Diya Mirzaଙ୍କ ପୁଅ 2 ମାସ ହେବ ICU ରେ ଲଢୁଛନ୍ତି ଜୀବନ-ମୃତ୍ୟୁର ଯୁଦ୍ଧ, କାନ୍ଦି କାନ୍ଦି ଅଭିନେତ୍ରୀ କହିଲେ କିଛି ଏମିତି କି ଆପଣ ବି କାନ୍ଦି ପକାଇବେ

ବନ୍ଧୁଗଣ, ଅଭିନେତ୍ରୀ “ଦିୟା ମିର୍ଜା” ୧୫ ଫେବୃୟାରୀ ରେ “ବୈଭବ ରେଖି” ଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ମାତ୍ର ବିବାହ ର କିଛି ସମୟ ପରେ ହିଁ ସେ ନିଜ ପ୍ରେଗନେନସି ର ଘୋଷଣା କରିଥିଲେ । ବିବାହ ର କିଛି ସମୟ ପରେ “ଦିୟା ମିର୍ଜା” ଗର୍ଭବତୀ ହେବା ଖବର ଅଚାନକ ଭାବେ ଆଶ୍ଚର୍ଯ୍ୟ ର ବିଷୟ ପାଲଟି ଗଲା ।

ଦିୟା ଙ୍କ ଉପରେ ଅନେକ ପ୍ରଶ୍ନ ଉଠିବାକୁ ଲାଗିଲା । ସଭିଏଁ କହିଲେ ଯେ, ଦିୟା ନିଜ ପ୍ରେଗନେନସି ଲୁଚାଇବାକୁ ଯାଇ ବିବାହ କରିଲେ । ଏଥିରେ ସେ ଅନେକ ଟ୍ରୋଲ ମଧ୍ୟ ହୋଇଥିଲେ । ମାତ୍ର ଦିୟା ଏହି ପ୍ରସଙ୍ଗ କୁ ବେସ ଜବରଦସ୍ତ ଉତ୍ତର ଦେଇଥିଲେ ।

ସେ କହିଥିଲେ ବିବାହ ଏଥି ନିମନ୍ତେ କରାଯାଏ ନାହିଁ ଯେ, ସନ୍ତାନ ଜାତ ହୋଇଥାଏ ବରଂ ଏ ଥିପାଇନ କରିଥାନ୍ତି ଯେ, ଉଭୟ ଙ୍କ ମଧ୍ୟରେ ଉଚିତ ବୁଝାମଣା ସହିତ ଆନନ୍ଦ ଭାବରେ ପରସ୍ପର ସହିତ ଜୀବନ ବିତାଇ ବୋଲି ନିସ୍ପତି ନେଇଥାନ୍ତି । ଏହାପରେ ଦିୟା କହିଲେ ଯେତେବେଳେ ଆମ୍ଭେ ନିଜ ବିବାହ ର ପ୍ଲାନିଂ କରୁଥିଲୁ ସେତେବେଳେ ମତେ ଜଣା ପଡିଲା ଯେ ମୁଁ ପ୍ରେଗନେଣ୍ଟ ଅଛି ।

ଏହାପରେ ମଧ୍ୟ ଆମ୍ଭ ବିବାହ ର ପ୍ଲାନିଂ ଠିକ ସେହିଭଳି ଚାଲିଥିଲା । ସେ କହିଥିଲେ ଯେ ଏହି ଖବର ମୋ ଜୀବନର ସବୁଠାରୁ ବଡ ଖୁସି ଖବର ଥିଲା । ମା ହେବା ଦୁନିଆରେ ସବୁଠାରୁ ବଡ ଖୁସିଖବର ଅଟେ । ଏହି ଅନୁଭୂତି କୁ କହିବା ନିମନ୍ତେ କାହାକୁ ଲାଜ ସରମ କରିବା କଥା ନୁହେଁ । ଏହାପରେ ମଇ ୧୪ ତାରିଖରେ ସେ ଏକ ଶିଶୁ ପୁତ୍ର କୁ ଜନ୍ମ ଦେଲେ ।

ଏହି ଶିଶୁ ଟି ଏକ ପ୍ରି-ମେଚ୍ୟୁର ଶିଶୁ ଅଟେ, ଯେ କି ବର୍ତ୍ତମାନ ଗତ ୨ ମାସ ହେବ ICU ରେ ଡାକ୍ତରଙ୍କ ଦେଖାଶୁଣା ରେ ଅଛି । ଶିଶୁ ଟିର ସ୍ଥିତି ବହୁତ ଗମ୍ଭୀର ଅଟେ । “ଦିୟା ମିର୍ଜା” କହିଲେ ଯେ ତାଙ୍କୁ ବ୍ୟାକ୍ଟେରିୟା ଇନଫେକସନ ହୋଇଯାଇଥିଲା ଏହା ଫଳରେ ସ୍ଥିତି ବିଗିଡି ଯିବାରୁ ତାଙ୍କୁ ସମୟ ପୂର୍ବରୁ ହିଁ ବେବି ଙ୍କୁ ଜନ୍ମ ଦେବାକୁ ପଡିଥିଲା ।

ସେତେବେଳ ଠାରୁ ତାଙ୍କ ପୁଅ ICU ରେ ଅଛନ୍ତି । ଦିୟା ଅତ୍ୟନ୍ତ ଭାବୁକ ହୋଇ ଲେଖିଛନ୍ତି ଯେ, ମୋ ପୁଅ କୁ ଦେଖି ଏକ ଶିକ୍ଷା ମିଳୁଅଛି ଯେ ଏହି ବ୍ରହ୍ମାଣ୍ଡରେ ବିନମ୍ରତା ପୂର୍ବକ କୌଣସି ସ୍ଥିତି ରୁ ଡରିବା କଥା ନୁହେଁ । “ଦିୟା ମିର୍ଜା” କହିଛନ୍ତି ମୋ ବେବି ଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଆସିବ । ବଡ ଭଉଣୀ ସମାୟରା ଏବଂ ନିଜ ବୁଢାବାପା ତଥା ବୁଢୀ ମା’ ଙ୍କ କୋଳରେ ଖେଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *