ଏ ବାବୁ ଟିକେ ବାଟ ଛାଡ଼ ଆମ୍ବୁଲାନ୍ସରେ ମୋ ପୁଅ ଅଛି, ଯଦି ଡେରି ହୁଏ ମୋ ପୁଅ… ଦେଖନ୍ତୁ ହୃଦୟବିଦାରକ ଦୃଶ୍ୟ

ସାଇରନ ମାରି ମାରି ଆଗକୁ ଆଗକୁ ବଢି ଚାଲିଥିଲା ଆମ୍ବୁଲାନ୍ସ OD33Y6019 । ସକାଳ 10ଟା 15 ମିନିଟ । 5 ବର୍ଷର ପୁଅକୁ ଅକ୍ସିଜେନ ମାସ୍କ ପିନ୍ଧାଇ ଘରୋଇ ମେଡିକାଲ ଅଭିମୁଖେ ବାହାରିଥିଲା ଆମ୍ବୁଲାନ୍ସ । କ୍ୟାପିଟାଲ ମେଡିକାଲରୁ ବାହାରି ପ୍ରତୀକ ପଟିଆ ସ୍ଥିତ ଘରୋଇ ମେଡିକାଲକୁ ଯାଉଥିଲା । ହେଲେ ନାଲ୍କୋ ଛକ ନିକଟରୁ ଆରମ୍ଭ ହେଲା ଟ୍ରାଫିକ ଯନ୍ତ୍ରଣା ।

ପ୍ରତୀକଙ୍କ ବାପା ନିରୋଧ ଆଉ ତାଙ୍କ ଦାଦା ଆମ୍ବୁଲାନ୍ସରୁ ଓଲହାଇ ପଡିଲେ । ରାସ୍ତାରେ ଛିଡା ହୋଇଥିବା ଲୋକଙ୍କୁ କେତେ ନେହୁରା ହେଲେ । କାର, ବାଇକ ଚାଳକଙ୍କୁ ବହୁତ ନେହୁରା ହେଲେ । ଆମ୍ବୁଲାନ୍ସ ପାଇଁ ବାଟ କାଢିବାକୁ ଅନେକ ଚେଷ୍ଟା କରିଲେ । ଆଉ ସମସ୍ତଙ୍କୁ ହାତ ଯୋଡି କହୁଥାନ୍ତି ଆଜ୍ଞା ଟିକେ ବାଟ ଛାଡନ୍ତୁ ଆମ୍ବୁଲାନ୍ସରେ ମୋ ପୁଅ ଜୀବନ ସହ ସଂଘର୍ଷ କରୁଛି ବିଳମ୍ବ ହେଲେ କିଛି ବି ଅସୁବିଧା ହୋଇପାରେ ।

ବାମ ପଟର ରାସ୍ତା ଛାଡି ଇଆନ୍ତୁ ଆମ୍ବୁଲାନ୍ସ ମୋ ପୁଅକୁ ମେଡିକାଲ ନେଇ ଯାଉଛି । ଠିକ ସମୟରେ ପହଞ୍ଚିଲେ ମୋ ପୁଅର ଜୀବନ ବଞ୍ଚିଯିବ । ଏମିତି ଅନେକ କିଛି କାକୁତି ମିନତୀ ହୋଇ ନେହୁରା ହୋଇଥିଲେ ପ୍ରତିକଙ୍କ ବାପା ଓ ଦାଦା । ହେଲେ ଦର୍ଶକ ବନ୍ଧୁ କେହି ବି ଗାଡି ଚାଳକ ତାଙ୍କର ନେହୁରା ଶୁଣିଲେ ନାହି । ଓଲଟି ବେପରୁଆ ଭାବେ ଆମ୍ବୁଲାନ୍ସ ଆଗରେ ଛିଡା ହୋଇ ରହିଲେ ।

ଦେଢ କିମି ର ରାସ୍ତା ପାର ହେବାକୁ ଆମ୍ବୁଲାନ୍ସକୁ ଲାଗିଥିଲା 45 ମିନିଟରୁ ଅଧିକ ସମୟ । ଆଉ ପ୍ରାୟ 11ଟା ସମୟ ବେଳକୁ ଢମଣା ଛକ ଦେଇ ଘରୋଇ ମେଡିକାଲ ରେ ପହଞ୍ଚିବା ବେଳକୁ ମୃ-ତ୍ୟୁ ସହ ସଂଘର୍ଷ କରୁଥିବା ରଥିକ ଜୀବନ ହାରି ଦେଇଥିଲା । ଆମ୍ବୁଲାନ୍ସ କୁ ସିନା କଷ୍ଟେ ମସ୍ତେ ସ୍ମାର୍ଟ ସିଟି ର ଟ୍ରାଫିକ ଯନ୍ତ୍ରଣା ରୁ ମୁକୁଳାଇ ଆଣିଥିଲେ ପରିବାର ଲୋକେ ହେଲେ ପୁଅର ଜୀବନ ବଞ୍ଚାଇ ପାରିଲେ ନାହି ।

ପୁଅର ଅ-କା-ଳ ମୃ-ତ୍ୟୁ ପରେ ପରିବାର ଭାଙ୍ଗି ପଡିଛି । ବିକଳ ହୋଇ ଗଣାମଧ୍ୟମରେ ପୁଅର ମୃ-ତ୍ୟୁ ପାଇଁ ନ୍ୟାୟ ମାଗିଲେ ପରିବାର । ତଥାପି କିଛି ହେଲା ନାହି । ବାପା ମା କୋଳରୁ ହଜି ଯାଇଥିବା ପୁଅ ଆଉ ଫେରିଲା ନାହି କି ନ୍ୟାୟ ପାଇପାରିଲେ ନାହି । ଶେଷରେ ପ୍ରତିକଙ୍କ ବାପା ନିସ୍ପତି ନେଲେ ମୁଁ ଅଟୋ ଚାଳକ ମୁଁ ଚେଷ୍ଟା କରିବି ଆଉ ବାମ ପଟରେ କେହି ବି ଯେମିତି ଛିଡା ହେବେ ନାହି ।

ସେଥିପାଇଁ ଏହି ସଚେତନତାକୁ ଦର୍ଶାଇଛନ୍ତି ଆଉ ନିଜ ଅଟୋ ପଛରେ କୁନି ପିଲାର ଫୋଟୋ ସହ କିଛି ଲେଖା ହୋଇଛି । ଯେଉଁଠି ନେତା ମନ୍ତ୍ରିଙ୍କୁ ସୁରକ୍ଷା ମିଳୁଛି ସେଠାରେ ଆମ୍ବୁଲାନ୍ସ କୁ ଅବହେଳା କଣ ପାଇଁ ? ଦର୍ଶକ ବନ୍ଧୁ ଏ ପୋଷ୍ଟର ଟି ଅଟୋ ପଛରେ ମରାଯାଇଛି ଆଉ ସେହି ଅଟୋ ଏତେ ରାଜଧାନୀରେ ବୁଲୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହୁଏତ ବାପା-ମା ଙ୍କର ଏକମାତ୍ର ପୁଅ ପ୍ରତୀକ ପାଇଁ ଏହା ହେଉଛି ନ୍ୟାୟ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *