ଦୁଇଟି ସ୍ତ୍ରୀ ରଖିବା ଲୋକଙ୍କୁ ମିଳିବ ପୁରସ୍କାର, ଘର ଭଡା ମଧ୍ୟ ଦେବେ ସରକାର… ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ସଂଯୁକ୍ତ ଅରବ ଏମିରତ ଗୋଟେ ନୂଆ ଅଜବ ନିୟମ ଆରମ୍ଭ କରିଛନ୍ତି, ଦୁଇଟି ସ୍ତ୍ରୀ ରଖିଲେ ସରକାର ବିଭିନ୍ନ ପ୍ରକାର ସୁବିଧା ଦେଉଛନ୍ତି ଯେମିତିକି ସରକାର ଘର ଓ ଭତ୍ତା ଦେବାକୁ ଘୋଷଣା କରିଛନ୍ତି । ଏହି ଦେଶର ଅବିବାହିତ ଝିଅଙ୍କ ସଂଖ୍ୟା ବଢିବା କାରଣରୁ ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି । ଯେଉଁ ପୁଅ ଦ୍ଵିତୀୟ ବିବାହ କରିବେ ସରକାର ତାଙ୍କୁ ଦ୍ଵିତୀୟ ସ୍ତ୍ରୀକୁ ରଖିବା ପାଇଁ ଘର ଓ ଭତ୍ତା ବି ଦେବେ ।

ତେବେ କଣ ସମ୍ପୁର୍ଣ୍ଣ ଘଟଣା ଆସନ୍ତୁ ବିସ୍ତାର ଭାବେ ଜାଣିବା –

Image Courtesy: Google

UAE ର ବୁନୀୟାଦି ଢାଞ୍ଚା ବିକାଶ ମନ୍ତ୍ରୀ ଡଃ ଅବଦୁଲ୍ଲା ବେଲହୈଫ ଅଲ ନୁଇମୀର ଫେଡେରାଲ ନେସନାଲ କୈାସିଲିଂ (FNC)ର ସର୍ତ୍ତ ଅନୁସାରେ ଏହା ଘୋଷଣା କରାଯାଇଛି । ସେ କହିଛନ୍ତି କି, ମନ୍ତ୍ରାଳୟ ଏହି ନିୟମ ନେଇଛି ଦୁଇଟି ସ୍ତ୍ରୀ ରଖିବା ସବୁ ଲୋକଙ୍କୁ ଶେଖ୍ ଯାଦବ ହାଉସିଂ କାଯ୍ୟକର୍ମ ତରଫରୁ ଘର ଓ ଭତ୍ତା ମିଳିବ । ବାସ୍ତବରେ ଏ ଘର ଓ ଭତ୍ତା ଦ୍ଵିତୀୟ ସ୍ତ୍ରୀ ପାଇଁ ହେବ ଓ ଏହା ଏକପତ୍ନି ଲୋକଙ୍କ ପାଇଁ ମିଳିଥିବା ଘର ଓ ଭତ୍ତା ଠୁ ଅତିରିକ୍ତ ହେବ । ମନ୍ତ୍ରୀ କହିଛନ୍ତି କି, ଦ୍ଵିତୀୟ ସ୍ତ୍ରୀଙ୍କ ପାଇଁ ରହିବା ଖାଇବା ବ୍ୟବସ୍ଥା ମଧ୍ୟ ସେହିପରି ମିଳିବା ଉଚିତ୍, ଯେଉଁପରି ପ୍ରଥମ ସ୍ତ୍ରୀଙ୍କ ପାଇଁ ରହିଛି ।

Image Courtesy: Google

ସେଠାକର ମନ୍ତ୍ରୀ କହିଛନ୍ତି ” ଦ୍ଵିତୀୟ ସ୍ତ୍ରୀ ପାଇଁ ମଧ୍ୟ ସେହିଭଳି ରହିବା ବ୍ୟବସ୍ଥା ହେବା ଆବଶ୍ୟକ ଯେମିତିକି ପ୍ରଥମ ସ୍ତ୍ରୀ ପାଇଁ ଥାଏ ” । ସେ କହିଲେ ଘରଭଡା ଦେଲେ ଲୋକ ଦ୍ଵିତୀୟ ବିବାହ ପାଇଁ ପ୍ରୋତ୍ସାହିତ ହେବେ ଏବଂ UAE ରେ ଅବିବାହିତ ମହିଳାଙ୍କ ସଂଖ୍ୟା ହ୍ରାସ ପାଇବ । ମନ୍ତ୍ରାଳୟ ଚାହାନ୍ତି କି ଦ୍ଵିତୀୟ ସ୍ତ୍ରୀକୁ ମଧ୍ୟ ପ୍ରଥମ ସ୍ତ୍ରୀ ଭଳି ଘର ମିଳୁ । ତେବେ ଅବିବାହିତ ଯୁବତୀ ମାନଙ୍କ ପାଇଁ ସରକାର ନେଇଥିବା ଏହି ପଦକ୍ଷପ ବହୁତ ପ୍ରଶଂସନୀୟ ଅଟେ ।

Image Courtesy: Google

ଆଶା କରୁଛୁ ଆମ ଦ୍ଵାରା ଦିଆ ଯାଉଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସୁଥିବ, ଯଦି ଆପଣଙ୍କୁ ଆମର ପୋଷ୍ଟ ଗୁଡିକ ପସନ୍ଦ ଆସେ ତେବେ ଏହାକୁ ଲାଇକ କରନ୍ତୁ, ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଭିନ୍ନ ଭିନ୍ନ ଖବର ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଏହାକୁ ନେଇ ଅପନକ ମନ୍ତବ୍ୟ ନିଶ୍ଚୟ ଦେବେ ।

Leave a Reply

Your email address will not be published. Required fields are marked *