ଦିନରେ କେବଳ ଥରେ ଏହି ପ୍ୟାକ ବ୍ୟବହାର କରନ୍ତୁ ଆପଣଙ୍କ ଚେହେରାର ସବୁ ଦାଗ ହେବ ମୂଳରୁ ଶେଷ- Skin Care Tips

ସୁନ୍ଦର ହବାକୁ କିଏ ବା ଇଛା ନ କରିଥାଏ ସମସ୍ତେ ନିଜକୁ ସୁନ୍ଦର କରିବା ପାଇଁ କିଛି ନା କିଛି ଉପାୟ କରିଥାନ୍ତି କିନ୍ତୁ ସମସ୍ତେ ସଫଳ ହୁଅନ୍ତି ନାହିଁ । ତେବେ ଆଜିକା ସମୟରେ ଗୋରା ହବା ପାଇଁ ବହୁତ କେମିକଲ ଯୁକ୍ତ କ୍ରିମ ଆସୁଛି ଯାହା କିଛି ଦିନ ପାଇଁ ଆପଣଙ୍କୁ ଗୋରା କରି ପାରେ କିନ୍ତୁ କିଛି ସମୟ ପରେ ଏହି କ୍ରିମ ଗୁଡିକ ଆପଣଙ୍କ ଚେହେରା ଆହୁରି ଖରାପ କରିଥାନ୍ତି । ତେବେ ପାର୍ଲରରେ ମଧ୍ୟ ବହୁତ ଲୋକ ଯାଇ କେତେ କଣ କରନ୍ତି କିନ୍ତୁ ଏହା ଥରେ ନୁହ ଆପଣଙ୍କୁ ବାରମ୍ବାର କରିବାକୁ ହବ ।

ନଚେତ ଆପଣଙ୍କ ଚେହେରା ଖରା ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘରୋଇ ଉପଚାର କହିବାକୁ ଯାଉଛୁ ଯାହା ଆପଣଙ୍କ ଚେହେରା ପାଇଁ ରାମବାଣ ଚିକିତ୍ସା ଅଟେ । ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଚେହେରା ସ୍କିନ ବହୁତ ନରମ ହୋଇଥାଏ ଏହା କୌଣସି ପ୍ରକାର କେମିକଲ ବରଦାସ୍ତ କରି ପାରି ନଥାଏ, ତେବେ ଚେହେରା ଉପରେ ଖରାପ ଖରାପ ଜିନିଷ ଲଗାଇବା ଦ୍ଵାରା ଏହା କିଛି ଦିନ ଭିତରେ ଆପଣଙ୍କ ଚେହେରାକୁ ଖରାପ କରିଥାଏ ।

ତେବେ ଆପଣଙ୍କୁ ଆଜି ଆମେ କିଛି ଏମିତି ଉପାୟ କହିବାକୁ ଯାଉଛୁ ଯାହା ଆମ ପୂର୍ବଜ ମାନେ ସୁନ୍ଦର ହବା ପାଇଁ କରୁଥିଲେ ବା ରାଣୀ ମାନେ ନିଜ ସୁନ୍ଦରତା ପାଇଁ ଏହାକୁ ବ୍ୟବହାର କରୁଥିଲେ । ଆପଣଙ୍କୁ ଦୁଇରୁ ତିନି ଚାମଚ ବେସନ ନବାକୁ ହବ କଣ ଆପଣ ଜାଣିଛନ୍ତି ବେସନ ବହୁତ ଭଲ କ୍ଲିଞ୍ଜର ହୋଇଥାଏ ଏହା ଆମ ଚେହେରା ଭିତରେ ଥିବା ଅସନାକୁ ବାହାର କରିଥାଏ ଆଉ ଆମ ପିମ୍ପଲ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ । ଏହା ପରେ ଆପଣଙ୍କୁ ଘର ଏଲୋଭେରାରୁ ଜେଲ ବାହାର କରି ଗୋଟେ ଚାମଚ ଏଲୋଭେରା ଜେଲ ବେସନ ସହ ମିସାଇବାକୁ ହବ ।

Loading...

ତାହା ପରେ ଆପଣଙ୍କୁ ଦୁଇ ଚାମଚ ଦହି ସେଥିରେ ମିସାଇବାକୁ ହବ ଓ ତାହା ପରେ ଆପଣଙ୍କୁ ଟମାଟର ଗୋଟେ ଚାମଚ ରସ ବାହାର କରି ସେହି ମିଶ୍ରଣରେ ପକାଇବାକୁ ହବ । କଣ ଆପଣ ମାନେ ଜାଣିଛନ୍ତି ଦହି ଆପଣଙ୍କ ଚେହେରାକୁ ହାଇଡ୍ରେଟ କରିଥାଏ ସେମିତିରେ ବି ଖରା ଦିନ ଆସିଲାଣି ସେଥିପାଇଁ ଚେହେରା ଶୁଖିବାକୁ ଦିଅନ୍ତୁ ନାହିଁ ।

ଏହା ସହ ଭରପୁର ମାତ୍ରାରେ ପାଣି ସେବନ କରନ୍ତୁ ନଚେତ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସମ୍ମୁଖୀନ ହବାକୁ ପଡିବ । ଏହି ମିଶ୍ରଣ ଲଗାଇ ଆପଣ ୧୫ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଏହା ପରେ ଥଣ୍ଡା ପାଣିରେ ମୂହ ଧୋଇ ଦିଅନ୍ତୁ ମନେ ରଖିବେ ସପ୍ତାହକୁ ୩ ଥର ଏହାକୁ ବ୍ୟବହାର କରନ୍ତୁ ଫରକ ଆପଣ ନିଜେ ଅନୁଭବ କରିବେ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Related Posts

About The Author

Add Comment