July 16 ପର୍ଯ୍ୟନ୍ତ ବଢିଲା ଆଂଶିକ Lockdown, ଦେଖନ୍ତୁ କଣ ରହିଛି ନୂଆ Guideline

ବର୍ତ୍ତମାନର ସବୁଠୁ ବଡ ଖବର ଯାହାକି ସାମ୍ନାକୁ ଆସୁଛି ସରକାର ରାଜ୍ୟରେ ପୁଣି ଥରେ ଲକଡାଉନର ସମୟ ସୀମାକୁ ବୁଦ୍ଧି କରିଛନ୍ତି । ରାଜ୍ୟ ସରକାର ୧୬ ଜୁଲାଇ ପର୍ଯ୍ୟନ୍ତ ଆଂଶିକ ଲାକଡାଉନକୁ ବୁଦ୍ଧି କରିଛନ୍ତି ଓ କିଛି ନୂତନ ପ୍ରକାରର ଗାଇଡଲାଇନ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ସରକାର ସମସ୍ତ ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି । ଏହି ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇଟି କ୍ୟାଟେଗୋରୀରେ ବିଭାଜନ କରାଯାଇଛି । କ୍ୟାଟେଗୋରୀ A ଓ କ୍ୟାଟେଗୋରୀ B । କ୍ୟାଟେଗୋରୀ Aରେ ୨୦ ଟି ଜିଲ୍ଲାକୁ ସାମିଲ କରାଯାଇଛି ଓ ଏହି ଜିଲ୍ଲା ଗୁଡିକରେ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସମସ୍ତ ଦୋକାନ ଗୁଡିକ ଖୋଲା ରହିବ । ଏହା ସହିତ ଏହି ସବୁ ଜିଲ୍ଲା ଗୁଡିକ ମଧ୍ୟରେ ଯାତ୍ରୀ ବାହୀ ବସ ଗୁଡିକ ଓ ପରିବହନ ବାହାନ ଗୁଡିକ ଚଳ ପ୍ରଚଳ କରି ପାରିବେ ।

କିନ୍ତୁ ବସରେ ଯେତିକି ସିଟ ରହିଛି ସେତିକି ହିଁ ସିଟରେ ଯାତ୍ରୀ ବସି ପାରିବେ । ତାହା ଠାରୁ ଅଧିକ ନୁହେଁ । କ୍ୟାଟେଗୋରୀ Aରେ ଅଟୋ ଓ ଟ୍ୟାକ୍ସି ମଧ୍ୟ ଚାଲି ପାରିବ । କିନ୍ତୁ ଅଟୋ ଓ ଟ୍ୟାକ୍ସିରେ ଡ୍ରାଇଭର ସହ ଆଉ ଦୁଇ ଜଣ ଯାତ୍ରୀ ବସି ପାରିବେ । ଏହି ୨୦ ଟି ଜିଲ୍ଲାରେ ଆଉଡର ଓ ଇଣ୍ଡୋର ଶୁଟିଙ୍ଗକୁ ବି ଅନୁମତି ଦିଆଯାଇଛି । ସାପ୍ତାହିକ ହାଟ ଓ ଦୈନିକ ହାଟ ମଧ୍ୟ ଖୋଲା ରହିବ । ଛୋଟ ଛୋଟ ସେଲୁନ ଖୋଲି ପାରିବେ । ଯାହାକି ବହୁତ ଦିନ ହେବ ବନ୍ଦ ରହିଥିଲା ।

ସବୁଠୁ ମହତ୍ଵ ପୂର୍ଣ କଥା ହେଉଛି ଏହି ୨୦ ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ଯେଉଁ ସଟଡାଉନ ଲାଗୁଥିଲା ତାହା ବର୍ତ୍ତମାନ ଉଠି ଯାଇଛି । କିନ୍ତୁ ଏହି ୨୦ ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ରହିବ । ଯାହାକି ସନ୍ଧ୍ୟା ୬ ରୁ ସକାଳ ୬ ପର୍ଯ୍ୟନ୍ତ ରହିବ । କ୍ୟାଟେଗୋରୀ Aରେ ଯେଉଁ ଜିଲ୍ଲା ଗୁଡିକ ଥିଲା ସେହି ସମସ୍ତ ଜିଲ୍ଲା ଗୁଡିକ ଅଛି କିନ୍ତୁ ଏଥିରେ ବର୍ତ୍ତମାନ ତିନୋଟି ଜିଲ୍ଲାକୁ ସାମିଲ କରାଯାଇଛି । ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର । କିନ୍ତୁ ଏହି ସମସ୍ତ ଜିଲ୍ଲା ଗୁଡିକରେ ମଳ, ସ୍ପା ଓ ବ୍ୟୁଟି ପାର୍ଲର ବନ୍ଦ ରହିବ ।

କିନ୍ତୁ ସବୁ ସ୍ଥାନରେ କଟକଣା ମାନିବାକୁ ବାଧ୍ୟ ସମସ୍ତେ । ଯଦି କ୍ୟାତେଗୋରୀ B ବିଷୟରେ କହିବା ତେବେ ଏଥିରେ ୧୦ ଟି ଜିଲ୍ଲା ସାମିଲ କରାଯାଇଛି । ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା ନୟାଗଡ, ପୁରୀ, କଟକ, ଖୋର୍ଦ୍ଦା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୁରଭଞ୍ଜ । ଏହି ସମସ୍ତ ଜିଲ୍ଲା ଗୁଡିକରେ ସଂକ୍ରମଣର ହାର ୫ ପ୍ରତିଶତରୁ ଅଧିକ ଅଛି । ଯେଉଁ କାରଣରୁ ସକାଳ ୬ ରୁ ଦିନ ୨ ଯାଏ ଦୋକାନ ଖୋଲି ପାରିବ ।

କିନ୍ତୁ ମଳ, ସ୍ପା ଓ ବ୍ୟୁଟି ପାଳର ଖୋଲି ପାରିବେ ନାହିଁ । ଅନ୍ୟ ସମସ୍ତ ଦୋକାନ ଖୋଲି ପାରିବେ । କିନ୍ତୁ ସମସ୍ତେ କୋଭିଡ ନିୟମକୁ ମାନି ସମସ୍ତ କାର୍ଯ୍ୟ କରିବା ପାଇଁ କୁହାଯାଇଛି । ସରକାର ଏହି ଲକଡାଉନରେ ବହୁତ କଟକଣାକୁ କୋହଳ କରାଯାଇଛି । କହିଦେଉଛୁ କି ପୁରା ରାଜ୍ଯରେ ବାଣିଜିକ ମେଳା ଗୁଡିକ ବନ୍ଦ ରହିବ । ବିଜନେସ ମିଟିଙ୍ଗ ଗୁଡିକ ମଧ୍ୟ ବନ୍ଦ ରଖା ଯାଇଛି । ସବୁ ମଳ, ଜିମ, ଫିଲ୍ମ ହଲ, ରଙ୍ଗମଞ୍ଚ ଗୁଡିକ ମଧ୍ୟ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *