ଦିନେ ଏଇ Railway Stationରେ PM Modi ବିକୁଥିଲେ ଚା’…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ନୂତନ ରୂପରେ ତିଆରି ହୋଇଥିବା ବଡନଗର ରେଲୱେ ଷ୍ଟେସନର ଉଦଘାଟନ କରିଛନ୍ତି । ଗୁଜୁରାଟର ମେହସାଣ ଜିଲ୍ଲାରେ ସ୍ଥିତ ଏହା ସେହି ରେଲୱେ ଷ୍ଟେସନ ଅଟେ ଯାହା ବିଷୟରେ କୁହାଯାଏ କି ଏହି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ପିତାଙ୍କ ସହିତ ଚା ବିକ୍ରି କରୁଥିଲେ ।

ରେଲୱେ ଷ୍ଟେସନକୁ ନୂତନ ରୂପ ଦେବା ପରେ ବି ଟି ଷ୍ଟଲ ସେହି ସ୍ଥାନରେ ଅଛି ଓ ତାକୁ ଧୋରହର କରି ଦିଆଯାଇଛି । ବଡନଗର ରେଲୱେ ଷ୍ଟେସନ ଛଡା ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟ କେତେକ ପରିଯୋଜନାର ବି ଉଦଘାଟନ କରିଛନ୍ତି । ବଡନଗର ରେଲୱେ ଷ୍ଟେସନକୁ ବଡ ନଗର – ମୋଢେରା – ପାଟନ ହେରିଟେଜ ସର୍କିଟ ଅନ୍ତର୍ଗତ ବିକଶିତ କରାଯାଇଛି । ଏହି ଷ୍ଟେସନର ପଥରର କାରୁକାର୍ଯ୍ୟ ମଧ୍ୟ କରାଯାଇଛି ।

ଏହା ସହିତ ଏହି ରେଲୱେ ଷ୍ଟେସନକୁ ବ୍ରଡ ଗେଜ ଲାଇନ ମାଧ୍ୟମରେ ଭାରତର ଅନ୍ୟ ଅଞ୍ଚଳ ସହ ବି ଯୋଡା ଯାଇଛି । ଏହି ରେଲୱେ ଷ୍ଟେସନ ଉପରେ ପାଣିର ଫାଉଣ୍ଟେନ ବି ଲଗାଯାଇଛି । ଏହି ଷ୍ଟେସନରେ କ୍ୟାଫେର ବି ବ୍ୟବସ୍ଥା ଅଛି । ବଡନଗର ରେଲୱେର ଷ୍ଟେସନକୁ ଡିଜିଟାଲ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ କି ଆଜି ବଡନଗର ବି ଏହି Expansionର ଅଂସ ହୋଇଯାଇଛି । ମୋର ତ ବଡ ନଗର ଷ୍ଟେସନରେ ବହୁତ ସ୍ମୃତି ଯୋଡି ଅଛି ।

ନୂଆ ଷ୍ଟେସନ ବହୁତ ଆକର୍ଷକ ଲାଗୁଛି । ଏହି ନୂଆ ବ୍ରଡଗେଜ ଲାଇନକୁ ତିଆରି କରିବା ଦ୍ଵାରା ବଡନଗର-ମୋଢେରା-ପାଟନ ହେରିଟେଜ ସର୍କିଟ ବର୍ତ୍ତମାନ ଭଲ ରେଳ ସେବା ମିଳିବ । କହିବାକୁ ଗଲେ ଯେଉଁ ରେଳ ଷ୍ଟେସନରେ ମୋଦୀ ଚା ବିକ୍ରି କରୁଥିଲେ ତାହା ବର୍ତ୍ତମାନ ଏକ ନୂଆ ରୂପ ପାଇଛି । ଏହି ରେଳ ଷ୍ଟେସନର ଉଦଘାଟନ ସମୟରେ ଷ୍ଟେସନରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ । ମୋଦୀ ଏହି ରେଳ ଷ୍ଟେସନକୁ ଅନ୍ଲାଇନ ମାଧ୍ୟମରେ ଉଦଘାଟଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପିଲାଦିନେ ଏହି ବଡ ନଗର ରେଳ ଷ୍ଟେସନରେ ନିଜର ବାପାଙ୍କ ସହ ମିଶି ଚା ବିକ୍ରି କରୁଥିଲେ । କହିବାକୁ ଗଲେ ଏହି ଷ୍ଟେସନ ମୋଦୀଙ୍କ ସ୍ମୃତିକୁ ଆଉ ଥରେ ଫେରାଇ ଆଣିଛି । ରେଳ ବିଭାଗ ତରଫରୁ ଏହି ଷ୍ଟେସନକୁ ଐତିହ ରୂପ ଦିଆଯାଇଛି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ମୋଦୀ ବଡନଗରରେ ଜନ୍ମ ଗ୍ରହଣ କରିଥିଲେ । ୬ ଭାଇ ଭଉଣୀଙ୍କ ମଧ୍ୟରୁ ମୋଦୀ ନିଜ ମାତା ପିତାଙ୍କର ତୃତୀୟ ସନ୍ତାନ ଥିଲେ । ମୋଦୀଙ୍କ ପିତା ଏହି ଷ୍ଟେସନରେ ଚା ବିକ୍ରି କରୁଥିଲେ ।

କିନ୍ତୁ ବିଦ୍ୟାଲାୟରେ ପାଠ ପଢିବା ସହିତ ମୋଦୀ ନିଜର ପିତାଙ୍କୁ ଚା ବିକ୍ରି କରିବାରେ ସାହାର୍ଯ୍ୟ କରୁଥିଲେ । ଷ୍ଟେସନରେ ଯେତେବେଳେ କୌଣସି ଟ୍ରେନ ଆସି ରହୁଥିଲା ତେବେ ମୋଦୀ ସେହି ସମୟରେ ଲୋକମାନଙ୍କ ପାଖକୁ ପହଞ୍ଚି ଚା ଦେଉଥିଲେ । କହିଦେଉଛୁ କି ଅଭାବ ଓ କଷ୍ଟ କଣ ଏହାକୁ ମୋଦୀ ନିଜେ ସ୍ଵୟଂ ଦେଖିଛନ୍ତି ।

Leave a Reply

Your email address will not be published. Required fields are marked *