ଏହି ଘରୋଇ ଉପାୟରେ ନିଜ ଦାନ୍ତକୁ କରନ୍ତୁ କ୍ଷୀରଭଳି ଧଳା? Helath Tips

ଆପଣ ବହୁତ ସୁନ୍ଦର ଦେଖା ଯାଉଛନ୍ତି ଯଦି ଆପଣଙ୍କ ଦାନ୍ତ ଖରାପ ଦେଖା ଯାଉ ଥିବ ତେବେ ସେଠି ଆପଣଙ୍କ ସୁନ୍ଦରତାର କୌଣସି ବି ମୂଲ୍ୟ ରହିବ ନାହିଁ । ଅର୍ଥାତ ଯଦି ଆପଣଙ୍କ ଦାନ୍ତ କଳା କିମ୍ବା ହଳଦିଆ ଦେଖା ଯାଉଥିବ ତେବେ ଆପଣ ଯେତେ ସୁନ୍ଦର ଦେଖା ଯାଉ ଥିଲେ ବି ଆପଣଙ୍କ ସୁନ୍ଦରତା ଫିକା ପଡିଯିବ । ପ୍ରାୟତଃ ଦେଖା ଯାଇଛି କି ଲୋକମାନଙ୍କ ଦାନ୍ତ ହଳଦିଆ ପଡିଯାଏ ଓ ସେମାନେ ନିଜର ଦାନ୍ତକୁ ସଫା କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି ।

ସେମାନ ଡାକ୍ତରଙ୍କୁ ବହୁତ ଟଙ୍କା ଦେଇ ନିଜର ଦାନ୍ତ ସଫା କରନ୍ତି । କିନ୍ତୁ ଆପଣ ନିଜ ଘରେ କିଛି ଜିନିଷ ବ୍ୟବହାର କରି ନିଜର ଦାନ୍ତକୁ ସଫା କରି ପାରିବେ । ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବୁ ।

ଯାହା ମାଧ୍ୟମରେ ଆପଣ ନିଜ ଦାନ୍ତକୁ କ୍ଷୀର ଭଳି ଧଳା କରି ପାରିବେ । ସମସ୍ତେ ସେଓ ନିଶ୍ଚିତ ଖାଇଥାନ୍ତି । କହିଦେଉଛୁ କି ସେଓର ରସ ବାହାର କରିବା ପରେ ଯେଉଁ ସବୁ ଖଦଡା ଅଂସ ରହିଯାଏ, ସେ ଗୁଡିକ ଆମର ହଳଦିଆ ଦାନ୍ତକୁ ସଫା କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ଏହି ଘରୋଇ ଉପଚାର ପାଇଁ ପ୍ରଥମେ ଗୋଟିଏ କପ ପାଣିରେ ଅଧ ଚାମଚ ସେଓର କିଛି ଖଦଡା ଅଂସକୁ ନିଅନ୍ତୁ ।

ଆପଣ ନିଜର ଦାନ୍ତ ଘଷା ବ୍ରସ ସାହାର୍ଯ୍ୟରେ ଦାନ୍ତରେ ଏହାକୁ ସେହି ସମୟ ପର୍ଯ୍ୟନ୍ତ ବ୍ରଶ କରନ୍ତୁ ଯେଉଁ ସମୟ ପର୍ଯ୍ୟନ୍ତ ଆପଣଙ୍କ ଦାନ୍ତ ସଫା ନ ହୋଇ ଯାଇଛି । ଅନ୍ୟ ଏକ ଉପାୟ ହେଉଛି ଲେମ୍ବୁ ରସରେ ଲୁଣ ଓ ଅଳ୍ପ ସୋରିଷ ତେଲ ମିଶାନ୍ତୁ । ଏହି ମିଶ୍ରଣକୁ ନେଇ ବ୍ରସ ସାହାର୍ଯ୍ୟରେ ନିଜର ଦାନ୍ତକୁ ସଫା କରନ୍ତୁ । ଦାନ୍ତକୁ ଚମକାଇବା ପାଇଁ ଏହା ବହୁତ ପୁରୁଣା ଓ ଲାଭଦାୟକ ଉପାୟ ଅଟେ ।

ତୃତୀୟ ଉପାୟୀ ହେଉଛି କଦଳୀ ଚୋପାର ଭିତର ଅଂସକୁ ଦାନ୍ତ ଉପରେ ଘସନ୍ତୁ । ଉଷୁମ ପାଣିରେ ମୁହଁକୁ କୁଲି କରି ଧୋଇ ଦିଅନ୍ତୁ । ଏହା ଦ୍ଵାରା ଦାନ୍ତର ହଳଦିଆ ଅଂସ ଧୀରେ ଧୀରେ କମ ହୋଇଯିବ । ଏହା ଅତି ସହଜ ଉପାୟ ଅଟେ । ଯାହାକୁ ଆପଣ ଘରେ ଅତି ସହଜରେ କରି ନିଜର ଦାନ୍ତକୁ ପୁରା ଧଳା କରି ପାରିବେ ।

Leave a Reply

Your email address will not be published. Required fields are marked *