ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ ! ରାତି 2ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ…. ଦେଖନ୍ତୁ ସମ୍ପୂର୍ଣ୍ଣ ଘଟଣା

ବନ୍ଧୁଗଣ ସବୁଠି ଇଂରାଜୀ ନବବର୍ଷ ଧୂମଧାମରେ ପାଳନ କରାଯାଉଥିବା ବେଳେ କେଉଁଝର ଜିଲ୍ଲା ଯୋଡା ପୌରାଞ୍ଚଳର ସରକାରି ମେଡିକାଲରେ ବି ଧୁମଧାମରେ ପାଳନ କରାଯାଉଥିଲା ନୂତନ ବର୍ଷ । ଡାକ୍ତରଖାନାରେ କାମ କରୁଥିବା ସବୁ ଡାକ୍ତର, ଡାକ୍ତରାଣୀ  କର୍ମଚାରୀ ମାନେ ମିସିକି କରୁଥିଲେ ଗେଟ ଟୁଗେଦର । ଆଉ ଯେଉଁଥିରେ ଯୋଗ ଦେଇଥିଲେ ଡାକ୍ତର ଶୁଭଶ୍ରୀ କର ।

ଆଉ ନୂଆବର୍ଷକୁ ସ୍ଵାଗତ କରିବା ପାଇଁ ମେଡିକାଲରେ ଯେଉଁ ଭୋଜିଭାତର ଆୟୋଜନ କରାଯାଇଥିଲା ତାହା ଶେଷ ହେବା ବେଳକୁ ରାତି 2ଟା ବାଜି ଯାଇଥିଲା । ଆଉ କ୍ଵାଟର କୁ ଫେରିଥିଲେ ଡାକ୍ତର ଶୁଭଶ୍ରୀ କର । ହେଲେ ସକାଳୁ ବହୁ ବିଳମ୍ବ ଯାଏଁ ସେ କବାଟ ଖୋଲି ନ ଥିଲେ । ସକଳ ଯାଇ ସନ୍ଧ୍ୟା ହେଲା ସେଥିପାଇଁ ସାଥି କର୍ମଚାରୀ ମାନେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ।

ଆଉ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଡାକ୍ତର ଶୁଭଶ୍ରୀ କର ଆଉ ନାହାନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡା ସହର ଅନ୍ତର୍ଗତ ବନେଇକଳାରେ ଥିବା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ । ଆଉ ସେହି ସ୍ୱାସ୍ଥ୍ୟ କେନ୍ଦ୍ରର ଉପର କ୍ଵାଟର ରୁ ମିଳିଥିଲା ଡାକ୍ତର ଶୁଭଶ୍ରୀ କରଙ୍କ ମୃ-ତ ଦେହ । ତାଙ୍କ ଘର କଟକରେ ବୋଲି ଜଣାପଡିଛି ।

ସେ ଏପ୍ରିଲ ମାସ ଠାରୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ କାମ କରୁଥିଲେ । ଆଉ ଏ ବନେଇକଳାର ମେଡିକାଲଟି ଏକ ଭଡା ଘରେ ଚାଲୁଥିଲା । ତଳେ ରୋଗୀ ସେବା ହେଉଥିବା ବେଳେ ଉପରେ କ୍ଵାଟର ଥିଲା । ଆଉ ନୂଆବର୍ଷ ପାର୍ଟି ରେ ଭୋଜି ଭାତ ସାଙ୍ଗକୁ ନାଚ ଗୀତ ର ବି ଆସର ଜମିଥିଲା । ଆଉ ଏହା ପରେ ସବୁ କାମ ସାରି କ୍ଵାଟରକୁ ଫେରିଥିଲେ ଶୁଭଶ୍ରୀ ।

କଣ ହେଲା କେଜାଣି ସକାଳୁ ଆଉ କବାଟ ଖୋଲିଲେ ନାହି । ଆଉ ରାତିରେ ଥକିଯାଇଥିବେ ଡାକ୍ତର ସେଥିପାଇଁ ବୋଧ ହୁଏ କାର୍ଜ୍ୟାଳୟ କୁ ଆସି ନାହାନ୍ତି ଯାହାକୁ ଅନୁମାନ କରିଥିଲେ କର୍ମଚାରୀ ମାନେ । ଆଉ ଅପରାହ୍ନ ଯାଏଁ କବାଟ ଖୋଲିଲେ ନାହି । କର୍ମଚାରୀ ମାନଙ୍କର ସନ୍ଦେହ ହେଲା । ଏହା ପରେ ପୋଲିସକୁ ଖବର ଦିଆ ଯାଇଥିଲା । କବାଟ ଭାଙ୍ଗିଲା ବେଳକୁ ଶୁଭଶ୍ରୀଙ୍କ ମୃ-ତ ଦେହ ଖଟ ଉପରେ ପଡିଥିଲା ।

ପୋଲିସ ମୃ-ତ ଦେହ ଉଧାର କରି ଟାଟା ଷ୍ଟିଲ ମେଡିକାଲକୁ ପଠାଇଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃ-ତ୍ୟୁର ଅସଲ କାରଣ ଜଣା ପଡିବ ବୋଲି ପୋଲିସ କହୁଛି । ଆଉ ଏପଟେ ଡାକ୍ତରାଣୀ ଙ୍କ ହଠାତ କାହିଁକି ମୃ-ତ୍ୟୁ ହେଲା ତାକୁ ନେଇ କେହି ବି ବିଶ୍ଵାସ କରିପାରୁ ନାହାନ୍ତି । ଗତ 31 ତାରିଖ ରାତିରେ ଏମିତି କଣ ଘଟିଲା ଯାହା ପାଇଁ ଶୁଭଶ୍ରୀଙ୍କ ମୃ-ତ୍ୟୁ ହେଲା ।

ତାକୁ ନେଇ ଅନେକ ଲୋକ ଅନେକ କଥା କହୁଥିବା ବେଳେ ସତ କଣ ସେବେ ସାମନାକୁ ଆସିବ ଯେବେ ରିପୋର୍ଟ ଆସିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *