ଡାଳିମ୍ବ ର ଗଛ ଘରେ ଲଗାଇବା ଶୁଭ ନା ଅଶୁଭ- Vastu Tips

ବାସ୍ତୁ ଶାସ୍ତ୍ର ହିସାବରେ ଘରେ ଲଗାଯାଉଥିବା ଗଛ କେବଳ ଘରକୁ ଆକର୍ଷକ ବନେଇଥାଏ ସେତିକି ନୁହେଁ ସକାରାତ୍ମକ ଊର୍ଜାର ସଂଚାର କରିଥାଏ । ଆମ ଭାରତରେ ଗଛକୁ ପୂଜା କରିବାର ପରମ୍ପରା ବହୁତ ପୁରୁଣା କାଳରୁ ରହିଛି ।ଯାହାର ସିଧା ପ୍ରଭାବ ଆମ ଜୀବନ ଉପରେ ପଡିଥାଏ ।

ଧ୍ୟାନ ରଖିବେ ଯେଉଁ ଘରେ ପୂର୍ବ, ଉତ୍ତର, ପଶ୍ଚିମ ଅଥବା ଐଶାନ କୋଣରେ ବଗିଚା ରହିଥାଏ ସେହି ଘରେ ଧନବାନ ଯଶସ୍ଵୀ, ଡାନୀ ମୃଦୁ ଭାସି ଓ ଧାର୍ମିକ ସ୍ଵଭାବର ଲୋକଙ୍କର ବାସ ହୋଇଥାଏ । କିନ୍ତୁ ଯେଉଁ ବ୍ୟକ୍ତି ଅଗ୍ନେୟ, ଦକ୍ଷିଣ ଦିଗରେ ବଗିଚା ବନେଇଥାଏ ତାକୁ ଧନ  ଓ ସନ୍ତାନ ହାନିର ଓ ସେ ସ୍ଵୟଂ ଅଳ୍ପ ଆୟୁ ଓ ରୋଗୀ ହୋଇଥାଏ ।

Image Courtesy: Google

ସେ ପାପ କର୍ମରେ ଲିପ୍ତ ହୋଇଥାଏ ତାକୁ ଏହି ଲୋକ ଓ ପରଲୋକରେ ବହୁତ ଭୋଗିକକୁ ପଡିଥାଏ । ଘରେ ବଗିଚା କଲେ ସେଥିରେ ଜ୍ଞାନ ଥିବା ଦରକାର । ଜ୍ୟୋତିଶ ଶାସ୍ତ୍ରରେ ବୃକ୍ଷକୁ ଦେବତା ଓ ଗ୍ରହର ଭାବି ପୂଜା କରି ଶୁଭ ଓ ଲାଭ ପ୍ରାପ୍ତ କରିବାର ଉଲେଖ କରାଯାଇଛି । ପିତୃ ପୁରୁଷର ସନ୍ତୁଷ୍ଟ ପାଇଁ ମଧ୍ୟ ବୃକ୍ଷ ଲଗେଇବାର ପରମ୍ପରା ରହିଛି । ବାସ୍ତୁ ନିୟମ ହିସାବରେ ବାସ୍ତୁ ଶାସ୍ତ୍ରରେ କୁହାଯାଇଛିକି ନିଜ ଘରେ ଡାଳିମ୍ବ ଗଛ ନିହାତି ଲଗେଇବା ଦରକାର । ଯେଉଁ କାରଣରୁ ଆପଣଙ୍କ ଭାଗ୍ଯର ଦ୍ଵାର ଖୋଲିଯାଇଥାଏ, ଯଦି ଡାଳିମ୍ବର ଗଛ ଘରେ ରହିଥାଏ ତାହେଲେ ଗ୍ରହ ଦୋଷ ଦୂର ହୋଇଥାଏ ଓ ସୁଖ ସମୃଦ୍ଧିର ପ୍ରାପ୍ତ ହୋଇଥାଏ । ଡାଳିମ୍ବ ଗଛର ଘର ବାହାରେ ଆଗ୍ନେୟ କୋଣରେ ଲଗେଇବା ଶୁଭ ମାନାଯାଇଥାଏ ।

Image Courtesy: Google

ଧନ, ସୁଖ, ସମୃଦ୍ଧି, ଓ ଘରେ ବଂଶ ବୃଦ୍ଧିର କାମନା ରଖୁଥିବା ଘରର ଆଗ୍ନେୟ କୋଣ ମାନେ ପୂର୍ବ ଦକ୍ଷିଣରେ ଡାଳିମ୍ବ ଗଛ ନିଶ୍ଚିତ ରୂପରେ ଲଗାନ୍ତୁ । ଏହା ବହୁତ ଭଲ ପରିମାଣ ଦେଇଥାଏ । ଡାଳିମ୍ବ ଗଛ ଘର ସାମ୍ନାରେ ଲଗେଇବା ସର୍ବୋତମ କୁହାଯାଇଛି । ଯଦି ଡାଳିମ୍ବର ଫୁଲକୁ ମହୁରେ ବୁଡାଇ ସବୁ ସୋମବାର ଭଗବାନ ଶିବଙ୍କୁ ଯଦି ଅର୍ପିତା କରାଯିବତ ବହୁତ କଷ୍ଟ ଜିନିଷବି ଦୂର ହୋଇଥାଏ । ବ୍ୟକ୍ତି ସବୁ ସମସ୍ୟାରୁ ମୁକ୍ତି ପାଇଥାଏ ଓ ଡାଳିମ୍ବ ଚଢେଇବା ଦ୍ଵାରା ଦେବୀ ଦେବତା ପ୍ରସନ୍ନ ହୋଇଥାନ୍ତି ।

Image Courtesy: Google

କୁହାଯାଏକି ଡାଳିମ୍ବ ଗଛରେ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ବାସ ହୋଇଥାଏ, ଘରେ ଲଗେଇଲେ ପଇସାର କମି ହୋଇନଥାଏ । ଡାଳିମ୍ବ କାଠିର ପ୍ରୟୋଗ ଜନ୍ତ୍ର ବନେଇବାରେ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ କୁହାଯାଏକି  ନିଜ ଘରେ ଡାଳିମ୍ବର ଗଛ ଲଗେଇବା ଦରକାର । ଯଦି ଡାଳିମ୍ବ ଗଛ ଘରେ ରୁହେ ଗ୍ରହ ଦୋଷ ଦୂର ହୋଇଥାଏ ଓ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଡାଳିମ୍ବ ଗଛକୁ କେବେ ଉତ୍ତର ପଶ୍ଚିମ ଦିଗରେ ଲଗେଇବା କଥା ନୁହେଁ । ଯଦି ଆପଣଙ୍କ କାମରେ ବାର ବାର ବାଧା ଆସୁଛିତ ଡାଳିମ୍ବର କାଠିର ପ୍ରୟୋଗ କରନ୍ତୁ ।

Image Courtesy: Google

ମାସରେ ଗୋଟିଏଥର ସ୍ଵାତି ନକ୍ଷତ୍ରରେ ଡାଳିମ୍ବର କାଠି ଭାଙ୍ଗି ଘରକୁ ଆଣନ୍ତୁ । କାଠି ଭାଙ୍ଗିବା ପୂର୍ବରୁ କ୍ଷମା ମାଗିବା ଉଚିତ ।ଘରକୁ ସେଇ କାଠି ଆଣି ମିଠା, ଫୁଲ, ଫଳ, ଧୂପ ଦୀପ ଜାଳି ପୂଜା କରନ୍ତୁ । ଚାନ୍ଦିର ତାବିଜରେ ଅନାର କାଠି ପୁରାଇ ଶନିବାରରେ କଳା ଫିତାରେ ପିନ୍ଧନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଶତ୍ରୁ ଶାନ୍ତ ହୋଇଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *