ସଙ୍କଟ କାଳେ ଠିକ ନିଷ୍ପତି କିପରି ନେବେ ? Krishna Vani

ଜୀବନର ପ୍ରତ୍ୟକ କ୍ଷଣ ନିର୍ଣୟ ର କ୍ଷଣ ହୋଇଥାଏ । ପ୍ରତ୍ୟକ ପଦରେ ଅନ୍ୟ ଏକ ପଦପାଇ କୌଣସି ନା କୌଣସି ବିଷୟରେ ନିର୍ନୟ ନେବାକୁ ପଡିଥାଏ ଏବଂ ନିର୍ନୟ ତାର ପ୍ରଭାବ ଛାଡିଯାଏ । ଆଜି କରାଯାଇଥିବା ନିର୍ନୟ ଭବିଷ୍ୟତରେ ସୁଖ ଅଥବା ଦୁଖ ନିର୍ମିତ କରିଥାଏ, ନା କେବଳ ନିଜ ପାଇଁ, ନିଜ ପରିବାର ପାଇଁ, ଆସୁଥିବା ପିଢି ଙ୍କ ପାଇଁ ମଧ୍ୟ । ଯେବେ କୌଣସି ଅସୁବିଧା ସାମ୍ନାକୁ ଆସେ ତେବେ ମନ ବ୍ୟାକୁଳିତ ହୋଇଯାଏ, ଅନିଶ୍ଚିତତାରେ ଭରିଯାଏ ।

ନିର୍ନୟର ସେହି କ୍ଷଣ ହୋଇଯାଏ ଯୁଧ୍ୟ ଆଉ ମନ ହୋଇଯାଏ ଯୁଧ୍ୟ ଭୂମି । ଅଧିକତର ଆମେ ଅସୁବିଧାର ସମାଧନ ପାଇଁ ଉପାୟ ପାଇଁ ନୁହେଁ କେବଳ ମନକୁ ସାନ୍ତ କରିବା ପାଇଁ ନେଇଥାଏ କିନ୍ତୁ କଣ କିଏ ଦୌଡିକରି ଭୋଜନ କରିପାରେ?  ନା, ତେବେ ଯୁଧ୍ୟ ସହ ଲଢୁଥିବା ମନ କୌଣସି ଯୋଗ୍ୟ ନିର୍ନୟ ନେଇପାରିବ ?

ବାସ୍ତବରେ ଶାନ୍ତ ମନରେ ଯେବେ କେହି ନିର୍ନୟ ନିଏ ତେବେ ନିଜ ପାଇଁ ସୁଖଦ ଭବିଷ୍ୟପାଇଁ ନିର୍ନୟ ନେଇପାରେ ।ନିଜର ସୁଖଦ ଭବିଷ୍ୟ ବନାଇପାରେ କିନ୍ତୁ ନିଜର ମନକୁ ଶାନ୍ତ ରଖିବା ପାଇଁ ଯିଏ ନିର୍ନୟ ନିଏ ସେ ବ୍ୟକ୍ତି ତାର  ଭବିଷ୍ୟପାଇଁ କଣ୍ଟାଭରା ବୃକ୍ଷ ଲଗାଏ । ନିଜେ ବିଚାର କରିବେ । ନିର୍ନୟ ସମୟରେ ଆମେ ସର୍ବଦା କାହାର ପରାମର୍ଶ ,ସୂଚନା,ମନ୍ତ୍ରଣା କିମ୍ବା ବୁଝାଇବାକୁ ଆଧାର ବନାଇଦିଏ ଯାହାଦ୍ୱାରା ଆମର ଭବିଷ୍ୟର ଆଧାର ଆମଦ୍ଵାରା କରାଯାଇଥିବା ନିର୍ନୟ ଉପରେ ଆଧାରିତ ହୋଇଯାଏ ।

ତେବେ କଣ ଆମର ଭବିଷ୍ୟ ଅନ୍ୟ କାହାର ପରାମର୍ଶ ,କାହାର ମନ୍ତ୍ରଣା , କାହାର ବୁଝାମଣାରେ ଟେକି ରହିବ?ଆମର ଭବିଷ୍ୟ ଅନ୍ୟ କାହାର ମନ୍ତ୍ରଣା,ପରାମର୍ଶ,ବୁଝାମଣାର ଫଳ ଅଟେ ?କଅଣ ଆମ ସମ୍ପୂର୍ଣ ଜୀବନ ଅନ୍ୟକାହାର ବୁଦ୍ଧିର ପରିଣାମଅଟେ?ଏ କଥା ଆମେ କେବେ ବିଚାର କରିଛେ?ସେତେବେଳର ଅନୁଭବ ହେଉଛିଯେଏକହି ପରିସ୍ଥିତିରେ ବିଭିନ୍ନ ଲୋକ ବିଭିନ୍ନ ପରାମର୍ଶ ଦିଅନ୍ତି ।

ମନ୍ଦିରରେ ଛିଡାହୋଇଥିବା ଭକ୍ତ କୁହେ  କିଛି ଦାନ ଦେଇଦେବାକୁ,ଚୋର କୁହେ ଯଦି ଅବସରମିଳେ ମନ୍ଦିରର ମୂର୍ତି ଶ୍ରୀଙ୍ଗାର ଲୁଟିନେବାକୁ । ଧର୍ମରେ ଭରା  ହୃଦୟ ଧର୍ମମୟ ବିଚାର ଦିଏ ଆଉ ଅଧର୍ମଭରା ହୃଦୟ ଅଧର୍ମର ପରାମର୍ଶ ଦିଏ । ଧର୍ମର ବିଚାରର ସ୍ଵୀକାର ହିଁ ମନୁଷ୍ୟରସୁଖ ଦିଗରେ ନେଇଯାଏ,ପରନ୍ତୁ ଏପରି ପରାମର୍ଶ ସ୍ଵୀକାର କରିବା ସେତେବେଳେ ସମ୍ଭବ ହୁଏ ଯେତେବେଳେ ହୃଦୟରେ ଧର୍ମ ବିଚାର ରହିଥାଏ ।

ଅର୍ଥାତ  କାହାର ବୁଝାଇବା ଶକ୍ତି ଅଥବା ପରାମର୍ଶ ସ୍ଵୀକାର କରିବା ପୂର୍ବରୁ ସ୍ଵୟଅଂନିଜ ହୃଦୟରେ ଧର୍ମକୁ ସ୍ଥାପିତ କରିବା କ’ ଣ ଆବଶ୍ୟକ ନୁହେଁ ?ନିଜେ ବିଚାର କର । ଭବିଷ୍ୟତର ଆଧାର ଉପରେ ସମସ୍ତେ ଆଜି ହିଁ ନିର୍ଣୟ ନେବାକୁ ଚାହାନ୍ତି ଯେ ,ଭବଷ୍ୟରେ ସୁଖ ମିଳୁ,ଭବିଷ୍ୟ ସୁରକ୍ଷିତ ହେଉ ,ଏପରି ନିର୍ଣୟ ଆଜି ନେବା ପ୍ରିୟତନ ରଖନ୍ତି ସମସ୍ତେ । ଆପଣ ଆପଣଙ୍କ ଜୀବନକୁ ଦେଖନ୍ତୁ କ’ଣ ଆପଣଙ୍କ ଅଧିକତମ ନିରଣୟ ପଛରେ ଭବିଶ୍ୟର ର ବିଚାର ହୁଏନା, ଏବଉଁ ହେବନିବା କାହିଁକି?ନିଜ ଜୀବନକୁ ସରଳ ଏବଂ ସୁଖମୟ କରିବାକୁ ଚେଷ୍ଟା କରିବା ସମସ୍ତଙ୍କର ଅଛି ,କିନ୍ତୁ ଭବିଶ୍ୟକୁ କେହିବି ଜାଣିନାହି କେବଳ କଲ୍ପନା ହି କରାଯାଇପାରେ ।

ତେଣୁ ଜୀବନର ସମସ୍ତ ମହତ୍ଵ ପୂର୍ଣ ନିରଣୟ କଳ୍ପନାର ଆଧାର ଉପରେ ହିଁ ଆମେ କରିଥାଉ । କଣ କଲ୍ପନା କରିବାର ମାର୍ଗ କେଉଁ ତୃତୀୟ ମାର୍ଗ ହୋଇପାରେ?ବିଚାର କରନ୍ତୁ, ସବୁ ସୁଖର ଆଧାର ଧର୍ମ ହିଁ ଅଟେ । ଧର୍ମ ମନୁଷ୍ୟର ହୃଦୟରେ ବସିଥାଏ । ତେବେ ପ୍ରତ୍ୟକ ନିରଣୟ ପୂର୍ବରୁ ନିଜେ ନିଜର ହ୍ରୁଦୟକୁ ପ୍ରଶ୍ନ ଅବଶ୍ୟ ପଚାରି ନିଅ କି ଏ ଯେଉଁ ନିରଣୟ ସ୍ବାର୍ଥରୁ ଜନ୍ମିଛି ନା ଧର୍ମରୁ ?କଣ ଏ ପର୍ଯ୍ୟାପ୍ତ ନୁହେଁ ?ଭବିଷ୍ୟର ବଦଳରେ ଧର୍ମ ର ବିଚାର କରିବାରେ ଅଧିକ ସୁଖ ପୂର୍ଣ ହେବନାହିଁ ?ସ୍ୱୟମ  ବିଚାର କରନ୍ତୁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *