ଫେସବୁକ୍: ଭିଡିଓ ବନାନ୍ତୁ ଟଙ୍କା ପାଆନ୍ତୁ…! ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ଭିଡିଓ ବନାନ୍ତୁ ଟଙ୍କା ପାନ୍ତୁ, ଫେସ୍ବୂକ ୟୁଜରଙ୍କ ପାଇଁ ଖୁସି ଖବର । ଏବେ ଫେସବୁକ ଆପଣଙ୍କୁ ଯୋଗାଇଦେବ କାମ । କେବଳ ମନୋରଞ୍ଜନ ନୁହେଁ ଏବେ ଆପଣ ଏହି ଫେସ୍ବୂକ ଦ୍ଵାରା ଘରେ ବସି କମେଇପାରିବେ ଟଙ୍କା । ରୋଜଗାର କରିବାର ରାହା ଦେଖାଇବ ସୋସିଆଲ ମେଡିଆ । ଆଉ ୟୁଜରଙ୍କୁ ଏହି ସୁବିଧା ଭେଟି ଦେଇଛି ବିଶ୍ଵର ସବୁଠୁ ବଡ ସୋସିଆଲ ପ୍ଲାଟଫର୍ମ ଫେସ୍ବୂକ ।

ତେବେ ଫେସବୁକ ଇଙ୍କ ର ମୁତବକ ଏବେ ଫେସବୁକ କନ୍ଟେନ୍ଟ କ୍ରୀଏଟରଙ୍କୁ ଟଙ୍କା କମାଇବାରେ ସହାୟକ କରିବ । ଯେଉଁଥିରେ ଏମାନେ ଛୋଟ ଭିଡିଓ ପୋଷ୍ଟ କରି ବିଜ୍ଞାପନ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇ ପାରିବେ । ଏହା ବ୍ଯତୀତ କିଭଳି ଆପଣ ଫେସ୍ବୂକରୁ ଇନକମ କରିପାରିବେ ସେ ନେଇ ମଧ୍ୟ କମ୍ପାନୀ ତରଫରୁ ସୂଚନା ଦିଆ ଯାଇଛି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ଭିଡିଓ ଛାଡିଲେ ମିଳିବ ଟଙ୍କା

ଏଣିକି 1 ମିନିଟର ଭିଡିଓ ପ୍ରସ୍ତୁତ କରି ଆପଣ ଟଙ୍କା ରୋଜଗାର କରିପାରିବେ ଫେସ୍ବୂକ ୟୁଜର । କିନ୍ତୁ ଏଥିପାଇଁ କମ୍ପାନୀର କିଛି ସର୍ତ୍ତ ମାନିବାକୁ ପଡିବ । ସର୍ତ୍ତ ଅନୁସାରେ 1 ମିନିଟର ଭିଡିଓରେ ଯେମିତି 30 ସେକେଣ୍ଡର ବିଜ୍ଞାପନ ଚାଲିପାରୁଥିବା ଦରକାର । ସେହିପରି 3 ମିନିଟ୍ରୁ ଅଧିକ ସମୟର ଭିଡିଓ ରେ 45 ସେକେଣ୍ଡର ବିଜ୍ଞାପନ ଚାଲିବା ଆବଶ୍ୟକ । ଏଠାରେ ଆମେ କହିରଖୁଛୁ ପୂର୍ବରୁ 3 ମିନିଟ ବା ତା ଠାରୁ ଅଧିକ ସାମୀ ଭିଡିଓ ଗୁଡିକରେ ୟୁଜରଙ୍କୁ ବିଜ୍ଞାପନ ସହିତ ରୋଜଗାର ବି ମିଳୁଥିଲା । ଯେଉଁଥିରେ କୌଣସି ବି ବିଜ୍ଞାପନ 1 ମିନିଟ ପୂର୍ବରୁ ଦେଖାଯାଉ ନଥିଲା ।

ତେବେ ଏହି ଖବର ବହୁତ ଲୋକଙ୍କ ଜୀବନ ବଦଳିଦେବ । ବହୁତ ଲୋକ ଘରେ ବସି ଏବେ ରୋଜଗାର କରି ପାରିବେ । ତେବେ ଯଦି ଆପଣ ମଧ୍ୟ ଚହୁଁଛନ୍ତି ଘରେ ବସି ରୋଜଗାର କରିବା ପାଇଁ ତ ଆଜି ହିଁ ଫେସ୍ବୂକର ଏହି ଅଫର ବିଷୟରେ ଭଲଭାବେ ଜାଣି ନିଅନ୍ତୁ ।

ଯେମିତି ଲୋକେ ଅନ୍ୟ କେତେକ ସୋସିଆଲ ପ୍ଲାଟଫର୍ମରେ ଭିଡିଓ ଛାଡି ରୋଜଗାର କରୁଥିଲେ ଏବେ ଫେସ୍ବୂକରେ ମଧ୍ୟ ସେହିପରି ଭିଡିଓ ଛାଡି ନିଜ ପାଇଁ କିଛି ଟଙ୍କା ରଜୋଗାର କରିବାକୁ ସକ୍ଷମ ହେବେ । କରୋନା ପାଇଁ ଅନେକ ଲୋକ ନିଜର ଚାକିରି ହରାଇ ଥିବା ବେଳେ ଏହା ସେହି ଲୋକ ମାନଙ୍କ ପାଇଁ ଏକ ଖୁସିର ଖବର । ତେବେ ଆପଣ ଏ ସମ୍ବନ୍ଧ ରେ କେଏନ ଭାବୁଛନ୍ତି କମେଣ୍ଟ କରି ନିଶ୍ଚୟ କହିବେ ।

Leave a Reply

Your email address will not be published. Required fields are marked *