ଏହିଦିନ ମାନଙ୍କରେ ରୁଟି ବନେଇବା ଅଶୁଭ ହୋଇଥାଏ, ରୁଷ୍ଟ ହୁଅନ୍ତି ମା ଲକ୍ଷ୍ମୀ

ହିନ୍ଦୁ ଘର ମାନଙ୍କରେ ପ୍ରତିଦିନର ପ୍ରଧାନ ଖାଦ୍ୟ ରୁଟି ତିଆରି ହୋଇଥାଏ । ବିନା ରୁଟିରେ ଖାଦ୍ୟ ଅଧା ଲାଗିଥାଏ । ସବୁ ଦିନ ଖାଇବା ପାଇଁ ରୁଟି ବନାଯାଏ । ଅପର ପକ୍ଷରେ ହିନ୍ଦୁ ଧର୍ମରେ କିଛି ଏମିତି ଦିନ ଥାଏ ସେଦିନ ରୁଟି ତିଆରି କରିବା ଉଚିତ ନୁହେଁ । ଏକାଦଶୀ ତିଥିଦିନ ଯଦି ଆପଣ ଭାତ ନଖଇ ରୁଟି ଖାଇବେ ତେବେ ଆପଣଙ୍କୁ ପୂଣ୍ୟ ମିଳିବ । କିନ୍ତୁ କିଛି ଦିନ ଏମିତି ଅଛି ସେଦିନ ରୁଟି ବନେଇବା ଉଚିତ ହୋଇନଥାଏ । ଏହି ଅବସରରେ ରୁଟି ବନେଇବା ଅଶୁଭ ପରିଣାମ ମିଳିଥାଏ, ଏମିତି ଲୋକକଥା ରହିଛି । ଆସନ୍ତୁ ଜାଣିବା କେଉଁ ଦିନ ରୁଟି  ବନେଇବା କଥା ନୁହେଁ ।

Image Courtesy: Google

ମୃତ୍ୟୁ :- ଘରେ ଯେବେ କାହାର ମୃତ୍ୟୁ ହୋଇଯାଏ ୧୩ ଦିନର ବିଧିପରେ ଯାଇ ଘରେ ରୁଟି ବନାଯାଏ । ମନାଯାଏକି ଯଦି ୧୩ ଦିନ ପୂର୍ବରୁ ରୁଟି ବନାଯାଏ ତ ମୃତ ବ୍ଯକ୍ତିର ସୂକ୍ଷ୍ମ ଶରୀରରେ ଛାଲା ପଡିଯାଏ । ମୃତ୍ୟୁ ପରେ ଯେଉଁ ପିଣ୍ଡ ଦିଆଯାଏ, ସେଥିରେ ମୃତ ବ୍ୟକ୍ତିର ସୂକ୍ଷ୍ମ ଶରୀର ଠିକ ହୋଇଯାଏ । ତାର ଆତ୍ମା ସହିତ ଯମଦେବତାଙ୍କ ଦରବାରରେ ପହଞ୍ଚାଇ ଦିଆଯାଏ ।

Image Courtesy: Google

ଶୀତଳାଷ୍ଟମୀ :- ଶୀତଳାଷ୍ଟମୀ ଦିନ ମାତା ଶୀତଳାଙ୍କର ପୂଜା କରାଯାଇଥାଏ । ଏହିଦିନରେ ଖାଲି ବସି ଖାଦ୍ୟର ଭୋଗ ଲଗାଯାଏ ନାହିଁ ଖାଆନ୍ତି ମଧ୍ୟ । କୁହାଯାଏ କି ସଚା ମନରେ ପୂଜା କଲେ ମା ଆରୋଗ୍ୟର ବରଦାନ ଦେଇଥାନ୍ତି । ଏହିଦିନରେ ରୁଟି ବନାଯାଏ ନାହିଁ । କୁହାଯାଏକି ଶୀତଳାଷ୍ଟମିରେ ରୁଟି ବନେଇଲେ ସତଳା ମାତା ରାଗନ୍ତି । ଏହାସହିତ ଚର୍ମ ରୋଗ ହେବାର ସମ୍ଭାବନା ରହିଥାଏ ।

Image Courtesy: Google

କୋଜାଗରି :- କୋଜାଗରିକୁ  ଶରଦ ପୁର୍ଣିମାବି କୁହାଯାଏ । ଏହିଦିନରେ ଚନ୍ଦ୍ରମା ୧୬ କାଳରେ ପୂର୍ଣ ହୋଇଥାଏ ।ଶସ୍ତ୍ର ହିସାବରେ ଏହି ତିଥିରେ ମା ଲକ୍ଷ୍ମୀଙ୍କ ଜନ୍ମ ହୋଇଥିଲା । ଏହି ଦିନରେ ମା ଲକ୍ଷ୍ମୀଙ୍କ ସ୍ଵାଗତ କରାଯାଏ ଓ ଖିରୀ ପୁରୀର ଭୋଗ ଲଗାଯାଏ । ରାତିରେ ଖିରୀ ତିଆରିକରି ଚନ୍ଦ୍ରର ରଶ୍ନିରେ ରଖିଦିଅନ୍ତି ଓ ସକାଳେ ଭୋଗ ଗ୍ରହଣ କରାଯାଏ । ଏହିଦିନରେ ମିଠାର ଭୋଗ କରାଯାଇଥାଏ, ସେଥିପାଇଁ ଏହିଦିନରେ ଘରେ ରୁଟି ବନାଯାଏ ନାହିଁ ।  ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ରାଗିଥାନ୍ତି ।

Image Courtesy: Google

ଦୀପାବଳି :- ମାତା ଲକ୍ଷ୍ମୀଙ୍କ ସହିତ ସମ୍ବନ୍ଧିତ ଯେତେବି ପୂଜାପର୍ବ ରହିଛି ସେଥିରେବ ରୁଟି ବନାଯାଏ ନାହିଁ । ଦୀପାବଳିକୁ ଲକ୍ଷ୍ମୀ ପୂଜାର ଦିନ କୁହାଯାଏ । ଏହା ସହିତ ଏହି ଆରଏଟିଆଇକୁ ମହନିଶାର  ରାତି କୁହାଯାଏ । ମାତାଲକ୍ଷ୍ମୀଙ୍କୁ ପ୍ରସନ କାଇବା ପାଇଁ ଏହି ରାତିରେ ଲକ୍ଷ୍ମୀଙ୍କ ଧ୍ୟାନ କରିବା ଉଚିତ । ଏହି ଦିନରେ ଘରେ ବହୁତ ପ୍ରକାର ଖାଦ୍ୟ ରନ୍ଧାଜାଇଥାଏ ଓ ମିଠାର ଭୋଗ କରାଯାଇଥାଏ । ଘରେ ଏହିଦିନରେ ତାୱା ରଖିବା ବର୍ଜିତ ରହିଛି ।

Leave a Reply

Your email address will not be published. Required fields are marked *