ଓଡିଶା ସରକାରଙ୍କ ନୂଆ ଘୋଷଣା- କାଲିଠାରୁ ଉପଲବ୍ଧ ହେବ ଟେଲିମେଡିସିନ ସେବା, ଏହି ନମ୍ବରରେ କଲ କରି ଚିକିତ୍ସା ପରାମର୍ଶ ନେଇପାରିବେ

ଆସନ୍ତା କାଲି (ବୁଧବାର ) ଠାରୁ ସରକାର ଏକ ନୂଆ ସେବା ଆରମ୍ଭ କରିଛନ୍ତି, ଯାହାଦ୍ୱାରା ଆପଣ ଘରେ ବସି ଏହି ନମ୍ବର ରେ କଲ୍ କରି ଚିକିତ୍ସା ପରାମର୍ଶ ନେଇ ପାରିବେ । ତେବେ ସେହି ହେଲ୍ପଲାଇନ ନମ୍ବର ହେଲା ୧୪୪୧୦ । ଏହି ମହାମାରୀର ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗଚିଙ୍କ ସମ୍ମିଳନୀରେ ଡ. କ୍ରିଷ୍ଣ କୁମାର କହିଛନ୍ତି ଏହା ଖୁବ ଶୀଘ୍ର ଉପଲବ୍ଧ କରାଯିବ ।

ଏଥିରେ ଆଇଭିଆରଏସ ସିଷ୍ଟମର ବ୍ୟବସ୍ଥା ମଧ୍ୟ ଆଚି । ଏହି ସେବା ପାଇଁ ୩୦୦ ଡାକ୍ତର ଯୋଡି ହୋଇଛନ୍ତି, ସମସ୍ତେ ଏହି ହେଲ୍ପଲାଇନ ଦ୍ଵାରା ଉପକୃତ ହୋଇପାରିବେ ।

ତେବେ ପ୍ରଥମରୁ ଚାଲୁଥିବା ୧୦୪ ହେଲ୍ପଲାଇନ ନମ୍ବର ଅଧିକ ସକ୍ରିୟ କରାଯିବ । ବର୍ତ୍ତମାନ ଏହି ନମ୍ବର ରେ ଦିନକୁ ୧୨ ହଜାରରୁ ୧୪ ହଜାର କଲ ଆସୁଛି । ତେବେ ଏହି ମହାମାରୀ ପାଇଁ ରାଜ୍ୟ ସରକାର କିଛିଟା ଅଞ୍ଚଳକୁ ଅନିଦ୍ଧିଷ୍ଟ କାଳ ପାଇଁ ସିଲ କରିଛନ୍ତି । ତେବେ ଏହା ଦ୍ଵାରା ଲୋକେ ନିଜର ସମସ୍ତ ସୁଖସୁବିଧାକୁ ତ୍ୟାଗ କରିବାକୁ ପଡିବ, ଜୀବନ ବଞ୍ଚାଇବା ପାଇଁ ଏହା ହି ଏକ ମାତ୍ର ଉପାୟ ବୋଲି କହିଛନ୍ତି ଶ୍ରୀ ବାଗଚୀ ।

ତେବେ ମୁଖ୍ୟମନ୍ତ୍ରୀ ଗତ ୪ ତାରିଖରେ ନିଜାମୁଦିନ ଫେରନ୍ତା ଲୋକଙ୍କୁ କହିଥିଲେ କି ସେମାନେ ଲଜ୍ୟା ଓ ଭୟ ନ କରି ଆଗକୁ ଆସିବା ପାଇଁ ଓ ସେମାନେ ଏହି କଥା ମାନିଛନ୍ତି ମଧ୍ୟ, ତେବେ ସେମାନଙ୍କ ମଧ୍ୟରୁ ୪୨ ଜଣ ସାମ୍ନାକୁ ଆସିଛନ୍ତି ଏବଂ ଯଦି ଏବେବି ମଧ୍ୟ କେହି ଲୁଚିଛନ୍ତି ସେମାନେ ଆଗକୁ ଆସିବା ପାଇଁ ଶ୍ରୀ ବାଗଚୀ କହିଛନ୍ତି । ସମଗ୍ର ବିଶ୍ବରେ ୧୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଥିବା ବେଳେ ୭୪ ହଜାରରୁ ଅଧିକ ମୃତ୍ୟୁ ବରଣ କଲେଣି । ଏବଂ ଭାରତରେ ସେହିଭଳି ୪ ହଜାରରୁ ଉର୍ଦ୍ଧ ଆକ୍ରାନ୍ତ ଥିବା ବେଳେ ୧୧୪ ଜଣ ମୃତ୍ୟୁ ବରଣ କଲେଣି । ଏବଂ ଓଡିଶାରେ ୪୨ ପଜେଟିଭ କେସ ଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ଆପଣମାନଙ୍କୁ ଗୋଟେ ଅନୁରୋଧ ଆପଣମାନେ ନିଜ ଘରେ ରୁହନ୍ତୁ ବହରକୁ ବାହରନ୍ତୁ ନାହିଁ, ନିଜ ସହ ନିଜ ପରିବାରର ଦାୟିତ୍ଵ ନିଅନ୍ତୁ ଓ ସୁସ୍ଥ ରୁହନ୍ତୁ । ଯେହେତୁ ଏହାର ମେଡିସିନ ଏ ପର୍ଯ୍ୟନ୍ତ ବାହାରି ନାହିଁ ସେଥିପାଇଁ ନିଜେ ସଜାଗ ରହିଲେ ହିଁ ଏଥିରୁ ବଞ୍ଚି ହେବ ।

Leave a Reply

Your email address will not be published. Required fields are marked *