆବଶ୍ୟକ ଯେ ଆପଣ ନିଜ ସେଲଫୋନ, ନିଜ କି ବୋର୍ଡ ଓ ମାଉସ କୁ କୀଟାଣୁ ରହିତ ରଖନ୍ତି ଏହା ଆପଣଙ୍କ ପାଇଁ ଲାଭଦାୟ ଅଟେ ।

ମିଟିଙ୍ଗ ସମୟରେ କଣ କରିବା ଉଚିତ :

– ମିଟିଙ୍ଗ ରେ ହାତ ମିଶାନ୍ତୁ ନାହିଁ, ପୁରା ଦୁନିଆ ଏବେ ହାତ ମିଶେଇବା ଛାଡି ଭାରତ ପରମ୍ପରା ଅନୁଯାଇ ନମସ୍କାର କରୁଛନ୍ତି, ଆପଣ ମଧ୍ୟ ଏହାକୁ ଆପଣାନ୍ତୁ । ଯେତେ ପାରୁଛନ୍ତି ଭିଡିଓ କଂଫରେନ୍ସ କରନ୍ତୁ ।

– ଭିଡ ଜାଗା ରେ ଯାଆନ୍ତୁ ନାହିଁ, ବହୁତ ଲୋକଙ୍କୁ ମିଟିଙ୍ଗ ପାଇଁ ଏକତ୍ର କରନ୍ତୁ ନାହିଁ, ଅଲଗା ଅଲଗା କିଛି କିଛି ଲୋକଙ୍କ ମଧ୍ୟରେ ମିଟିଙ୍ଗ କରନ୍ତୁ । ଏମିତି ଜାଗାରେ ମିଟିଙ୍ଗ କରନ୍ତୁ ଯେଉଁଠି ପବନ ଯିବା ଆସିବା ପାଇଁ ଜାଗା ଥାଉ ବା ଖୋଲା ଜାଗାରେ ମିଟିଙ୍ଗ କରନ୍ତୁ ।

– ଖାଦ୍ୟ ବାଣ୍ଟି ଖାଇବା ବନ୍ଦ କରନ୍ତୁ ଓ ଅଫିସ କ୍ଯାନ୍ଟୀନ ରେ କାମ କରୁଥିବା ଲୋକଙ୍କୁ ସଫା ସୁତୁରା ହୋଇ ରୋଷେଇ କରିବା ପାଇଁ କୁହନ୍ତୁ ।

– ଏମିତି ଜାଗା ଯେଉଁଠି ସମସ୍ତେ ହାତ ମାରୁଛନ୍ତି ସେଠି ହାତ ଲଗାନ୍ତୁ ନାହିଁ ବା ଯଦି ବି ଲଗଉଛନ୍ତି ତେବେ ହାତ ସାବୁନ ରେ ଧୋଇ ନିଅନ୍ତୁ ।

Leave a Reply

Your email address will not be published. Required fields are marked *