ଦାରିଦ୍ର୍ୟ ଭିତରେ ରହି ମଧ୍ୟ ଝଲସି ଉଠୁଛି ଚନ୍ଦନ ର ଶ୍ଵୋର, ଏମିତି ଗାଉଛନ୍ତି ଗୀତ କି ଶୁଣି ଭୁଲିଯିବେ ବଡ ବଡ Singer ଙ୍କୁ… ଦେଖନ୍ତୁ Video

ବନ୍ଧୁଗଣ, ସନ୍ତାନ ନିମନ୍ତେ ବାପା ମା ର ଆଶୀର୍ବାଦ ସହିତ ତାଙ୍କର ଅବସ୍ଥିତି ତାଙ୍କ ଜୀବନକୁ ସୁଖମୟ କରିଥାଏ । ମାତ୍ର ଆମ୍ଭେ ଆଜି ଯେଉଁ କାହାଣୀ ଟି ନେଇ ଆସିଛୁ ତାହା ସମ୍ବନ୍ଧରେ ଆପଣ ସଂପୂର୍ଣ୍ଣ ବିବରଣୀ ଜାଣିଲେ ମର୍ମାହାତ ହୋଇଯିବେ ।

ବନ୍ଧୁଗଣ ସଙ୍ଗୀତ ର ସ୍ଵପ୍ନ ଦେଖି ଗୀତ ଗଉଛି ଏହି ଯୁବକ । ପରିବାରରେ ବାପା ମା ଏବଂ ଚନ୍ଦନ । ମାତ୍ର ବାପା ଙ୍କ ଦେହାନ୍ତ ହେବା ପରେ ଦାରିଦ୍ର୍ୟ ର ସୀମା ରହିଲା ନାହିଁ । ଅବସ୍ଥା କ୍ରମଶ ଶୋଚନୀୟ ହୋଇଗଲା । ବନ୍ଧୁଗଣ ଏହି କାହାଣୀ ଟି ଏକ ଏଭଳି ପରିବାର ର ଅଟେ, ଯାହା ପାଖରେ ଦୁଇ ମୁଠା ଖାଇବାକୁ ନଥାଏ । ମାତ୍ର ବାପାଙ୍କ ଦେହାନ୍ତ ପରେ ଯୁବକ ଉପରେ ଘର ର ଦାଇତ୍ଵ ବଢି ଚାଲିଲା । ଏହାପରେ ଏହି ଗରିବୀ ତାଙ୍କୁ ଏକ ଏଭଳି କଳା ଶିଖାଇ ଦେଲା ଯେ ଯାହା ପ୍ରଶଂସା ର ମୁଖପାତ୍ର ହୋଇ ଉଠିଛି ।

ବନ୍ଧୁଗଣ ଗରିବୀ ତଥା ଆର୍ଥିକ ଅବସ୍ଥା ଯୋଗୁଁ ୨୨ ବର୍ଷ ର “ଚନ୍ଦନ ବାରିକ” ମାଟ୍ରିକ ପରେ ଆଉ ଅଧିକ ଶିକ୍ଷା ଗ୍ରହଣ କରି ପାରିଲେ ନାହିଁ । ମାତ୍ର ତାଙ୍କ ମଧ୍ୟରେ ଥିବା ସଙ୍ଗୀତ ର କଳାକୁ ଲୁଚାଇ ପାରି ନାହିଁ ଅଭାବ । ବନ୍ଧୁଗଣ ବାପା ଙ୍କର ଅକାଳ ବିୟୋଗ ପରେ ଘରର ସମସ୍ତ ଦାଇତ୍ଵ ନେଇଥିଲେ । ନିଜ ମା’ ଏବଂ ନିଜ ପେଟ ପୋଷିବା ପାଇଁ ଏକ ଦୋକାନ ରେ ସେଲ୍ସମ୍ୟାନ ଭାବରେ କାମ କଲେ ଚନ୍ଦନ ।

ମାତ୍ର ଦାଇତ୍ଵ ର ବୋଝ ନେଇ ଦୋକାନ ରେ କାମ କରୁଥିବା ବେଳେ ମଧ୍ୟ ସଙ୍ଗୀତ ର ସାରେଗାମା ତାଙ୍କୁ ପାଗଳ କରୁଅଛି । ବନ୍ଧୁଗଣ ଚନ୍ଦନ ଗୀତ ଗାଇ ତାହାକୁ ରେକର୍ଡ କରି ସୋ-ସି-ଆ-ଲ ମି-ଡି-ଆ ରେ ସେୟାର କରୁଛନ୍ତି । ବନ୍ଧୁଗଣ ଚନ୍ଦନ ଅତ୍ୟନ୍ତ ଭାବୁକ ହୋଇ ମି-ଡି-ଆ ଆଗରେ କହିଥିଲେ ଯେ, “ମୁଁ ଗୀତ ଗାଇବାକୁ ଭଲପାଏ । ଛୋଟବେଳୁ ମୋର ଗୋଟିଏ ଇଛା ଯେ, ମୁଁ ଗୀତ ଗାଇବି ।

ମୋର ବାପା ନାହାନ୍ତି ବର୍ତ୍ତମାନ ମୁଁ ଗୋଟିଏ ଦୋକାନ ରେ ରହି କାମ କରୁଛି । ବାପା ପିଲା ଦିନୁ ଚାଲି ଯାଇଛନ୍ତି । ଏଥିପାଇଁ ଘରର ସମସ୍ତ ଦାଇତ୍ଵ ବର୍ତ୍ତମାନ ମୋ ଉପରେ ଅଛି । ସଙ୍ଗୀତ ପ୍ରତି ମୋର ବହୁତ ରୁଚି ରହିଅଛି । ମାତ୍ର ଘରର ଅଭାବ ହେତୁ ମୁଁ ଆଗକୁ ବଢିପାରିଲି ନାହିଁ ।

ପଇସା ପତ୍ର ଅଭାବ ଯୋଗୁଁ ମୁଁ କୌଣସି ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରି ପାରିଲି ନାହିଁ । ବନ୍ଧୁଗଣ ଚନ୍ଦନ କହିଛନ୍ତି ଯଦି ମୋତେ କିଛି ସହଯୋଗ ମିଳେ ତେବେ ଭବିଷ୍ୟତ ରେ ସେ ଜଣେ ଭଲ ସିଙ୍ଗର ହେବେ ବୋଲି ଆଶା ରଖିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *