୨ ଦିନରେ ଏତେ ଶସ୍ତା ହେଲା ଶୁଣା, ଶୁଣିଲେ ହୋସ ଉଡିଯିବ.. ଦେଖନ୍ତୁ ଆଜିର Gold Rate

କରୋନାର ଦ୍ଵିତୀୟ ଲହରର ପ୍ରଭାବ ଭାରତରେ ବର୍ତ୍ତମାନ କମ ହେବାରେ ଲାଗିଛି । କାରଣ ପୂର୍ବ ଅପେକ୍ଷା ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ବହୁତ ପରିବର୍ତ୍ତନ ଆସିଛି ଅର୍ଥାତ କମ ହୋଇ ଯାଇଛି । କେତେକ ରାଜ୍ୟରେ ସ୍ଥିତିରେ ବି କାବୁ ଆସିଛି ଓ ଏହା ସହିତ କେତେ ରାଜ୍ୟରେ ତ ଅନଲକ ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି । ବୋଧେ ଏହାର ପ୍ରଭାବ ବର୍ତ୍ତମାନ ବଜାରରେ ପଡୁଥିବାର ଦେଖା ଯାଉଛି ।

କାରଣ କିଛି ଦିନ ହେବ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ଆଜି ସୁନା ମୂଲ୍ୟରେ ଅଳ୍ପ ବଢିଛି । ଗତ ୨ ଦିନ ହେବ ସୁନା ପାଖାପାଖି ୧୬୦୦ ଟଙ୍କା ଶସ୍ତା ହୋଇ ଯାଇଥିଲା । ମିଳିଥିବା ସୂଚନା ଅନୁସାରେ Multi Commodity Exchange(MCX)ରେ ଆଜି ସୁନାର ଦର ୦.୪୦ ପ୍ରତିଶତ ବୁଦ୍ଧି ହୋଇଛି ଓ ସୁନା ପ୍ରତି ୧୦ ଗ୍ରାମକୁ ୪୬,୮୮୨ ଟଙ୍କାରେ କାରୋବାର ଚାଲିଛି ।

କିନ୍ତୁ ଅନ୍ୟ ପଟେ ରୂପାର ମୂଲ୍ୟରେ ଲଗାତାର ହ୍ରାସ ଦେଖିବାକୁ ମିଳିଛି । ରୂପା ପ୍ରତି କିଲୋକୁ ୧୧୦ ଟଙ୍କା ହ୍ରାସ ହୋଇଛି ଓ ୬୭,୪୮୮ ଟଙ୍କାରେ ପହଞ୍ଚି ଯାଇଛି । ଯଦି ଆମେ ଗ୍ଲୋବାଲ ମାର୍କେଟରେ ସୁନାର ଦର ବିଷୟରେ କହିବା ତେବେ ଗତ ୧୫ ମାସ ହେବ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଥିଲା । କିନ୍ତୁ ଆଜି ସୁନାର ମୂଲ୍ୟରେ ଅଳ୍ପ ବୁଦ୍ଧି ଆସିଛି । ଗତ ସପ୍ତାହରେ ସୁନା ୬ ପ୍ରତିଶତ ହ୍ରାସ ହୋଇଥିଲା ।

କିନ୍ତୁ ଆଜି ୦.୫ ପ୍ରତିଶତ ବୁଦ୍ଧି ପାଇଛି ଓ ପ୍ରତି Ounce ୧,୭୭୨.୩୪ ଡଲାରରେ ପହଞ୍ଚି ଯାଇଛି । ସେହିଭଳି ଗ୍ଲୋବାଲ ମାର୍କେଟରେ ଚାନ୍ଦିର ମୂଲ୍ୟ ବିଷୟରେ କଥାବାର୍ତ୍ତା କରିବା ତେବେ ଚାନ୍ଦି ୦.୬ ପ୍ରତିଶତ ବୁଦ୍ଧି ହୋଇଛି ଓ ପ୍ରତି Ounce ୨୫.୯୫ ଡଲାରରେ ଚାନ୍ଦିର କାରୋବାର ହେଉଛି । ଯଦି ଭାରତୀୟ ବଜାରରେ ସୁନାର ମୂଲ୍ୟ ବିଷୟରେ କହିବା ତେବେ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ଦିଲ୍ଲୀରେ ୫୦,୩୨୦ ଟଙ୍କାରେ କାରୋବାର ଚାଲିଛି ।

ସେହିଭଳି ଚେନ୍ନାଇରେ ୪୮,୩୮୦ ଟଙ୍କା, ମୁମ୍ବାଇରେ ୪୭,୨୧୦ ଟଙ୍କା, କଲିକତାରେ ୪୮,୯୦୦ ଟଙ୍କା, ବେଙ୍ଗାଲୁରୁରେ ୪୭,୮୯୦ ଟଙ୍କାରେ ୨୪ କ୍ୟାରେଟ ସୁନାର କାରୋବାର ଚାଲିଛି । ଯଦି Good Returnsର ରିପୋର୍ଟ ବିଷୟରେ କହିବା ତେବେ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୪୭,୨୧୦ ଟଙ୍କା ଅଛି ଓ ରୂପା ପ୍ରତି ୧ କିଲୋକୁ ୬୭,୬୦୦ ଟଙ୍କାରେ ବିକ୍ରି ହେଉଛି ।

ବେଳେ ବେଳେ ସୁନାର ଶୁଦ୍ଧତାକୁ ଯାଞ୍ଚ କରିବାକୁ ନେଇ ଲୋକମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ, ଏମିତିରେ ଆମେ ଆପଣଙ୍କୁ କହିଦେଛୁ କି ଯଦି ଆପଣ ସୁନାର ଶୁଦ୍ଧତାକୁ ଯାଞ୍ଚ କରିବାକୁ ଚାହୁଁଛନ୍ତି ତେବେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରନ୍ତୁ । ଏଥିରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିବା ଛଡା ଯଦି ଆପଣଙ୍କର କୌଣସି ପ୍ରକାରର ଅଭିଯୋଗ ଅଛି ତେବେ ମଧ୍ୟ ଆପଣ ଏହି ଏପରେ କରି ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *