ସିଲିଣ୍ତର ଫାଟି ଜୀବନ୍ତ ଦଗ୍ଦ ହୋଇଗଲେ ମା ବାପା ଓ ପୁଅ – ପଢନ୍ତୁ କିପରି ହେଲା ଏମିତି ଅଘଟଣ ଏବଂ ସତର୍କ ହୁଅନ୍ତୁ

ଦୈନିକ ଭାସ୍କର ଖବର ଅନୁସାରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ବହୋଡାପୁର କ୍ଷେତ୍ରରେ ବିନୟ ନଗର ସେକ୍ଟର ୨ ରେ ଏକ ଘରେ ବଡ ଧରଣର ଧମାକା ହୋଇ ନିଆଁ ଲାଗିଯାଇଥିଲା । ଏଲ୍ ପିଜି ସିଲିଣ୍ତର ଗ୍ୟାସ୍ ଲିକ୍ ହେବା କାରଣରୁ ସୋମବାର ରାତି ୮.୩୦ ସମୟରେ ଏହି ଘଟଣା ଘଟିଛି ।  ଏହି ରୁମ୍ ରେ ଥିବା ଭାରତ କୁଶୱାହ(୪୦ ବର୍ଷ) ତାଙ୍କର ସ୍ତ୍ରୀ ବାସନ୍ତି(୩୫ ବର୍ଷ) ପୁଅ ଅର୍ଜୁନ୍ (୧୨ ବର୍ଷ) ଜୀବନ୍ତ ଜଳିଗଲେ । କିଛି ସେକେଣ୍ତ ମଧ୍ୟରେ ପୁରା ରୁମ୍ ନିଆଁ ଲାଗିଯାଇଥିଲା ଓ ତିନିଜଣ ପରିବାର ସଦସ୍ୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଗଲା ।

୧୭ ବର୍ଷର ଝିଅ ଦୀପା କହିଥିଲା କି ମୁଁ ତଳେ ଜେଜେମାଙ୍କ ରୁମ୍ ରେ ଟିଭି ଦେଖୁଥିଲୁ ଉପର ରୁମ୍ ରେ ବାପା ମା ଓ ଛୋଟ ଭାଇ ଥିଲେ । ମା ବାପାଙ୍କ ପାଇଁ ଚାହା ନେଇକରି ଛାତ ଉପରକୁ ଗଲେ । ଭାଇ ଭିତରେ ମୋବାଇଲ୍ ଚଲାଉଥିଲା । ଚାହା ବନାଇବାପରେ ସିଲିଣ୍ତରରୁ ଗ୍ୟାସ ଶେଷ ହୋଇଯାଇଥିଲା ତେବେ ମା ବାପାଙ୍କୁ ଡକାଇଲେ । ବାପା ଦ୍ୱିତୀୟ ସିଲିଣ୍ତର ଲଗାଇଲେ । ମୁଁ କେବଳ ଏତିକି କଥା ଶୁଣିଥିଲି । ତାହାପରେ ଏକ ବିସ୍ପୋରଣ ହେଲା । ମୁଁ ସିଡି ପଟେ ଗଲି ତେବେ ରୁମ୍ ରେ ନିଆଁ ଲାଗିଯାଇଥିଲା ।

ନିଆଁରେ କିଛି ବି ଦେଖାଯାଉନଥିଲା । ମୋତେ ମା ବାପା ଓ ଭାଇର ଚିତ୍କାର ଶୁଣିବାକୁ ମିଳୁଥିଲା । ଜେଜେ ମା ମୋତେ ବାହାର ଆଡକୁ ନେଇଗଲେ । ମୋ ମା ବାପା ଓ ଭାଇ ମୋ ଆଖି ଆଗରେ ସମସ୍ତେ ଜଳିଗଲେ । ମୁଁ କିଛି ବି କରିପାରିଲି ନାହିଁ । ଦୁର୍ଘଟଣା ୧୫ ମିନିଟ୍ ପୂର୍ବରୁ ଦୀପା ନିଜ ଭାଇ ଅର୍ଜୁନ୍ କୁ ଟିଭିରେ ତାର ପ୍ରିୟ ସିରିଏଲ୍ ଦେଖିବାକୁ ଡାକୁଥିଲା । ଯେବେ ସେ ନିଜ ଭାଇର ଅର୍ଦ୍ଧଦଗ୍ଧ ଶରୀର ଜଳିଯାଇଥିବାର ଦେଖିଲା ତେବେ ସେ ଅଚେତ ହୋଇଗଲା ।

ମୃତ ଭାରତ ସିଂ ଏକ ମୁଲିଆ ଥିଲେ ଓ ତାଙ୍କର ଚାରୋଟି ସନ୍ତାନ ଥିଲେ । ଆର୍ଥିକ ସ୍ଥିତି ଦୂର୍ବଳ ଥିବାରୁ ଦୁଇ ପୁଅ ଦୀପକ ଓ କରନ୍ କପଡାର ଦୋକାନରେ ଚାକିରି କରୁଥିଲେ । ଯାହା ଦ୍ୱାରା ସେ ବାପାଙ୍କୁ ଆର୍ଥିକ ଅବସ୍ଥା ସୁଧାରିବାରେ ସାହାଯ୍ୟ କରିବେ । ଯେଉଁଦିନ ଏହି ଘଟଣା ହେଲା ତେବେ ଦୁଇ ଭାଇ ଚାକିରି ଉପରକୁ ଚାଲିଯାଈଥିଲେ । ଘରେ ଭଉଣୀ ଦୀପା ଓ ଛୋଟ ଭାଇ ଅର୍ଜୁନଙ୍କ ବାପା ମା ଙ୍କ ସହ ଥିଲା । ଜଣାଯାଏ ଯେ ସିଲିଣ୍ତର ଫାଟି ନଥିଲା । ଯଦି ସିଲିଣ୍ତର ଫାଟି ଥାନ୍ତା ତେବେ ଆଖପାଖ ଘର ନିଆଁରେ ଫଶିଯାଇଥାନ୍ତେ । କାରଣ ସବୁ ଘର ପାଖାପାଖି ଲାଗିକରି ଥିଲା । ତେବେ କେମିତି ଏହି ଦୁର୍ଘଟଣା ହେଲା ସେ ବିଷୟରେ ଏବେ ବି ଛାନବିନ ଚାଲିଛି ।

Leave a Reply

Your email address will not be published. Required fields are marked *