ଦାନ୍ତ ହଳଦିଆ ହୋଇଯାଉଛି କି ତେବେ ଜାଣନ୍ତୁ ଏହାର କାରଣ ଓ ସମାଧାନ? Dr Arpita Dash

ପ୍ରାୟତଃ ଲୋକମାନଙ୍କର ଆଜିକାଲି ଦାନ୍ତ ସମସ୍ୟା ଦେଖା ଦେଲାଣି । କହିବାକୁ ଗଲେ ସମସ୍ତଙ୍କର ଦାନ୍ତ ଧଳା ନ ଥାଏ । ପ୍ରତ୍ୟକ ବ୍ୟକ୍ତିର ଦାନ୍ତ ରଙ୍ଗ ଅଲଗା ଅଲଗା ଥାଏ । କାହାର ପୁରା ଧଳା ଥାଏ ତ କାହାର ଅଳ୍ପ ହଳଦିଆ ଥାଏ । ସମସ୍ତଙ୍କର ଦାନ ଓ ଦାନ୍ତର ରଙ୍ଗ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଆମେ ସବୁଦିନ ଯେଉଁ ସବୁ ଖାଦ୍ୟ ଖାଉ ଯେମିତି କି ଫାଷ୍ଟ ଫୁଡ, କୋଲ୍ଡ ଡ୍ରିଂକ୍ସ ଓ ଫଳ ଇତ୍ୟାଦି ଯୋଗୁ ବି କେତେକ ଲୋକମାନଙ୍କର ଦାନ୍ତର ରଙ୍ଗ ଚେଞ୍ଜ ହୋଇଥାଏ ।

ବେଳେ ବେଳେ ଏହି ସବୁ ଖାଦ୍ୟ ପାଇଁ ଦାନ୍ତ ହଳଦିଆ ବି ପଡିଯାଏ । କେତେକ ଲୋକମାନେ ଦିନ ରାତି ପାନ ଚୋବାଇ ଥାନ୍ତି ଯାହାକି ତାଙ୍କର ଦାନ୍ତକୁ ନଷ୍ଟ କରିବା ସହିତ ଓ କେବଳ ଦାନ୍ତ ନୁହେଁ ମାଢି ଓ ଜିଭ ପାଟିର ରଙ୍ଗ ବି ଚେଞ୍ଜ ହୋଇଯାଏ ଓ ନାଲି ନାଲି ପଡିଯାଏ ।

ପାଣିରେ Fluoride content ଯେତେବେଳେ ଅଧିକ ହୋଇଯାଏ ତେବେ ସେତେବେଳେ ବି ଦାନ୍ତ ଖରାପ ହୋଇଥାଏ । ଯେତେବେଳେ ପିଲାମାନଙ୍କର ଦାନ୍ତ ଉଠୁଥାଏ ସେହି ସମୟରେ Fluoride content ବହୁତ ଅଧିକ ହୋଇଯାଏ ତେବେ ସେହି ସମୟରେ ଦାନ୍ତ ନଷ୍ଟ ହୋଇଯାଏ । ଯଦି ଦାନ୍ତ ଅତ୍ୟଧିକ ହଳଦିଆ ହୋଇ ଯାଉଛି ତେବେ ଏହାକୁ food scene କୁହାଯାଏ ଓ ଏହାକୁ ସହଜରେ ଠିକ କରିହେବ ।

ଯେଉଁ ଲୋକମାନେ ଅତ୍ୟଧିକ ସ୍ମୋକିଂ କରନ୍ତି ସେମାନଙ୍କ ଦାନ୍ତ ବି କଳା ପଡିଯାଏ । ପାଟିର ଉପର ଅଂସ ବି କଳା ପଡିଯାଏ । ଏହିଭଳି ମାମଲାରେ ଦାନ୍ତକୁ ପଲିସ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । କିନ୍ତୁ ସବୁବେଳେ ଧ୍ୟାନ ଦେବେ କି ଯଦି ଆପଣ ଦାନ୍ତର କୌଣସି ବି ପ୍ରକାରର ଚିକିତ୍ସା କିମ୍ବା ପଲିସ କରୁଛନ୍ତି ତେବେ ପୁଣି ଥରେ ନିଜର ପୁରୁଣା ଖରାପ ଅଭ୍ୟାସକୁ ଫେରି ଯିବେ ନାହିଁ ।

ଆପଣ ନିଜର ସମସ୍ତ ଖରାପ ଅଭ୍ୟାସକୁ ଗୋଟିଏ ଦିନରେ ଯଦି ବନ୍ଦ କରି ପାରୁ ନାହାନ୍ତି ତେବେ ଧୀରେ ଧୀରେ ସେହି ସମସ୍ତ ଖରାପ ଅଭ୍ୟାସ ଠାରୁ ନିଜକୁ ଦୂରେଇ ନିଅନ୍ତୁ । ୩ ଓ ୬ ମାସକୁ ଥରେ ଥରେ ଡାକ୍ତରଙ୍କ ଚେକଅପ କରାନ୍ତୁ । ଆପଣଙ୍କ ଦାନ୍ତର କଣ୍ଡିସନ ଆଗ ଭଳି ହୋଇଯିବେ ଓ ଦାନ୍ତ ପୁରା ଧଳା ଦେଖାଯିବ ।

Leave a Reply

Your email address will not be published. Required fields are marked *