ଗୁରୁବାର ରାତି ଚୁପଚାପ 10 ଟଙ୍କାର ଏକ କଏନ ରଖି ଦିଅନ୍ତୁ ଏଇଠି…. 24 ଘଣ୍ଟା ମଧ୍ୟରେ ଆସିବ ପଇସା

ଆପଣ ମାନେ ଜାଣିଥିବେ ଗୁରୁବାର ହେଉଛି ମା ଲକ୍ଷ୍ମୀଙ୍କର ପ୍ରିୟ ବାର । ଏହି ଦିନ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କର ପୂଜା ଆରାଧନା କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଗୁରୁବାର ଦିନକୁ ସୌଭାଗ୍ୟ ର ବାର ମଧ୍ୟ କୁହାଯାଏ । ଏହି ଦିନ ଆପଣ ଯେଉଁ ଶୁଭ କାମ କରିବେ ତାହା ନିଶ୍ଚିନ୍ତ ଭାବେ ସଫଳ ହେବ । ଯଦି ଆପଣ ଜୀବନରେ ସୁଖ ଶାନ୍ତି ପାଇବାକୁ ଚାହୁଁଛନ୍ତି ବା ସଫଳତା ହାସଲ କରିବାକୁ ଚାହୁଁଛନ୍ତି ତେବେ ଆପଣ ମାନଙ୍କୁ ଗୁରୁବାର ଦିନ ଭଗବାନ ବିଶୁଣୁଙ୍କର ଏହି ଛୋଟିଆ ଉପାୟ କରିବାକୁ ହେବ ।

ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଧନ ସମ୍ପତି ବୃଦ୍ଧି ହେବା ସହ ଆପଣ ସବୁ ଦୁଖ ରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଟି କଣ ରହିଛି । ଭଗବାନ ବିଶୁଣୁଙ୍କୁ ସୁଖ ସମୃଦ୍ଧିର ଦେବତା ବୋଲି ମାନାଯାଏ । ଜୀବନରେ ସ୍ଥାୟୀ ଧନର ବାସ ଚାହୁଁଥିଲେ ଭଗବାନ ବିଶୁଣୁଙ୍କର ପୂଜା ପାଠ କରିବା ଉଚିତ । ଏହା ସହ ଗୁରୁ ଗ୍ରହର ମଧ୍ୟ ଆଶୀର୍ବାଦ ରହିବା ଜରୁରୀ ଅଟେ । ଏହି ଉପାୟ ଟି କରିବା ଏତେ ସହଜ ଓ ପ୍ରଭାବଶାଳୀ ଅଟେ ଯାହା କରିବା ପରେ ଏହାର ଶୁଭ ପରିଣାମ ଦେଖିବାକୁ ମିଳିଥାଏ ।

ତେବେ ଏହି ଉପାୟ କରିବା ପାଇଁ କିଛି ସାମଗ୍ରୀ ର ଆବଶ୍ୟକତା ରହିଛି । ପ୍ରଥମେ ଆପଣ ୧୦ ଟଙ୍କାର କଏନ ନିଅନ୍ତୁ । ଏହା ପରେ ଅଳ୍ପ ଚାଉଳ, ହଳଦୀ, ଗୋଟିଏ ତୁଳସୀ ପତ୍ର, ଓସ୍ତ ପାତ୍ର ଓ ତୁଳସୀ ଜଟା ନେବେ । ଏହା ପରେ ଏକ ହଳଦିଆ କପଡା ନିଅନ୍ତୁ । ଏହି ଉପାୟ ଟି ଗୁରୁବାର ଦିନ ସୂର୍ଯ୍ୟ ଅସ୍ତ ପରେ କରିବା ଉଚିତ । ଆପଣ ସନ୍ଧ୍ଯା ସମୟରେ ଏହି ଉପାୟ ଟି କରିବା ପରେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ ନିକଟରେ ଏକ ଦୀପ ଜଳାଇ ନିଜର ସମସ୍ଯା ବିଷୟରେ ଗୁହାରି କରିବେ ।

ନିଜର ଦୁର୍ଭାଗ୍ୟ ଦୂର କରିବା ପାଇଁ ବା ପିତୃ ଦୋଷ ଦୂର କରିବା ପାଇଁ ପ୍ରାର୍ଥନା କରିବେ । ଏହା ପରେ ହଳଦିଆ କପଡା ଉପରେ ୧୦ ଟଙ୍କିଆ କଏନ ରଖିବେ । ଏହା ପରେ ଚାଉଳକୁ ହଳଦୀରେ ମିଶାଇ କଏନ ଉପରେ ରଖିବେ । ଏହା ପରେ ଓସ୍ତ ପତ୍ର ଓ ତା ପରେ ତୁଳସୀ ପତ୍ର ଓ ଜଟା ରଖିବେ । ଏହା ପରେ ଆପଣ ବିଶୁଣୁ ସହସ୍ର ନାମ ପାଠ କରିବେ । ଏହି ଉପାୟର ପ୍ରୟୋଗ କରିବା ଦ୍ଵାରା ଭାଗ୍ୟ ବଦଳିବା ସହ ପିତୃ ଦୋଷ ଦୂର ହୋଇଥାଏ ।

ଏହା ବ୍ଯତୀତ ଧନର ମଧ୍ୟ ଆଗମନ ହୋଇଥାଏ । ଏହି ଉପାୟଟି ଗୁରୁବାର ଦିନ କରିବା ପରେ ତା ପର ଦିନ କୌଣସି ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ହଳଦିଆ କପଡାକୁ ଅର୍ପଣ କରି ଦିଅନ୍ତୁ । ଏହା ପରେ ଆପଣଙ୍କ ଭାଗ୍ୟ ଚମକିବାକୁ ଲାଗିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *