Unlock 2.0- କେଉଁଠି କେତେ ସମୟ ଖୋଲିବ ଦୋକାନ?

ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ୍ ରହିବ ଓଡିଶା । ତେବେ ଏହି ଲକଡାଉନ୍ ପାଇଁ ରାଜ୍ୟ ସରକାର ୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି ଯେଉଁଥିରେ କାଟାଗୋରୀ ‘ଏ’ରେ ୨୦ଟି ଏବଂ କାଟାଗୋରୀ ବି ରେ ୧୦ ଜିଲ୍ଲାକୁ ରଖିଛନ୍ତି ।

ଯାହା ଫଳରେ କାଟାଗୋରୀ ଅନୁଯାଇ ଏହି ସବୁ ଜିଲ୍ଲାରେ ଦୋକାନ ବଜାର ଖୋଲିବାର ନିୟମ ମଧ୍ୟ ଅଲଗା ହୋଇଛି । ତେବେ ଆସନ୍ତୁ ନଜର ପକାଇବା, କେଉଁ ଅଞ୍ଚଳରେ କେତେ ସମୟ ଖୋଲା ରହିବ ଦୋକାନ ବଜାର ।

ମୁଖ୍ୟ ଶାସନ ସଚିବଙ୍କ କହିବା ଅନୁସାରେ, ସଂକ୍ରମଣ କମ ଥିବା ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୧୦ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ସେହିପରି ଉଠାଦୋକାନୀ, ଚା ଦୋକାନ ଆଦି ରାଜ୍ୟରେ ଖୋଲିପାରିବ ବୋଲି ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ତେବେ ମଲ୍, ସିନେମା ହଲ ଆଦି ରାଜ୍ୟରେ ଏବେ ବି ବନ୍ଦ ରହିବ ବୋଲି କୁହାଯାଇଛି ।

ଅନ୍ୟପଟେ ଛୋଟ ସେଲୁନ୍ ଦୋକାନ ଖୋଲିବାକୁ ରାଜ୍ୟ ସରକାର ଏବେ ଅନୁମତି ପ୍ରଦାନ କରିଛନ୍ତି । ହେଲେ ସ୍ପା ଓ ପାର୍ଲର ଆଦି ପୂର୍ବଭଳି ବନ୍ଦ ରହିବ । ଯେଉଁ ଜିଲ୍ଲାମାନଙ୍କରେ ଦୋକାନ ପତ୍ର ଯେତିକି ସମୟ ଖୋଲିବାକୁ ଅନୁମତି ଦିଆଯାଇଛି । ସେତିକି ସମୟ ଏହି ସେଲୁନ ଖୋଲିପାରିବ । ଏହାକୁ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଚେକିଙ୍ଗ ମଧ୍ୟ କଡା କଡି କରାଯିବ । ଅମନିଆଙ୍କୁ ଦଣ୍ଡ ମଧ୍ୟ ଦିଆ ଯିବ ।

ଦୋକାନ ବଜାର ବନ୍ଦ ରହିବାରୁ ଅନେକ ଜୀବନ ଜୀବିକା ଉପରେ ବହୁତ ପ୍ରଭାବ ପଡୁଛି, ଲୋକମାନେ ବହୁତ ହଇରାଣ ହେଉଛନ୍ତି । ସେହି କଥାକୁ ଦୃଷ୍ଟିରେ ରଖି ଆଉ ଗୋଟେ ଘଣ୍ଟା ଦୋକାନ ଖୋଲା ରହିବାର ନିଷ୍ପତ୍ତି ନିଆ ଯାଇଛି । କରୋନା ଯେଉନଭଳି ଆତଙ୍କ କରୁଛି ଏହା କେତେ ଯେ ଜୀବନ ଆଉ ନେବ ତାହା ଠିକ ନାହିଁ । ସେଥିପାଇଁ ଅପାନ ନିଜେ ସଜାଗ ରୁହନ୍ତୁ, ସବୁ ନିୟମକୁ ପାଳନ କରନ୍ତୁ ତେବେ ଯାଇ ଆମେ ଏହି ପରିସ୍ଥିତିରୁ ମୁକୁଳି ପାରିବା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *