ଓଡିଆ ଢଗ ଢମାଳି- କାଠର ବାଛୁରି ପଥର ଗାଈ ଯେତେ ଦୁହୁଁଥିଲେ ପନହଉ ଥାଇ ?

ଆଗ କାଳ ରେ ଲୋକ ନିଜ ବୁଦ୍ଧି ପରୀକ୍ଷା ପାଇଁ ପ୍ରହେଳିକା ବୁଝାଉଥିଲେ ତାଙ୍କ ଅନୁଯାଇ ପ୍ରହେଳିକା ଯିଏ ଯେତେ ଶୀଘ୍ର ସମାଧାନ କରି ପାଇଲା ସେ ସେତିକି ବୁଦ୍ଧିମାନ ହୋଇ ଥାଏ, ଲୋକ ପ୍ରହେଳିକା ନିଜ ବୁଦ୍ଧି ବିକାଶ ପାଇଁ ମଧ୍ୟ ଖେଳନ୍ତି । କିନ୍ତୁ ପ୍ରହେଳିକା ରେ ମଧ୍ୟ କେତେକ ଏମିତି ପ୍ରଶ୍ନ ଅଛି ଯାହା ପରେ ବହୁତ ଲୋକଙ୍କ ବୁଦ୍ଧି ଫେଲ ହୋଇ ଥାଏ, ବହୁତ ଏମିତି ଲୋକ ମଧ୍ୟ ଅଛନ୍ତି ଯିଏ ଯାହା କଲେ ମଧ୍ୟ ଉତ୍ତର ଖୋଜି ଦିଅନ୍ତି ।

ବହୁତ ଲୋକ ଏହାକୁ ଖେଳ ପରି ଖେଳନ୍ତି ଯାହା ଦ୍ଵାରା ବୁଦ୍ଧି ମଧ୍ୟ ବଢିବ ଏବଂ ଖେଳ ମଧ୍ୟ ହୋଇବ, କିଛି କିଛି ପ୍ରଶ୍ନ ଏମିତି ହୋଇ ଥାଏ ଯାହା ଉତ୍ତର ବହୁତ ସହଜ ହୋଇ ଥାଏ କିନ୍ତୁ ପ୍ରଶ୍ନ ଶୁଣିଲେ ଅଜବ ଲାଗେ ।

Image Courtesy: Google

ପ୍ରଶ୍ନ :- କଞ୍ଚା ବେଳେ ଲତ ପତ ପାଚିଗଲେ ଟାଣ ଏହାର ଉତ୍ତର କହିଦିଅ ରହିଲା ମୋ ରାଣା ?

ଉତ୍ତର – ମାଟି ହାଣ୍ଡି

ପ୍ରଶ୍ନ :- କଣ କହିବି ଭଉଣୀ, ଗୋଟିଏ ଗଛରେ ଫଳ ଫଳିଅଛି ଗୁଡ, ବାଇଗଣ, ଜୁଆଣୀ ?

ଉତ୍ତର – ମହୁଲ

ପ୍ରଶ୍ନ :- କଳା ଘାସ ବଣେ ଧଇଲି ଚୋରା ନଖ ମୁନାରେ ହେଲା ତା ବିଚାର ?

ଉତ୍ତର – ଉକୁଣି

ପ୍ରଶ୍ନ :- କହିଲା ଦେଖି, କେଉଁ ଫଳରେ ଆଖି ତିନୋଟି ?

Image Courtesy: Google

ଉତ୍ତର – ନଡିଆ

ପ୍ରଶ୍ନ :- କାଟିଲେ ରକତ ନହିଁ କୁଟିଲେ ହାଡବି ନହିଁ, କି ଯିବ ସିଏ କହିଲା ଭାଇ ?

ଉତ୍ତର – ଚିଙ୍ଗୁଡି

ପ୍ରଶ୍ନ :- କାଠର ବାଛୁରି ପଥର ଗାଈ ଯେତେ ଦୁହୁଁଥିଲେ ପନହଉ ଥାଇ ?

ଉତ୍ତର – ଚନ୍ଦନ କାଠ ଓ ପେଡି

ପ୍ରଶ୍ନ :- କାଦୁଅରେ ଗଡପଡା, ଆଠଗୋଟି ଗୋଡ ତାର ଦୁଇଗୋଡ ଫାଙ୍କୁଡା ?

ଉତ୍ତର – କଙ୍କଡା

ପ୍ରଶ୍ନ :- ଗରମ ପାଇଲେ ଆକାଶେ ଉଡେ ଶୀତଳ ପାଇଲେ ତଳକୁ ପଡେ

ଉତ୍ତର – ବାଷ୍ପ

Image Courtesy: Google

ପ୍ରଶ୍ନ :- ଗଛ ଲଗାଇଲି ଫଳିବା ପାଇଁ ଫଳ ପାଚିଲା ହେଲେ ଝଡିଲା ନହିଁ ?

ଉତ୍ତର – ଭେଣ୍ଡି

ପ୍ରଶ୍ନ :- କଞ୍ଚା ହଳଦିଆ ପାଚିଲେ କଳା ନ କହି ପାରିଲେ ରାଜ୍ୟରୁ ପଳା ?

ଉତ୍ତର – ଖଜୁରୀ କୋଳି

ପ୍ରଶ୍ନ :- ଆଲୋ କମଳା, ପିଲାବେଳେ ସେ ଡ୍ରେସ ପିନ୍ଧେ ବଡ ହେଲେଶେ ଲଙ୍ଗଳା ?

ଉତ୍ତର – ବାଉଁଶ ଗଛ

ପ୍ରଶ୍ନ :- କେତେବେଳେ ପିଏ କଳା, କେତେବେଳେ ପିଏ ନାଲି, ପେଟ ସୁଖୀ ଗଲେ ତାର ଆଉ ନ ପାରଇ ଚାଲି

ଉତ୍ତର :- କଲମ

ପ୍ରଶ୍ନ :- ଉପରେ ନିଆଁ ତଳେ ନିଆଁ ମଝିରେ ବସିଛି ବୁଢା ମିଆଁ

ଉତ୍ତର – ପୋଡ ପିଠା

ପ୍ରଶ୍ନ :-  ଟୋକିର ମୁଣ୍ଡ ଲାଣ୍ଡିଆ ବଣ ନ ଥାଇ ମୁଣ୍ଡିଆ

ଉତ୍ତର – ପାହାଡ

Image Courtesy: Google

ପ୍ରଶ୍ନ :- ଘନ କୋଳେ  ଚମକେ ସେହି ଲୁଚକାଳି ଖେଳେ ଆକାଶେ ରହି

ଉତ୍ତର – ବିଜୁଳି

ପ୍ରଶ୍ନ :- ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ, କିନ୍ତୁ ସେ କିଏ ଯିଏ ଦୁଇଟି ଜାକ ଦିଏ ?

ଉତ୍ତର – ଦୋକାନୀ

ପ୍ରଶ୍ନ :- ଏମିତି କେଉଁ ଟେବୁଲ ଅଛି ଯାହାକୁ ଆମେ ଖାଇଥାଉ ?

ଉତ୍ତର – ଭେଜିଟେବଲ

ପ୍ରଶ୍ନ :- ତାହା କେଉଁ ଜିନିଷ ଯାହା ଫ୍ରିଜରେ ରହିଲେ ମଧ୍ୟ ଗରମ ରହିଥାଏ ?

ଉତ୍ତର – ଗରମ ମସଲା

Image Courtesy: Google

ପ୍ରଶ୍ନ :- କାହାର ଡେଣା ନଥିଲେ ମଧ୍ୟ ସେ ଉଡିପାରେ ?

ଉତ୍ତର – ଗୁଡି

ପ୍ରଶ୍ନ :- ତାହା କେଉଁ ଜିନିଷ ଯାହାକୁ ଝିଅ ମାନେ ବର୍ଷରେ କେବଳ ଠାରେ କିଣିଥାନ୍ତି ?

ଉତ୍ତର – ରାକ୍ଷୀ

ପ୍ରଶ୍ନ :- କିଏ ପାଣି ପିଇବା ମାତ୍ରେ ମରିଯାଏ ?

ଉତ୍ତର – ଶୋଷ

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *