ECMO ଟ୍ରିଟମେଣ୍ଟ ପରେ ଏବେ କେମିତି ଅଛନ୍ତି Abhishek Mahapatra, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଅଭିଷେକ ମହାପାତ୍ର ଗତ ଦୁଇ ମାସ ହେବ କୋରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ଅବସ୍ଥା ଅଧିକ ଶୋ-ଚ-ନୀ-ୟ ହୋଇ ପଡିବାରୁ ତାଙ୍କୁ ଜୁନ ୯ରେ କୋଲକାତା ଏୟାରଲିଫ୍ଟ ଆମ୍ବୁଲାନ୍ସରେ ଇକୋମୋ ଚିକିତ୍ସା ପାଇଁ ନିଆ ଯାଇଥିଲା । ବିବାହର ୮ ଦିନ ପରେ ଅଭିଷେକ କୋରୋନା ପଜେଟିଭ ହୋଇ ଚିକିତ୍ସିତ ହେଉଛନ୍ତି ।

ଅଭିଷେକ ତାଙ୍କ ମା ବାପାଙ୍କର ଗୋଟିଏ ପୁଅ ଅଟନ୍ତି । ସେ ଜଣେ ଇଞ୍ଜିନିୟର ଭାବେ କାମ କରୁଥିଲେ । ଅଭିଷେକଙ୍କ ଗ୍ରାମବାସୀ ମାନେ ତାଙ୍କ ପାଇଁ ଶିବ ମନ୍ଦିରରେ ଯଜ୍ଞ କରିବା ପାଇଁ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି । କେମିତି ଅଭିଷେକ ଭଲ ହୋଇ ତାଙ୍କ ଘରକୁ ଫେରିବେ ସେଥି ପାଇଁ ତାଙ୍କ ଗାଁ ଲୋକ ମାନେ ପ୍ରଭୁଙ୍କ ପାଖରେ ନିବେଦନ କରି ତାଙ୍କର ମଙ୍ଗଳ କାମନା କରୁଛନ୍ତି । ଭଦ୍ରକ ଜିଲ୍ଲା ମନ୍ଦାରୀ ଗାଁ ରେ ଅଭିଷେକଙ୍କ ଘର ଯେଉଁଠାରେ ସେ ନିଜ ପରିବାର ସହ ରୁହନ୍ତି ।

ତାଙ୍କ ସ୍ୱାସ୍ଥ୍ୟର ଆରୋଗ୍ଯ ପାଇଁ ତାଙ୍କ ପରିବାର ଓ ଗାଁ ଲୋକେ ମିଶି ମହାଦେବଙ୍କ ନିକଟରେ ରୁଦ୍ରାଭିଷେକ କରୁଛନ୍ତି ଯାହା ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି । ଗତ ମେ ମାସ ୫ ତାରିଖରେ ସେହି ଗାଁ ର ଝିଅ ମୌସୁମିଙ୍କୁ ବିବାହ କରିଥିଲେ । ନିଜ ସ୍ଵାମୀ ଅଭିଷେକଙ୍କର ଚିକିତ୍ସା ପାଇଁ ମୌସୁମି ଆର୍ଥିକ ସାହାଜ୍ଯ ପାଇଁ ଓଡିଶା ବାସୀଙ୍କୁ ନିବେଦନ କରିଥିଲେ । ଯାହା ଫଳରେ ଅଭିଷେକ କୋଲକାତା ଯାଇ ଚିକିତ୍ସା ହେଉଛନ୍ତି ।

ଅଭିଷେକଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ପାଇଁ ଗାଁ ଲୋକେ ରୁଦ୍ରାଭିଷେକ କରିବା ସହ ଯଜ୍ଞ କରୁଛନ୍ତି । ସେମାନଙ୍କର ବିଶ୍ଵାସ ରହିଛି ଯେ ମହାଦେବ ତାଙ୍କ ଗାଁ ର ପିଲାକୁ ଭଲ କରି ଫେରାଇ ଦେବେ । ଡାକ୍ତରଙ୍କ କହିବା ଅନୁସାରେ ଅଭିଷେକଙ୍କୁ କୋଲକାତା ନିଆ ଯିବା ପରେ ତାଙ୍କର ଇକୋମୋ ଚିକିତ୍ସା କରିବା ପରେ ଅବସ୍ଥା ରେ ସୁଧାର ଆସିଥିଲା ।

କିନ୍ତୁ ବର୍ତ୍ତମାନ ସୂଚନା ଅନୁସାରେ ତାଙ୍କର ସ୍ୱାସ୍ଥ୍ୟ ରେ ଆଉ ସୁଧାର ଆସୁ ନାହି । ଏଥି ପାଇଁ ତାଙ୍କ ପରିବାର ଲୋକେ ଭଗବାନଙ୍କ ପାଖରେ ନିଜର ପୁଅର ମଙ୍ଗଳ କାମନା କରି ପୂଜା ଆରାଧନା କରିବାରେ ଲାଗିଛନ୍ତି ଯାହା ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି । ଆଶା କରୁଛୁ ଅଭିଷେକ ମହାପାତ୍ର ବହୁତ ଜଲ୍ଦି ସୁସ୍ଥ ହୋଇ ନିଜ ପରିବାରକୁ ଫେରି ଆସନ୍ତୁ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *