Varshaଙ୍କ ଦ୍ଵିତୀୟ ବିବାହକୁ ନେଇ Anubhab କହିଲେ କହିଲେ କିଛି ଏମିତି, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ, ଓଡିଆ ଚଳଚିତ୍ର ଜଗତର ଲୋକପ୍ରିୟ ଯୋଡି “ଅନୁଭବ ଏବଂ ବର୍ଷା” ଙ୍କୁ କିଏ ବା ନଜାଣେ ? ବନ୍ଧୁଗଣ ଉଭୟଙ୍କ ଛାଡପତ୍ର ବିବାଦ ବେସ କିଛିଦିନ ହେବ ଚର୍ଚ୍ଚା ର ବିଷୟ ପାଲଟି ସାରିଛି । ବନ୍ଧୁଗଣ ବର୍ତ୍ତମାନ ଚର୍ଚ୍ଚା ରେ ଏକ ନୂତନ ମୋଡ ଆସିଅଛି ।

ବନ୍ଧୁଗଣ ବର୍ଷା ପ୍ରିୟଦର୍ଶନୀ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । ଅନୁଭବ ଙ୍କ ଠାରୁ ଛାଡପତ୍ର ଫାଇନାଲ ହେଲାପରେ ଦ୍ଵିତୀୟ ବିବାହ କରିବେ ବର୍ଷା ପ୍ରିୟଦର୍ଶନୀ । ବନ୍ଧୁଗଣ ଏହି ଖବର ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଘୁରି ବୁଲୁଛି । ଏହାକୁ ଦର୍ଶକ ମଧ୍ୟ ବହୁଳ ମାତ୍ରାରେ ଦେଖୁଛନ୍ତି । ବନ୍ଧୁଗଣ ଏହି ଖବର କୁ ନେଇ ନିଜର ମତ ରଖିଛନ୍ତି “ଅନୁଭବ ମହାନ୍ତି” ।

ଅନୁଭବ କହିଛନ୍ତି ବର୍ଷା ଙ୍କର ଦ୍ଵିତୀୟ ବିବାହ କରିବାକୁ ନେଇ ମୋର କୌଣସି ଆପତ୍ତି ନାହିଁ । ସେ ଛାଡପତ୍ର ଦେଲାପରେ ଦ୍ଵିତୀୟ ବିବାହ କରିପାରିବେ । ମାତ୍ର ସେ ଏତେ ଦାଇତ୍ଵହିନ ହୋଇଥିବେ ବୋଲି ମୁଁ ଜାଣି ନାହିଁ । କାରଣ କୋର୍ଟ ର ଡେଟ ନିର୍ଦ୍ଧାରିତ ରହିଥିଲା ବେଳେ ସେ କୋର୍ଟ ଆସି ଉପସ୍ଥିତ ହେଉ ନାହାଁନ୍ତି । ମାତ୍ର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି ବର୍ଷା ।

କିନ୍ତୁ ତାଙ୍କୁ କୋର୍ଟ କୁ ଆସିବାର ସମୟ ଜ୍ଞାନ ରହୁନାହିଁ ବୋଲି ଅନୁଭବ ପ୍ରକାଶ କରିଛନ୍ତି । ବନ୍ଧୁଗଣ ଅନୁଭବ ଙ୍କ କଥାରୁ ଲାଗୁଅଛି ଯେ, ବର୍ଷା ଙ୍କୁ ଛାଡପତ୍ର ଦେବା ଲାଗି ଜୋରସୋର ରେ ଲାଗିପଡିଛନ୍ତି ଅନୁଭବ । ଏପଟେ ବର୍ଷା ମଧ୍ୟ ଛାଡପତ୍ର ପାଇଁ ପ୍ରସ୍ତୁତ ହୋଇ କୋର୍ଟରେ ଆବେଦନ କରିଥିଲେ । ମାତ୍ର ଅନୁଭବ ଙ୍କୁ ଛାଡପତ୍ର ଦେବା ସହିତ ତାଙ୍କ ଭରଣ ପୋଷଣ ର ଦାବି କରିଥିଲେ ବର୍ଷା ପ୍ରିୟଦର୍ଶନୀ ।

ବନ୍ଧୁଗଣ ଦୁଇ ଜଣଙ୍କର କୋର୍ଟ ରେ ମାମଲା ଚାଲୁଥିବା ସମୟରେ ଉଭୟ ଯାଇ କୋର୍ଟରେ ହାଜିରା ପକାନ୍ତି । ମାତ୍ର ଗତ ହାଜିରା ରେ ବର୍ଷା କୋର୍ଟ ରେ ହାଜିର ହୋଇ ନଥିଲେ । ଏ ନେଇ ବର୍ଷା ଙ୍କ ଓକିଲ କହିଥିଲେ ବର୍ଷା ଙ୍କର ଶରୀର ସୁସ୍ଥ ନଥିବା ବେଳେ ସେ କୋର୍ଟ ରେ ଉପସ୍ଥିତ ହୋଇପାରି ନଥିଲେ ।

ଅନୁଭବଙ୍କ କହିବା ଅନୁସାରେ ସୋ-ସି-ଆ-ଲ ମି-ଡି-ଆ ରେ ନିଜର ସମୟ ଅତିବାହିତ କରିଲା ବେଳକୁ ସୁସ୍ଥ ରହୁଛନ୍ତି କିନ୍ତୁ କୋର୍ଟ ଆସିଲା ବେଳକୁ ଶରୀର ଅସୁସ୍ଥ ହେଇ ଯାଉଛି । ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରି ର ଉଭୟ ପ୍ରସିଦ୍ଧ ତାରକା ଅଟନ୍ତି ମାତ୍ର ଉଭୟଙ୍କର ଏଭଳି ଅଲଗା ହେବା ନିସ୍ପତି ତାଙ୍କ ଫ୍ୟାନ୍ସ ଫଲୋଇଙ୍ଗ ଉପରେ ପ୍ରଭାବ ପକାଉଛି ।

ଏହି ଯୋଡି କୁ ଏକତ୍ରିତ ଦେଖିବାକୁ ଦର୍ଶକେ ଚାହିଁ ବସିଛନ୍ତି । ମାତ୍ର ଏହା କେତେ ଦୂରେ ସମ୍ଭବ ହୋଇ ପାରିବ ତାହାର କେବଳ ଅପେକ୍ଷା କରିବାକୁ ହେବ । ବନ୍ଧୁଗଣ ବର୍ଷା ଏବଂ ଅନୁଭବ ଙ୍କ ଏହି ମାମଲାକୁ ନେଇ ଆପଣ ମାନଙ୍କର କଣ ମତାମତ ଅଟେ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *