କଣ ଆପଣ ବି ବିଛଣା ଉପରେ ସ୍ମାର୍ଟଫୋନ୍ ରଖି ଶୋଉଛନ୍ତି କି? ତେବେ ହୋଇଯାଆନ୍ତୁ ସତର୍କ । ଏହି ଭୟଙ୍କର ରୋଗକୁ ଦେଉଛନ୍ତି ନିମନ୍ତ୍ରଣ

ଶୋଇବା ବେଳେ ବିଛଣା ଉପରେ ସ୍ମାର୍ଟଫୋନ୍ ପାଖରେ ରଖୁଛନ୍ତି କି? ତାହା ଗୁରୁତର ରୋଗର କାରଣ ହୋଇପାରେ । ସ୍ମାର୍ଟଫୋନ୍ ଏବେ ଆମ ଜୀବନର ଏକ ଅଙ୍ଗ ପାଲଟିଗଲାଣି । ଗାଧୁଆ ଘରକୁ ବି ଲୋକେ ଫୋନ୍ ନେଇ ଯିବା ଆରମ୍ଭ କଲେଣି । ଅନ୍ୟ ସବୁ ସମୟରେ ଫୋନ୍ ପାଖରେ ରଖିବା ଭିନ୍ନ କଥା। କିନ୍ତୁ ଯଦି ଆପଣ ଶୋଇଲା ବେଳେ ଏହାକୁ ପକାହରେ ରଖୁଛନ୍ତି ତେବେ ଜାଣି ନିଅନ୍ତୁ ଆପଣଙ୍କୁ କେଉଁ ରୋଗ ହୋଇପାରେ ।

• କେବଳ ଫୋନ୍ ଦେଖିବା ଦ୍ୱାରା ନୁହେଁ, ବରଂ ଫୋନ୍ ପାଖରେ ରଖି ଶୋଇଲେ ବି ତାହାର ପ୍ରଭାବ ଦୃଷ୍ଟି ଶକ୍ତି ଉପରେ ପଡ଼ିଥାଏ । ଜାଣି ରଖନ୍ତୁ ଯେ ସ୍ମାର୍ଟଫୋନ ଗୁଡ଼ିକରୁ ଯେଉଁ ନୀଳ ଲାଇଟ୍ ବାହାରୁଛି ତାହା ଦୃଷ୍ଟି ଶକ୍ତିକୁ ପ୍ରଭାବିତ କରିଥାଏ।

• ସ୍ମରଣ ଶକ୍ତିକୁ ସ୍ମାର୍ଟଫୋନ୍ ଖୁବ୍ ଜୋର୍ ପ୍ରଭାବିତ କରିଥାଏ। ସ୍ମାର୍ଟଫୋନରୁ ବାହାରୁଥିବା କମ୍ପନ ମସ୍ତିଷ୍କ ପାଇଁ କ୍ଷତି ହୋଇଥାଏ। ଏହା ମାନସିକ ରୋଗର କାରଣ ହେବା ସହ ମସ୍ତିଷ୍କ ସହ ଜଡ଼ିତ ଅନେକ ଛୋଟ ବଡ଼ ରୋଗର କାରଣ ବନିଥାଏ।

• କେବଳ ସ୍ମାର୍ଟଫୋନ୍ ନୁହେଁ, ଲାପଟପ୍, ଟ୍ୟାବ୍, ଏଲଇଡି ଆଦି ଯେକୌଣସି ଡିଭାଇସରୁ ବାହାରୁଥିବା ବିକିରଣ ନିଦ୍ରାହୀନତାର ବି କାରଣ ହୋଇଥାଏ।

• ପାଖରେ ଫୋନ ରଖି ଶୋଇଲେ ଏସବୁ ସମସ୍ୟା ଘାରି ଥାଏ। ଚେଷ୍ଟା କରନ୍ତୁ ଶୋଇଥବା ବେଳେ ନିଜର ସ୍ମାର୍ଟଫୋନେକୁ ନିଜଠାରୁ ଦୂରେଇ ରଖିବାକୁ।

Leave a Reply

Your email address will not be published. Required fields are marked *