କେଉଁଠୁ ଆସିଲା ଭାଇରାଲ ଗୀତ ‘Bachpan Ka Pyar’ ? ଏହାର ପ୍ରକୃତ ଗାୟକ କଣ କହୁଛନ୍ତି ଦେଖନ୍ତୁ Exclusive ଇଣ୍ଟରଭିୟୁ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେବ ବଚପନ କା ପ୍ୟାରା ଗୀତ ଟି ଖୁବ ଜୋରସୋର ରେ ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି । ତେବେ ଏହି ଗୀତ କୁ ଗାଇଥିବା ପ୍ରକୃତ ଗାୟକ ହେଉଛନ୍ତି ଗୁଜୁରାଟର ଲୋକପ୍ରିୟ ଗାୟକ କମେଲେଶ ବାରୋଟ ଯିଏ କି ୨୦୧୮ ରେ ଏହି ଗୀତଟି ଲେଖି ନିଜେ ଏହାର କଣ୍ଠ ଦାନ କରିଥିଲେ ।

ଯେତେବେଳେ ଏହି ବଚପନ କା ପ୍ୟାର ଗୀତ ଟି ଭାଇରାଲ ହୋଇ ପୁରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ତେବେ ଏହାକୁ ନେଇ କମଲେଶ ନିଜ ରାଏ ରେ କହିଛନ୍ତି ଯେ ତାଙ୍କ ଗୀତ ଟି ଏତେ ଫ୍ୟାମ୍ସ ହୋଇଥିବାରୁ ସେ ବହୁତ ଆନଦ ଅନୁଭବ କରୁଛନ୍ତି । କମଲେଶ ଗାଇଥିବା ବଚପନ କା ପ୍ୟାର ୨୦୧୮ରେ ମେଶ୍ଵା କମ୍ପାନୀ ଅହମଦାବାଦରେ କମ୍ପୋଜ କରିଥିଲା । କମଲେଶ କହିଛନ୍ତି ତାଙ୍କର ଗାଇଥିବା ଏହି ଗୀତ ଟି ୨ ବର୍ଷ ପରେ ଏହି କୁନି ପିଲାଟି ଗାଇ ପୁରା ବିଶ୍ବରେ ଫ୍ୟାମ୍ସ ହୋଇ ପାରିଛି ସେଥିପାଇଁ ସେ ନିଜକୁ ବହୁତ ଗର୍ବ ଅନୁଭବ କରୁଛନ୍ତି ।

ବଚପନ କା ପ୍ୟାର ଗୀତ ଗାଇଥିବା ପିଲା ଟି ଆଜିକା ଡେଟରେ କମଲେଶଙ୍କ ଗୀତ ଗାଇ ଆଜି ଭାଇରାଲ ହୋଇ ପାରିଛି ସେଥିପାଇଁ କମଲେଶ ସେହି ପିଲା ପାଇଁ ବହତ ଖୁସି ଅନୁଭବ କରୁଛନ୍ତି । ଏହି ଗୀତ ଲେଖିବାର କାରଣ କମଲେଶ କହିଛନ୍ତି ଯେ ତାଙ୍କ ବନ୍ଧୁ ମାନେ ପିଲା ଦିନର ପ୍ରେମକୁ ପାଇ ପାରି ନାହାନ୍ତି ଯାହା ପାଇଁ ତାଙ୍କ ମନରେ କିଛି ଦୁଖ ରହି ଯାଇଥିଲା ଯାହାକୁ ସେ ଅନୁଭବ କରିଥିଲେ । ତେଣୁ କମଲେଶ କହିଛନ୍ତି ମଣିଷ ସବୁ କିଛି ଭୁଲିପାରେ କିନ୍ତୁ କେବେ ନିଜର ପ୍ରଥମ ପ୍ରେମକୁ ଭୁଲି ପାରେ ନାହି ।

ବ୍ୟକ୍ତି ବିବାହିତ ହେଇଥାଉ ବା ଧନୀ ବା ଗରିବ ହେଇଥାଉ କିନ୍ତୁ ପିଲାଦିନର ପ୍ରେମକୁ ପବିତ୍ର ଓ ସଚ୍ଚା ହୋଇଥାଏ ଯାହାକୁ କେହି କେବେ ଭୁଲିପାରେ ନାହି । ଏହି କାରଣରୁ କମଲେଶ ଏହି ବଚପନ କା ପ୍ୟାର ଗୀତ ଲେଖିଥିଲେ ।

ସେ ତାଙ୍କ ଲାଇଫ ରେ ୬୦୦୦ ରୁ ଅଧିକ ଫିଲ୍ମରେ ଗୀତ ଗାଇ ସାରିଛନ୍ତି । କିଛି ଗୀତ କମଲେଶ ନିଜେ ଲେଖି କମ୍ପୋଜ କରିଛନ୍ତି । ଗତ ଦୁଇ ବର୍ଷ ତଳେ ଛତିଶଗଡର ଜଣେ ଛାତ୍ର ନିଜ ସ୍କୁଲରେ ଶିକ୍ଷକଙ୍କ କହିବା ଅନୁସାରେ ବଚପନ କା ପ୍ୟାର ଗୀତ ଗାଇଥିଲେ ଯାହା ବର୍ତ୍ତମାନ ସୋସିଲା ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମସୁର ରିୟାପର ବାଦଶା ମଧ୍ୟ ଏହି ଗୀତ ପାଇଁ ପିଲାଟିର ଫ୍ୟାନ ହୋଇ ଯାଇଛନ୍ତି । ବାଦଶା ନିଜେ ଭିଡିଓ କଲ କରି ଏହି ଗୀତଟି ସେହି ପିଲା ମୁହଁରୁ ଶୁଣିବା ପରେ ତାଙ୍କୁ ଚଣ୍ଡିଗଡ ଡକାଇଛନ୍ତି । କିଛି ଦିନ ପୂର୍ବରୁ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ଭଗେଲ ମଧ୍ୟ ବଚପନ କା ପ୍ୟାର ଗାଇଥିବା ସହଦେବ ଦେର୍ଦୋଙ୍କୁ ଦେଖା କରି ତାର ପ୍ରଶଂସା କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *