କରୋନାର ସମସ୍ତ ଭାରିଏଣ୍ଟ ଉପରେ 2DGର କମାଲ, ରେଜଲ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଦୁନିଆର ସବୁ ବୈଜ୍ଞାନିକ

DRDOର କରୋନା ଉପରେ ଆହୁରି ଏକ ବଡ ସଫଳତା ହାସଲ କରିଛି । କରୋନା ଭାଇରସ ଉପରେ ଭାରତର DRDO ଆଣ୍ଟି କରୋନା ଔଷଧ ପୁଣି ଏକ କମାଲ କରିଛି । DRDO ଦ୍ଵାରା ପ୍ରସ୍ତୁତ 2DG ଔଷଧ କେବଳ ଭାରତରେ ମିଳୁଥିବା କରୋନା ଭାରିଏଣ୍ଟ ଉପରେ ପ୍ରଭାବ ଦେଖାଉ ନାହିଁ ଏହା ଛଡା ଏହା କରୋନାର ସମସ୍ତ ଭାରିଏଣ୍ଟ ଉପରେ ବି ନିଜର ପ୍ରଭାବ ଦେଖାଇଛି ।

ଏହି ଔଷଧକୁ ନେଇ କରାଯାଇଥିବା ନୂତନ ରିସର୍ଚ ଅନୁସାରେ 2DG ମଲ୍ଟିପିକେଶନକୁ କମ କରିଥାଏ । ଏହା ସହିତ କୋଶିକାକୁ ବି ବଞ୍ଚାଇଥାଏ । ରିସର୍ଚ ଅନୁସାରେ ଜଣା ପଡିଛି କି କରୋନାର ସମସ୍ତ ଭାରିଏଣ୍ଟ ଉପରେ DRDOର ଏହି ଔଷଧର ପ୍ରଭାବ ଦେଖିବାକୁ ମିଳୁଛି । ଏହାକୁ DRDOର Institute of Nuclear Medicine & Allied Sciences ହାଇଦ୍ରାବାଦର ଡା. ରେଡ୍ଡୀ ଲ୍ୟାବ ସହ ମିଶି ପ୍ରସ୍ତୁତ କରିଛନ୍ତି । ଏହି ଔଷଧ କରୋନା ରୋଗୀମାନଙ୍କର ଚିକିତ୍ସା ନିମନ୍ତେ ପୁରା ଦେଶରେ ଉପଲବ୍ଧ ହୋଇସାରିଛି ।

ଡା. ରେଡ୍ଡୀ ଲ୍ୟାବରଟୋରୀ ଏହାର ଗୋଟିଏ ପାଉଚର ମୂଲ୍ୟ ୯୯୦ ଟଙ୍କା ଧାର୍ଯ୍ୟ କରିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସରକାରୀ ହସ୍ପିଟାଲ ଗୁଡିକୁ ଏହି ଔଷଧକୁ ମାଗଣାରେ କିଣି ପାରିବେ । ଏହି ଔଷଧର ସେବନ ଦ୍ଵାରା କରୋନା ରୋଗୀମାନଙ୍କର ଅକ୍ସିଜେନ ଲେବୁଲରେ ବି ସୁଧାର ଆସୁଛି । ଏହି ଔଷଧ ଯେତେବେଳେ ଇନ୍ଦୋରର ଏକ ହସ୍ପିଟାଲରେ ଜଣେ ୭୦ବର୍ଷ ର ମହିଳାଙ୍କ ଉପରେ ପ୍ରଭାବ ଦେଖାଇଲା ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ ।

ଏହା ପରେ ଦେଖୁ ଦେଖୁ ମହିଳାର ଅକ୍ସିଜେନ ଲେବୁଲ ୬୦ – ୬୫ ରୁ ୯୮ – ୯୯ ପର୍ଯ୍ୟନ୍ତ ପହଞ୍ଚିଗଲା । ଏହା ପରେ ଠାରୁ ପୁରା ଦୁନିଆରେ ଉତ୍ସାହ ଦେଖିବାକୁ ମିଳୁଛି । DRDO କହିଛନ୍ତି କି ରୋଗୀଙ୍କୁ ୮ ରୁ ୧୦ ଟି ପାଉଚ ଦେବା ପରେ ଏହାର ବହୁତ ଭଲ ରେଜେଲ୍ଟ ଦେଖିବାକୁ ମିଳୁଛି । ଏହା ଦ୍ଵାରା ଅକ୍ସିଜେନର ଅଭାବରେ କଷ୍ଟ ସହୁଥିବା ଲୋକମାନଙ୍କୁ ଅଳ୍ପ ଆଶ୍ଵସ୍ତି ଦେଉଛି । 2 DG ଔଷଧ ଭାଇରସ ଦ୍ଵାରା ପ୍ରଭାବିତ ସେଲ୍ସକୁ ଯାଇ ଜମି ଯାଏ । ଏହା ସହିତ ଭାଇରସ ବୁଦ୍ଧିରେ ବାଧା ସୃଷ୍ଟି କରିଥାଏ ।

DRDO କହିଲେ କି ପରୀକ୍ଷଣ ସମୟରେ ଯେଉଁ ରୋଗୀମାନଙ୍କୁ ଏହି ଔଷଧ ଦିଆଯାଇଛି ତାଙ୍କର ଆରଟିପିସିଆର ରିପୋର୍ଟ ଜଲ୍ଦି ନେଗେଟିବ ଆସିଛି । ଗତ ବର୍ଷ ଏପ୍ରିଲ ମାସରୁ ଏହି ଔଷଧ ଉପରେ କାମ ଚାଲୁଥିଲା । ପାଣିରେ ମିଶାଇ ପାଉଡର ଭଳି ଏହି ଔଷଧ ଗୋଟିଏ ପ୍ୟାକେଟରେ ମିଳୁଛି । ଏହାକୁ ପାଣିରେ ମିଶାଇ କରୋନା ରୋଗୀଙ୍କୁ ଦିଆଯାଉଛି । DRDOର କହିବା ଅଟେ କି ଗ୍ଳୁକୋଜ ଉପରେ ଆଧାରିତ ଏହି 2 DG ଔଷଧର ସେବନ ଦ୍ଵାରା କରୋନା ରୋଗୀଙ୍କୁ ଅକ୍ସିଜେନ ଉପରେ ଅଧିକ ନିର୍ଭର ହୋଇ ରହିବାକୁ ପଡୁ ନାହିଁ ।

ଏହି ଔଷଧ ପ୍ରାୟତଃ ଗ୍ଳୁକୋଜ ଭଳି ଅଟେ କିନ୍ତୁ ଗ୍ଳୁକୋଜ ନୁହେଁ । DRDO କହିଛନ୍ତି କି ଏହି ଔଷଧର ଉତ୍ପାଦନ ପ୍ରବଳ ମାତ୍ରାରେ ବହୁତ ସହଜରେ କରି ପାରିବେ । ଭାରତରେ କରୋନାରେ ଗ୍ରାଫ କମ ହେଉଛି । ଏମିତିରେ ଭାରତ ଲୋକମାନଙ୍କ ଉପରେ ଉପଯୋଗ ପରେ ବର୍ତ୍ତମାନ ଅନ୍ୟ ଦେଶମାନଙ୍କୁ ଦିଆଯାଇ ପାରେ । ବହୁତ ଦେଶ ଏହାକୁ ନେବା ପାଇଁ ଇଚ୍ଛା ପ୍ରକଟ ବି କରିଛନ୍ତି । 2DG କରୋନା ସହ ଲଢିବା ପାଇଁ ଗେମ ଚେଞ୍ଜେର କୁହାଯାଉଛି ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *