ଦେଖନ୍ତୁ Video: ଜଙ୍ଗଲି ଭାଲୁଙ୍କ ଫୁଟବଲ ଖେଳ ଦେଖି ଆଶ୍ଚର୍ଯ୍ୟ ହେବେ

ଆପଣମାନଙ୍କ ମଧ୍ୟରୁ ସମସ୍ତେ ଜଙ୍ଗଲି ପଶୁ ପକ୍ଷୀମାନଙ୍କୁ ଦେଖିବା ପାଇଁ ଚିଡିଆଖାନା କିମ୍ବା ଜୁ ଇତ୍ୟାଦିକୁ ଯାଇଥିବେ । ଯେଉଁଠି ବିଭିନ୍ନ ପ୍ରକାରର ପଶୁ ପକ୍ଷୀ ବିଭିନ୍ନ ପ୍ରଜାତିର ଥାନ୍ତି । ଯାହାଙ୍କୁ ଏକ ସୁରକ୍ଷା ଗୃହ ମଧ୍ୟରେ ରଖାଯାଇଥାଏ । ଯାହାଙ୍କୁ ସବୁଦିନ ହଜାର ହଜାର ଲୋକମାନେ ଦେଖିବାକୁ ଚିଡିଆଖାନକୁ ଯାଆନ୍ତି । ବେଳେ ବେଳେ ଏହି ଚିଡିଆ ଖାନାରେ କିଛି ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଯାଏ ।

ଯାହାକି ବହୁତ ମନୋରଞ୍ଜନ ଭରା ହୋଇଥାଏ । କିନ୍ତୁ ବେଳେ ବେଳେ ଏହିଭଳି ବି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଲୋକମାନେ ଭୟଭୀତ ହୋଇ ଯାଆନ୍ତି ।

ଆପଣମାନେ ଦେଖିଥିବେ କି ପ୍ରାୟତଃ ଜୀବମାନେ ନିଜର ସେହି ସୁରକ୍ଷା ଘର ଭିତରେ ରହି ପରସ୍ପର ସହ ଖେଳନ୍ତି । ଏହିଭଳି ପ୍ରାୟତଃ ମାଙ୍କଡମାନେ କରିଥାନ୍ତି । ଯାହାକୁ ଦେଖି ଦର୍ଶକମାନେ ବହୁତ ମନୋରଞ୍ଜନ ହୋଇଥାନ୍ତି । କହିବାକୁ ଗଲେ ପୁଣି ଥରେ ଏହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇ ଭାଲୁ ଫୁଟବଲ ଖେଳୁଛନ୍ତି । କହିଦେଉଛୁ କି ଏହି ଦୃଶ୍ୟ ନବରଙ୍ଗପୁର ଅଟେ ।

ଯେଉଁଠି ଦୁଇ ଭାଲୁ ପୂରାପୂରି ଛୋଟ ମଣିଷ ପିଲାଙ୍କ ଭଳି ପରସ୍ପର ସହ ଫୁଟବଲ ଖେଳୁଛନ୍ତି । କେତେବେଳେ ଫୁଟବଲକୁ ମୁହଁରେ ଧରିବାକୁ ଚେଷ୍ଟା କରୁଛନ୍ତି ତ କେତେ ବେଳେ ଗୋଡରେ ମାରୁଛନ୍ତି । ଏହିଭଳି ଭାବରେ ସେମାନେ ପଡିଆ ମଝିରେ ଫୁଟବଲ କେହଲୁଛନ୍ତି । କହିବାକୁ ଗଲେ ଏହି ଦୃଶ୍ୟକୁ ସେହି ସ୍ଥାନରେ ଛିଡା ହୋଇଥିବା ଜଣେ ଯୁବକ ନିଜ ଫୋନରେ ରେକର୍ଡ କରି ଦେଇଥିଲେ ।

ଯାହାକି ବର୍ତ୍ତମାନ ବହୁତ ଭାଇରାଲ ହେଉଛି । ବହୁତ ସୁନ୍ଦର ଭାବରେ ଦୁଇ ଭାଲୁ ଫୁଟବଲ ଖେଲୁଛନ୍ତି । ଯାହାକୁ ଦେଖି ସେଠି ଉପସ୍ଥିତ ଲୋକମାନେ ହସୁଛନ୍ତି । ଏହା ସହିତ ଏହି ଦୃଶ୍ୟର ମଜା ନେଉଛନ୍ତି । କିନ୍ତୁ କିଏ ଏମାନଙ୍କୁ ଏହି ଫୁଟବଲ ଦେଲା ଓ ଏହା କେଉଁ ସ୍ଥାନର ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ ସୂଚନା ନାହିଁ । ଏହିଭଳି ଦୃଶ୍ୟ ବହୁତ କମ ଦେଖିବାକୁ ମିଳେ ।

Leave a Reply

Your email address will not be published. Required fields are marked *