Breaking News: ଆସନ୍ତା 13ରେ ସବୁ Petrol ପମ୍ପ ବନ୍ଦ, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

କରୋନା ଯୋଗୁ ସମସ୍ତଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇ ଯାଉଛି । କେତେକଙ୍କ ପାଖରେ ତ ଖାଇବା ପାଇଁ ବି ଟଙ୍କା ନାହିଁ । କହିବାକୁ ଗଲେ ଲକଡାଉନ କାରଣରୁ ସମସ୍ତ କାର୍ଯ୍ୟ ବନ୍ଦ ହୋଇ ପଡିଛି । ନା ହିଁ ଲୋକମାନେ କାମ ପାଉଛନ୍ତି ଓ ନା ହିଁ ସେମାନଙ୍କୁ କୌଣସି ପ୍ରକାରର ଆର୍ଥିକ ସହୟତା ।

ଏମିତିରେ ସମସ୍ତେ ସରକାରଙ୍କ ସହାୟତା ଲୋଡିଛନ୍ତି । ସମସ୍ତେ ସରକାରଙ୍କୁ ନିବେଦନ କରୁଛନ୍ତି କି ସେମାନଙ୍କୁ କୌଣସି ବି ପ୍ରକାରରେ ସହାୟତା ମିଳୁ । ଲକଡାଉନ କାରଣରୁ କେତେକ ଲୋକମାନେ ନିଜର ଜୀବିକା ମଧ୍ୟ ହରାଇ ବସିଛନ୍ତି । ଅନ୍ୟ ପଟେ ଏହିଭଳି ଅଭାବ ସମୟରେ ସରକାର ସମସ୍ତ ଜିନିଷର ରେଟ ବୁଦ୍ଧି କରି ଚାଲିଛନ୍ତି । ଯେମିତି ଡାଲି, ଖାଇବା ତେଲ ଇତ୍ୟାଦି ସମସ୍ତ ଖାଦ୍ୟ ଜିନିଷର ମୂଲ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।

ରୋଜଗର ନ ଥିବା ସମୟରେ ଏହିଭଳି ମୂଲ୍ୟ ବଢିବା କାରଣରୁ ବର୍ତ୍ତମାନ ସାଧାରଣ ଜନତା ଚିନ୍ତାରେ ପଡି ଯାଇଛନ୍ତି । ଯଦି ପେଟ୍ରୋଲର ରେଟ ବିଷୟରେ କହିବା ତେବେ ପେଟ୍ରୋଲର ମୂଲ୍ୟ ବି ଆକାଶ ଛୁଇଁ ଗଲାଣି । ବର୍ତ୍ତମାନ ପେଟ୍ରୋଲର ମୂଲ୍ୟ ୧୦୦ । ଯାହାକି ଜଣେ ସାଧାରାଣ ଲୋକ ପାଇଁ ବହୁତ ହିଁ ଅଧିକ ଅଟେ । ଏହି କ୍ରମରେ ବର୍ତ୍ତମାନ ନବନିର୍ମାଣ ଯୁବ ସଂଗଠନ ଏହା ବିରୁଦ୍ଧରେ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି ।

ନବନିର୍ମାଣ ଯୁବ ସଂଗଠନର ଜଣେ ଅଧିକାରୀ କହିଛନ୍ତି କି ଲକଡାଉନ କାରଣରୁ ଯେତେବେଳେ ଲୋକମାନଙ୍କ ରୋଜଗାର ନାହିଁ ସେହି ସମୟରେ ସରକାର ସେମାନଙ୍କର କିଛି ସୁବିଧା ନ କରି ବର୍ତ୍ତମାନ ଅହରହ ପେଟ୍ରୋଲ ଓ ଡିଜେଲର ମୂଲ୍ୟକୁ ବୁଦ୍ଧି କରି ଚାଲିଛନ୍ତି ।

ମେ ୪ ରୁ ଜୁଲାଇ ୫ ତାରିଖ ମଧ୍ୟରେ ସରକାର ପାଖାପାଖି ୩୩ ଥର ପେଟ୍ରୋଲ ଓ ଡିଜେଲର ରେଟ ବୁଦ୍ଧି କରିସାରିଛନ୍ତି । ଯେତେବେଳେ କି ପେଟ୍ରୋଲର ଅସଲ ମୂଲ୍ୟ ହେଉଛି ୪୧ ଟଙ୍କା ଓ ଡିଜେଲ ୪୨ ଟଙ୍କା ଅଛି ।

ସରକାର ତେଲର ମୂଲ୍ୟକୁ ବାରମ୍ବାର ବଢାଇ ଆଜି ୧୦୦ ପାର କରି ଦେଇଛନ୍ତି । ଯାହାକୁ ନେଇ ଆସନ୍ତା ଜୁଲାଇ ୧୩ ତାରିଖରେ ସବୁ ପେଟ୍ରୋଲ ପମ୍ପ ବନ୍ଦର ଘୋଷଣା କରୁଛୁ । କହିଦେଉଛୁ କି ଆଜି ଠାରୁ ଓଡିଶାର ସବୁ ଜିଲ୍ଲାରେ ସବୁ ସହରରେ ସାଇକେଲ ଯାତ୍ରା କରି ସମସ୍ତ ପେଟ୍ରୋଲ ପମ୍ପରେ ଆମର ଦାବି ପତ୍ର ଦେବୁ । ପେଟ୍ରୋଲ ପମ୍ପ ପାଖରେ ଯେଉଁ ଥାନା ଅଧିକାରୀ ଅଛି ସେଠି ବି ଆମେ ଆମର ଆନ୍ଦୋଳନ ବିଷୟରେ ଅବଗତ କରାଇବୁ ।

ସେ ଆଗକୁ କହିଲେ କି ଓଡିଶାର ସରକାରଙ୍କ ଏହି ଶୋଷଣ ବିରୁଦ୍ଧରେ ଯୁବକ ସଂଘ, ସମସ୍ତ ଜନତାଙ୍କୁ ଏଥିରେ ସାମିଲ ହେବା ପାଇଁ ଆମେ ଆହ୍ଵାନ ଦେଉଛୁ । ଜୁଲାଇ ୧୩ ତାରିଖରେ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଯେଉଁ ବନ୍ଦ ଡାକରା ଦିଆ ଯାଇଛି ସେଥିରେ ସାମିଲ ହୋଇ ଏହାକୁ ସମରଥନ କରି ଏହି ଆଡୋଳନକୁ ସଫଳ କରାନ୍ତୁ ।

Leave a Reply

Your email address will not be published. Required fields are marked *