ହଠାତ୍ ଚାକିରି ଛାଡିଦେଲେ ବି ରହିବନି EPF ଟଙ୍କା ଟେନସନ !

ଇଏଫ ଖାତାଧାରୀଙ୍କ ପାଇଁ ବଡ ଖବର । ଚାକରି ଚାଲିଗଲେ ବି ଆଉ ରହିବନି ଟଙ୍କା ଟେନସନ । ବେସରକାରୀ କର୍ମ ଚାରିଙ୍କ ପାଇଁ ଖୁସିର ଖବର । ଏଣିକି ଚାକିରି ଛାଡିଲେ ରହିବନି ପିଏଫ ଟଙ୍କାର ଟେନସନ ଆଉ ରହିବନି । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ତରଫରୁ ଏଭଳି ଖାତାଧିକାରୀଙ୍କୁ ଦିଆଯାଇଛି ଏହି ଆଶ୍ଵାସନା । ଏବେ ପିଏଫ ଖତଧାରୀ ଚାକିରି ଛାଡିଲେ ନିଜେ ହିଁ ଅନଲାଇନରେ ଡେଟ ଓଫ ଏଗଜିଟକୁ ଅପଡେଟ କରିପାରିବେ ।

ତେବେ ପୂର୍ବରୁ ଏହି ସୁବିଧା କେବଳ ସମ୍ପୃକ୍ତ କମ୍ପାନୀ ପାଖରେ ରହୁଥିଲା । ଯେଉଁଥିପାଇଁ ପିଏଫ ଖାତାଧାରୀଙ୍କୁ ଅପଡେଟ କରିବା ପାଇଁ ଭଉତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ।

କେମିତି କରିବେ ଡେଟ ଓଫ ଏଗଜିଟ ?

ସର୍ବ ପ୍ରଥମେ unifiedportal-mem.epfindia.gov.in/memberinterface/ କୁ ଯାଆନ୍ତୁ । ଏହାପରେ ୟୁଏଏନ ଏବଂ ପାସୱାର୍ଡ ଦେଇ ଲଗଇନ କରନ୍ତୁ ।

ଏହାପରେ ମ୍ୟାନେଜ ଅପସନକୁ ଯାଅନ୍ତୁ ଏବଂ ମାର୍କ ଏଗଜିଟରେ କ୍ଲିକ କରନ୍ତୁ ।

ଏବେ ସିଲେକ୍ଟ ଇମ୍ପ୍ଲୋଇ ମେଣ୍ଟରୁ ପିଏଫ ଆକାଉଣ୍ଟ ନମ୍ବରକୁ ସିଲେକ୍ଟ କରନ୍ତୁ । ଏହାପରେ ଡେଟ ଅଫ ଏଗଜିଟ ଏବଂ ରିଜନ ଅଫ ଏଗଜିଟ ଅପସନରେ କ୍ଲିକ କରନ୍ତୁ ।

ଏହାପରେ ରିକୁଏଷ୍ଟ ଓଟିପିରେ କ୍ଲିକ କରି ମୋବାଇଲକୁ ଆସିଥିବା ଓଟିପି ଦିଅନ୍ତୁ । ଏବେ ଏଠାରେ ଦର୍ଶାଯାଇଥିବା ଚେକ ବକ୍ସ ବିକଳ୍ପକୁ ଚୟନ କରନ୍ତୁ ।

ଏହାପରେ ଅପଡେଟରେ କ୍ଲିକ କରି, ଶେଷରେ ଓକେ ଅବସନରେ କ୍ଲିକ କରନ୍ତୁ । ତେବେ ସମସ୍ତ ପ୍ରକ୍ରିୟା ଶେଷ କରିବା କ୍ଷଣି ହିଁ ଆପଣଙ୍କ ପିଏଫ ଆକାଉଣ୍ଟ ଡେଟ ଅଫ ଏଗଜିଟ ଅପଡେଟ ହୋଇଯିବ ।

ଡେଟ ଅଫ ଏଗଜିଟର କଣ ଫାଇଦା ?

ଯଦି ଆପଣଙ୍କ ଏକାଉନ୍ଟର ଏଗଜିଟ ଡେଟ ଅପଡେଟ ନଥିବ ତେବେ ଆପଣ ଆପଣଙ୍କ ପିଏଫ କ୍ଷତରୁ ଟଙ୍କା ଉଠାଇ ପାରିବେ ନାହିଁ । କିମ୍ବା ପୁରୁଣା କମ୍ପାନୀରୁ ନୂଆ କମ୍ପାନୀକୁ ଆପଣଙ୍କ ପିଏଫ ଟ୍ରାନ୍ସଫର କରାଇ ପାରିବେ ନାହିଁ । କିନ୍ତୁ ଏବେ ଆଉ ଏହି ସମସ୍ଯା ରହିବ ନାହିଁ । କାରଣ ଇପିଏଫ ପକ୍ଷରୁ ଡେଟ ଅଫ ଏଗଜିଟ ଅପଡେଟ କରିବାର ଅଧିକାର ଏବେ କର୍ମଚାରୀଙ୍କୁ ଦିଆ ଯାଇଛି । ଯାହା ଫଳରେ ଏବେ ଚାକିରି ଛାଡିଲେ ଇପିଏଫ ଟଙ୍କାକୁ ନେଇ କୌଣସି ଅସୁବିଧା ରହିବ ନାହିଁ ।

ଏହା ସମ୍ବନ୍ଧରେ ଆପଣଙ୍କ ମତାମତ ନିଶ୍ଚୟ କମେଣ୍ଟ କରି ଜଣାଇବେ । ଆଗକୁ ଏହିଭଳି ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *