ଦାଦା ଓ ଖୁଡୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲା କୁନି ପୁତୁରା, ବଖାଣିଲା ନିର୍ଯ୍ୟାତନାର କାହାଣୀ, ଶୁଣନ୍ତୁ କଣ କହୁଛି କୁନି ପୁଅ

ମୋ ଦାଦା, ଖୁଡି ଆଉ ତାଙ୍କ ଭଉଣୀ ମିଶି ମୋତେ ମାଡ ମାରନ୍ତି ଏପରିକି ସେମାନେ ଚେଙ୍କ ଦିଅନ୍ତି । ମୁଁ ଏ କଷ୍ଟ ସହି ପାରୁନି ମୋତେ ପ୍ରତିଦିନ କାମ ବତାନ୍ତି ଆଉ ନିର୍ଯାତନା ମଧ୍ୟ ଦିଅନ୍ତି । ହଁ ଦର୍ଶକ ବନ୍ଧୁ ଜଣେ ୮ ବର୍ଷର ବାଳକ ନିଜ ଦାଦା, ଖୁଡିଙ୍କ ନାଁରେ ଆଣିଛି ଏଭଳି ସାଂଘାତିକ ଅଭିଯୋଗ । କୁନି ପୁଅର ଅଜା ଆଈ କଟକ ମର୍କତ ନଗର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । କୁନି ପୁଅଟି ଗଣମାଧ୍ୟମ ସାମ୍ନାରେ କହିଛି ମୋ ସାଙ୍ଗରେ ବହୁତ ଖରାପ ହେଲା ସେ ମୋତେ ଚେଙ୍କି ଦେଲେ । ଦାଦା, ଖୁଡି ମୋତେ ବାହାରେ ଛାଡି ଦିଅନ୍ତି ।

ମୋତେ ଲଙ୍ଗଳା କରି ବାହାରେ ଆଣ୍ଠେଇ ଦେଇଥଲେ । ମୋତେ ଭିକୁ ଦାଦା ଟାଇଲି ଉପରେ ଛାଡି ଦେଇଥିଲେ ରାତି ୯ଟା ଛାଡି ବାହାରେ ଫିଙ୍ଗି ଦେଇଥିଲେ । ମୋତେ ବେବି ମାଉସୀ ଯିଏ କି ପାୟଲ ଖୁଡୀଙ୍କ ଭଉଣୀ ମୋତେ ବହୁତ ମାଡ ମରନ୍ତି ।  ଲିକୁ ଦାଦା, ପାୟଲ ଖୁଡୀ, ଜେଜେ ବାପା ଆଉ ଜେଜେ ମାଆ ମୋତେ ବହୁତ ନିର୍ଯାତନା ଦେଉଛନ୍ତି । ମୁଁ ଜାଣିନି ସେ ଏମିତି କାହିଁକି କରୁଛନ୍ତି । ମୁଁ ଶେଠୀ ରହୁ ପଢୁଥିଲି କିନ୍ତୁ ମୁଁ ଯାହା ପଢି ନଥିବି ସେମାନେ ସେହି ମୋତେ ପଚାରନ୍ତି ।

ତା ପରେ ମୁଁ କିଛି କହିପାରେନି ତା ପରେ ସେ ମୋତେ ଚେଙ୍କ ମାରିଦେଲେ ମୋତେ ବହୁତ କାଟିଲା ଆଉ ମୁଁ ଛିଡା ହୋଇପାରିଲି ନାହି । ତା ପରେ ସେ ଛାଡି ଦେଲେ । ଆଈଙ୍କ ପାଖରେ ମାତ୍ର ୭ ବର୍ଷ ବଯସରୁ ପିଲାଟି ଆସି ରହୁଥିଲେ ଦାଦା ଖୁଡୀଙ୍କ ପାଖରେ । ମାଆ ଛେଉଣ୍ଡ ପିଲାଟି କଟକରେ ଦାଦା ଖୁଡୀଙ୍କ ସହ ମିଶି ରହୁଥିଲା । ଏ ନେଇ ଆଈ କହିଛନ୍ତି ଦଶହରାକୁ ନାତିକୁ ନେବାକୁ ଆସିଥିଲେ କିନ୍ତୁ ତା ଖୁସି ମନା କରିଦେଲେ । ଏହା ପରେ ଖୁଡୀ ମନା କରିଲେ କିନ୍ତୁ ଆଈ କହିଲେ ସାଙ୍ଗସାଥୀଙ୍କୁ ଦେଖା କରିବା ନାତି ।

ଏହା ପରେ ଖୁଡୀ ଛାଡିଲେ ଆଉ କହିଲେ ସକାଳ ୧୦ଟା ଭିତରେ ଅନାଇ ଛାଡିବାକୁ । ଆଈ ସହ ନାତି ମାମୁଁଘରକୁ ଗଲା ଆଉ ଖାଇ ରାତିରେ ଶୋଇଲା ବେଳକୁ କହିଲା ଆଈ ତୁମକୁ ଗୋଟେ କଥା କହିବି ଆଉ ଅଜାକୁ କହିବ ନାହି ନହେଲେ ଖୁଡୀ ମୋତେ ଜୀବନରୁ ମାରିଦେବେ । ଆଇକୁ ପିଲାଟି ହାତ ଦେଖାଇଲା ଆଉ କହିଲା ପିଠାଖଡିକା ତତାଇ ଚେଙ୍କ ଦେଇଛନ୍ତି ସବୁବେଳେ ଆଣ୍ଠୁଆ ମାରନ୍ତି ବାନ୍ତି କରିଲେ ମୋ ମୁହଁରେ ପୋଛି ଦିଅନ୍ତି ।

ପିଲାର ମା ଗର୍ଭବତୀ ଥିବା ବେଳେ ତାଙ୍କ ଶାଶୁ ପିଠା ଖାଇବାକୁ ଦେଲେ ଏହା ପରେ ସ୍ୱାସ୍ଥ୍ୟ ଖରାପ ହେବାରୁ ମୃତ୍ୟୁବରଣ କରିଥିଲେ । ଆଉ ଜ୍ଵାଇଁ ମଦ ପିଇ କୁଆଡେ ବୁଲୁଛି । ପିଲାର ଜେଜେମା ପିଲାକୁ ଆଣି ଦାଦା ଖୁଡୀଙ୍କ ପାଖରେ ଛାଡିଥିଲେ । ନାତି ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ କରିଛନ୍ତି ଆଈ ଆଉ ନିଜ ପାଖରେ ରଖିବାକୁ ଦାବି କରିଛନ୍ତି । ସେପଟେ ଏହି ସବୁ ଅଭିଯୋଗକୁ ମିଛ ବୋଲି କହିଛନ୍ତି ଖୁଡୀ । ତେବେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *