ଏବେ ବି ସମୟ ଅଛି ସୁଧୁରି ଯାଅ, ନ ହେଲେ ମୁଣ୍ଡ ଗଡିବ ! Malika Bachana

ମହାପୁରୁଷ ଅଚ୍ୟୁତାନନ୍ଦ ୬୦୦ ବର୍ଷ ତଳେ ମାଳିକା ଶାସ୍ତ୍ରରେ ଆଗତ ଭବିଷ୍ୟତ ବିଷୟରେ ଉଲ୍ଲେଖ କରିଛନ୍ତି । ଯାହାକି ବର୍ତ୍ତମାନ ଦୃଶ୍ୟମାନ ବି ହେଉଛି । ଆଜି ଆମେ ପୁଣି ଥରେ ମାଳିକାରେ ବର୍ଣିତ ସେହି ସମସ୍ତ ଶ୍ଳୋକ ମଧ୍ୟରେ କିଛି ଶ୍ଳୋକ ବିଷୟରେ ଆପଣଙ୍କୁ କହିବୁ । ମହାପୁରୁଷ ଅଚ୍ୟୁତାନନ୍ଦ ଶିଷ୍ୟ ରାମଦାସଙ୍କୁ କହୁଛନ୍ତି କି ଏମିତି ଏକ ସମୟ ଆସିବ ଯେତେବେଳେ

ବାଟରେ ମୁଣ୍ଡ ଗଡିବ ହଣା କୁଟା ହୋଇ ଜୀବନ ଯିବଲୋ ଯାଇଫୁଲ ।

ଘରେ ଘରେ ରକ୍ତପାତ ହେବ ଯାଇଫୁଲ ॥

ମହାପୁରୁଷ କହୁଛନ୍ତି କି କଳିଯୁଗରେ ଏମିତି ସମୟ ଆସିବ ଯେତେବେଳେ ଲୋକମାନେ ପରସ୍ପର ମଧ୍ୟରେ ହଣା କଟା ହେବ ଓ ରାସ୍ତାରେ ମୁଣ୍ଡ ଗଡିବ । ଆପଣମାନେ ପୂର୍ବରୁ ଏହିଭଳି କିଛି ଘଟଣା ଦେଖିଛନ୍ତି ଓ ଆସନ୍ତା ସମୟରେ ବି ଏହିଭଳି ବହୁତ ଘଟଣା ଦେଖିବାକୁ ମିଳିବ । କେତେକ ସ୍ଥାନରେ ଶବ ଥାଇ ମୁଣ୍ଡ ନ ଥିବ ତ କେତେକ ସ୍ଥାନରେ ମୁଣ୍ଡ ଥାଇ ଶରୀରର ନ ଥିବ । ରାସ୍ତା ଘାଟରେ ମୁଣ୍ଡ ବିହୀନ ଶବ ମିଳିବା ସହିତ ଲୋକମାନେ ପରସ୍ପର ମଧ୍ୟରେ ହଣା କଟା ହୋଇ ନିଜର ଜୀବନ ନେବେ ।

ପରସ୍ପର ମଧ୍ୟରେ ରକ୍ତପାତ ମଧ୍ୟ ହେବ । ବର୍ତ୍ତମାନ ମନୁଷ୍ୟ ସ୍ଵାର୍ଥ ପାଇଁ ଏତେ ଅନ୍ଧ ହୋଇ ଯାଇଛି କି ସ୍ଵାର୍ଥ ଶେଷ ହୋଇଗଲା ପରେ ମଣିଷ ମଣିଷକୁ ମାରିବା ପାଇଁ ବି ପ୍ରସ୍ତୁତ ହୋଇ ଯାଉଛି । ମହାପୁରୁଷ କହୁଛନ୍ତି କି ଘରେ ଘରେ ରକ୍ତପାତ ହେବ । ଅର୍ଥାତ କେଉଁ ସ୍ଥାନରେ ଲୋକମାନେ ପୋଡି ହୋଇ ମାରୁଛନ୍ତି ତ କେତେକ ସ୍ଥାନରେ ଲୋକମାନେ ମାରି ଶବକୁ ମାଟିରେ ପୋତି ଦେଉଛନ୍ତି ।

କହିବାକୁ ଗଲେ ମହାପୁରୁଷ ଯାହା ବିଷୟରେ ୬୦୦ ବର୍ଷ ତଳେ ମାଳିକାରେ ଉଲ୍ଲେଖ କରିଥିଲେ ତାହା ବର୍ତ୍ତମାନ ସତ ହୋଇ ଚାଲିଛି ଓ ଆଗକୁ ବି ହେବ । କହିବାକୁ ଗଲେ ଆମର ଯବାନମାନେ ଦେଶର ସୀମାରେ ଜଗିଛନ୍ତି ଓ ବାହାର ଶତ୍ରୁକୁ ଦେଶ ଭିତରକୁ ପ୍ରବେଶ କରିବାକୁ ଚାହୁଁ ନାହାନ୍ତି । କିନ୍ତୁ ଆମ ସମସ୍ତଙ୍କ ଘରେ ଘରେ ଶତ୍ରୁ ଅଛନ୍ତି । ଆଜି ଭାଇ ଭାଇର ଶତ୍ରୁ ଓ ହଣା କଟାରେ କେତେକ ଲୋକମାନଙ୍କ ଜୀବନ ଚାଲି ଯାଉଛି ।

କହିବାକୁ ଗଲେ ମାଳିକା ଏହି ସମସ୍ତ କଥା ଆପଣଙ୍କୁ ଭୟଭୀତ କରିବା ପାଇଁ କହୁ ନାହିଁ କେବଳ ଆପଣଙ୍କୁ ସତର୍କ ରହିବା ପାଇଁ ଏହି ସମସ୍ତ କଥା କହୁଛି । ମାଳିକା ଅନୁସାରେ ହିଂ-ସା ଠାରୁ ଦୂରେଇ ରୁହନ୍ତୁ । କହିବାକୁ ଗଲେ ବର୍ତ୍ତମାନ ଯଦି କାହାର ଛାତ ପଡୁଛି ଆଉ ଜଣଙ୍କର ଛାତି ପୋଡୁଛି । ଏହା ସହିତ ହତ୍ୟା କରିବା ପାଇଁ ବି କେହି ପଛଉ ନାହାନ୍ତି । ଆପଣ ଋଣଗ୍ରସ୍ତ ମଧ୍ୟ ହେବେ ।

ପାପର ଫଳ ଅବଶ୍ୟ ଦେହ ଧରି ଭୋଗେ ମନୁଷ୍ୟଲୋ ଯାଇଫୁଲ ।

ତୁହି ଫଳେ ବୁଝ ବ୍ରଜ ଶିଷ୍ୟ ଯାଇଫୁଲ ॥

ମହାପୁରୁଷ କହୁଛନ୍ତି ଏହି ସଂସାରରେ ଯିଏବି ବି ପାପ କରିବ ତାକୁ ସେହି ପାପର ଫଳ ଦିନେ ନା ଦିନେ ନିଶ୍ଚିତ ରୂପରେ ଭୋଗିବାକୁ ପଡିବ ।

Leave a Reply

Your email address will not be published. Required fields are marked *