Vastu Shastra- ଦରିଦ୍ରତା ଓ ଟଙ୍କା ପଇସା ବର୍ବାଦିର କାରଣ ହୋଇଥାଏ ଏମିତି ଟଏଲେଟ ଓ ବାଥ୍ରୂମ

ବାସ୍ତୁ ଶାସ୍ତ୍ର ଆମ ଜୀବନରେ ବହୁତ ବଡ ପ୍ରଭାବ ପକାଇଥାଏ, ଏହାର ମୁଖ୍ୟ କାରଣ ଆମ ଘର ନିର୍ମାଣ ଆଉ ଜିନିଷ ରଖିବା ସ୍ଥାନ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାଇ ରୋଷେଇ ଘର ଆଉ ଘର ମନ୍ଦିର ବହୁତ ପବିତ୍ର ହୋଇଥାଏ ସେଥିପାଇଁ ରୋଷେଇ ଘରକୁ ଅଗ୍ନି କଣରେ ରଖିବା ଆବଶ୍ୟକ ହୋଇଥାଏ । କଣ ଆପଣ ଜାଣିଛନ୍ତି ବାସ୍ତୁ ଶାସ୍ତ୍ର ଅନୁଯାଇ ଘର ମନ୍ଦିର ସିଢି ଘରେ କରିବା ଜମାବି ଉଚିତ ହୋଇନଥାଏ, ତେବେ ଲୋକଙ୍କ ଘର କରିବା ସମୟରେ ସିଢି ଘର ତାଙ୍କୁ ଫାଙ୍କା ଦେଖା ଯାଇଥାଏ ଯାହାକୁ ବ୍ୟବହାର କରିବା ପାଇଁ ସେ ମନ୍ଦିର ଘର କରିଥାନ୍ତି କିନ୍ତୁ ଏହା ଦ୍ଵାରା ଆଶୀର୍ବାଦ ପାନ୍ତି ନାହିଁ । ତେବେ ଆସନ୍ତୁ ବାଥରୁମ କେଉଁ ସ୍ଥାନରେ କରିବା ଉଚିତ ହୋଇଥାଏ ଆଉ କାହିଁକି ।

ବାଥରୁମ ଘରର ସବୁଠାରୁ ନକରାତ୍ମକ ସ୍ଥାନ ହୋଇଥାଏ କାହିଁକିନା ଶେଠୀ ଆମେ ଆମ ଶରୀର ଅସନା ବାହାର କରିଥାଉ ତେବେ ଯଦି ବାସ୍ତୁ ଅନୁଯାଇ ଏହା ସଠିକ ଦିଗରେ ରୁହେ ନାହିଁ ତେବେ ଘର ଲୋକଙ୍କ ଉପରେ ଏହାର ବହୁତ ଖରାପ ପ୍ରଭାବ ପଡିଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାଇ ଯେଉଁ ଘରେ ବାଥରୁମ ସଠିକ ସ୍ଥାନ ଆଉ ଦିଗରେ ରହି ନଥାଏ ସେହି ଭଳି ଘରେ ସବୁବେଳେ କଲି ଝଗଡା ଲାଗି ରହିଥାଏ, ଏହା ଛଡା ସେହି ଘରେ ଆର୍ଥିକ ସ୍ଥିତି ଏତେ ଖରାପ ହୋଇଥାଏ ଯେ ସବୁ ଥାଇ ମଧ୍ୟ ଲୋକଙ୍କୁ ଓପାସ ରହିବାକୁ ପଡିଥାଏ ।

ସର୍ବ ପ୍ରଥମେ ଏହା ମନେ ରଖନ୍ତୁ ଯେ ପୂର୍ବ – ଉତ୍ତର ଡ଼ିଆଇଜି ଭଗବାନଙ୍କ କଣ ହୋଇଥାଏ ଏହି ଦିଗରେ ଭଗବାନ ବିଷ୍ଣୁ ସହ ସବୁ ଦେବୀ ଦେବତା ବିରାଜମାନ ହୋଇଥାନ୍ତି ସେଥିପାଇଁ ନିଜ ବାଥରୁମ କେବେ ଏହି ଦିଗକୁ କରିବେ ନାହିଁ ନଚେତ ଆପଣ ନିଜ ଜୀବନରେ ବହୁତ କଷ୍ଟ ପାଇବେ । ଏହା ଛଡା ଶାସ୍ତ୍ରରେ କୁହା ଯାଇଛି ଯେ ପୂର୍ବ, ଦକ୍ଷିଣ ଓ ନେରୁତ୍ଵ ଦିଗରେ କେବେ ବି ଘର ସୌଚାଳୟ ନିର୍ମାଣ କରିବା ଉଚିତ ନୁହଁ କାହିଁକିନା ଏହି ସବୁ ଦିଗରେ ସୌଚାଳୟ ନିରମାନ କଲେ ଆପଣଙ୍କ ଘର ସୁଖ

ଶାନ୍ତି ଭଙ୍ଗ ହୋଇଥାଏ ମା ଲକ୍ଷ୍ମୀ କେବେ ଆପଣଙ୍କ ଘରେ ବାସ କରନ୍ତି ନାହିଁ, ତେବେ ଯେଉଁ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ସେହି ଘର ଲୋକଙ୍କ ଜୀବନରେ କେବେ ସୁଖ ଆସି ନଥାଏ । ତେବେ ଧ୍ୟାନ କରି ମନେ ରଖିବେ ସୌଚାଳୟ ପାଇପ ସବୁବେଳେ ଉତ୍ତର – ପୂର୍ବ ଦିଗରେ ରଖିବେ ଯାହା ଦ୍ଵାରା ଆପଣଙ୍କ ଘର ନକାରାତ୍ମକତା ବାହାରିଯିବ, ତେବେ ଏହି ସବୁ କଥା ଧ୍ୟାନ ରଖି କଲେ ଆପଣଙ୍କ ଜୀବନରେ ସୁଖ ବଢିଥାଏ ଆଉ ଅସୁବିଧା କମି କମି ଯାଇଥାଏ ।

Leave a Reply

Your email address will not be published. Required fields are marked *