Special Story: DTP ଅପରେଟର ରାତାରାତି ହେଲେ କୋଟି କୋଟି ଟଙ୍କାର ମାଲିକ, ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଘଟଣା

ନମସ୍କାର ବନ୍ଧୁଗଣ । ଦିନେ ଜଣେ ବ୍ୟକ୍ତି ଥିଲେ ଡାଟା ଏଣ୍ଟ୍ରି ଅପରେଟର । କମ୍ପୁଟରରେ ଡିଟିପି କରି ମାସିକ ଦରମା ପାଉଥିଲେ ୮୦୦୦ ଟଙ୍କା । ଅଚାନକ ରାତାରାତି ତାଙ୍କର ଭାଗ୍ୟ ଖୋଲିଗଲା ଓ ସେ ହୋଇଗଲେ କୋଟିପତି । ହେଲେ ଏତେ ତାଙ୍କର ମାଲିକ ହେବା ପରେ ମନରେ ଅହଂଭାବ ନ ରଖି ଭଗବାନଙ୍କ ଉପରେ ଭରସା ରଖିଥିଲେ । ସେ ତାଙ୍କର ଟଙ୍କାରୁ ମନ୍ଦିରକୁ ଦାନ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶରେ । ମାତ୍ର ଗୋଟିଏ ଦିନରେ ଖୋଲି ଯାଇଛି ଫକୀରପୁର ର କୃଷ୍ଣପାଳ ସିଂଙ୍କ ଭାଗ୍ୟ । କଥାରେ ଅଛି ଯେତେବେ ଉପରବାଲା ଦେଇଥାଏ ଛପର ଫାଡି ଦେଇଥାଏ ।

ଏହାର ଯଥାର୍ଥ ଦେଖିବାକୁ ମିଳିଛି କୃଷ୍ଣପାଲଙ୍କ ନିକଟରେ । ସେ ଘର ପାଖରେ ଥିବା ହେଲଥ ସେଣ୍ଟର ପାଖରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ । ପ୍ରକୃତ କଥା ହେଉଛି ଅନ ଲାଇନ ଗେମ ଆପ DREAM11 ଦେଇଛି କୋଟି କୋଟି ଟଙ୍କା । ଏହି ଆପ ରେ କୃଷ୍ଣପାଳ ଏକ ଦଳ ଗଠନ କରି କୋଟି କୋଟି ଟଙ୍କାର ମାଲିକ ହୋଇ ପାରିଛନ୍ତି । ମଙ୍ଗଳବାର ଦିନ ଦିଲ୍ଲୀ ଓ କୋଲକାତା ମଧ୍ୟ ରେ IPL ମ୍ଯାଚ ଚାଲିଥିଲା । ଲକ୍ଷ ଲକ୍ଷ କ୍ରିକେଟ ପ୍ରଶଂସକ ଭଳି କୃଷ୍ଣପାଲ ମଧ୍ୟ DREAM11 ରେ ଦଳ ଗଠନ କରିଥିଲେ । ତାଙ୍କ ଦଳର ସବୁ ଖେଳାଳି ମାନଙ୍କର ପ୍ରଦର୍ଶନ ବହୁତ ଉଚ୍ଚ କୋଟିର ରହିଥିଲା ।

ଯାହା ଫଳରେ ତାଙ୍କ ଦଳ ଏକ ନମ୍ବର ରେ ରହି ଥିବାରୁ ତାଙ୍କୁ ମିଳିଛି 1 କୋଟି 20ଲକ୍ଷ ଟଙ୍କା । ଟିକସ କଟିବା ପରେ ବଳକା ବାଲାନ୍ସ ତାଙ୍କ ବ୍ଯାଙ୍କ ଆକାଉଣ୍ଟ ରେ ଜମା ହେବ ବୋଲି କୁହା ଯାଉଛି । ତେବେ ସବୁଠାରୁ ବଡ କଥା ହେଉଛି କୃଷ୍ଣପାଲ ବିଜେତା ହେବ ପରେ ମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି । ଏହି ଆପ ରେ ବିଜେତା ହେବା ପରେ କୃଷ୍ଣପାଳ ନିଜ ରାଏ ରେ ଗଣ ମାଧ୍ୟମ କୁ କହିଛନ୍ତି ଯେ ସେ ଏ ଯାଏଁ ଏହି କଥା କୁ ସାହରେ ବିଶ୍ଵାସ କରିପାରୁ ନାହାନ୍ତି । ଏହି କଥା ସତ ଜାଣିବା ପରେ ସେ ବହୁତ ଖୁସି ହୋଇଛନ୍ତି । ତାଙ୍କ ପାଖକୁ ବର୍ତ୍ତମାନ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।

ବନ୍ଧୁଗଣ ଆପଣ ମାନଙ୍କର କୃଷ୍ଣପାଳ ସିଂ ଙ୍କର ଏହି କାମ ପାଇଁ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *