ଏବେ ରେଳ ରଖିବ ନିଜ ଯାତ୍ରୀମାନଙ୍କ ସ୍ଵାସ୍ଥ୍ୟର ଧ୍ୟାନ, ଷ୍ଟେସନରେ ଲାଗିବ Health ATM

ଆଗ୍ରାରେ 3 ଟି ଓ ମଥୁରା ରେ ଗୋଟେ ଷ୍ଟେସନ ରେ ମେସିନ ଲାଗିବା ଯୋଜନା 50 ରୁ 100 ଟଙ୍କା ରେ କରିପାରିବେ ଯାଞ୍ଚ । ଜାଗରଣ ସମ୍ବାଦଦାତା ରେଳ ଷ୍ଟେସନରେ ଯାତ୍ରୀମାନେ ରେଲକୁ ଅପେକ୍ଷା କରିବା ସହ ନିଜ ସ୍ବାସ୍ଥ୍ୟର ଯାଞ୍ଚ କରି ପାରିବେ । ଆଗ୍ରା ରେଳ ମଣ୍ଡଳର 4 ଟି ରେଳ ଷ୍ଟେସନରେ ଶୀଘ୍ର ହେଲଦ ଏଟିଏମ ସୁବିଧା ଆରମ୍ଭ ହେବାକୁ ଯାଉଛି । ଏଥିରେ ଯାତ୍ରୀମାନେ ବିଭିନ୍ନ ପ୍ରକାର ଯାଞ୍ଚ କରିପାରିବେ ଓ ରିପୋର୍ଟ ପାଇଁ ଅପେକ୍ଷା କରିବାକୁ ପଡ଼ିବନି, ରିପୋର୍ଟ ଯାତ୍ରୀମାନଙ୍କ ମୋବାଇଲ୍ ରେ ଆସିଯିବ।

ଆଗ୍ରା ରେଳ ମଣ୍ଡଳର ଅନ୍ତର୍ଗତ କେଣ୍ଟ ଷ୍ଟେସନ,ଆଗ୍ରା ଫୋର୍ଟ, ରାଜା କି ମଣ୍ଡି ଓ ମଥୁରା ପ୍ରମୁଖ ଷ୍ଟେସନ ରହିଛି ।

ଯେଉଁଠି ହଜାର ହଜାର ଯାତ୍ରୀ ଯାଉଛନ୍ତି । ଏମିତିରେ ଷ୍ଟେସନରେ ଯାତ୍ରୀ ମାନଙ୍କ ହେଲ୍ଦ୍ ଚେକ୍ ଅପ୍ ସୁବିଧା ପାଇଁ ହେଲଦ ଏଟିଏମର ପ୍ରସ୍ତୁତି କରାଯାଇଛି। ଯାତ୍ରୀମାନେ 50ରୁ 100 ଟଙ୍କାରେ ଯେତେ ସବୁ ଯାଞ୍ଚ କରିପାରିବେ।

ଏସବୁ ଯାଞ୍ଚ୍ କରିପାରିବେ

ହେଲଦ୍ ଏଟିଏମ୍ ଜରିଆରେ ଯାତ୍ରୀ 10 ମିନିଟ୍ ରେ ବୋନ୍ ଟେଷ୍ଟ, ବଡି ମାସ୍ ଇଣ୍ଡେକ୍ସ, ବ୍ଲଡ ପ୍ରେସର୍, ମେଟାବାଲିକ୍ ଏଜ୍, ଫ୍ୟାଟ୍, ଶରୀରରେ ଅକ୍ସିଜେନ ର ମାତ୍ରା, ଶରୀରର ତାପମାତ୍ରା, ଓଜନ ସହିତଆଉ ଅନ୍ୟ ଯାଞ୍ଚ ମଧ୍ୟ କରିପାରିବେ। 10 ମିନିଟରେ ରିପୋର୍ଟ ଆସିଯିବ ଯଦି ଆପଣଙ୍କର ସମୟ ନଥାଏ ଇମେଲରେ ଫୋନକୁ ଆସିଯିବ।

ହେଲଥ ଏଟିଏମ କଣ

ଏହାକୁ ବ୍ୟାଙ୍କ-ଇନ୍-ମେଡିକାଲ କିୟୋଷ୍କ ଭାବରେ ପରିଭାସିତ କରାଯାଇପାରେ । ଯେଉଁଥିରେ ଚିକିତ୍ସା ଉପକରଣ ଲାଗି ରହିଥାଏ । ଏହା ସାହାଯ୍ୟରେ ବେସିକ କାର୍ଡିଓଲଜି, ନ୍ୟୁରୋଲଜି,ପଲ୍ମୋନରୀ, ଟେଷ୍ଟିଂ, ଗାଇନିକୋଲାଜି, ବେସିକ ଲେବାରେଟରୀ ଟେଷ୍ଟିଂ, ଇତ୍ୟାଦି କରିପାରିବେ ।  ଆପତ୍ତିକାଳୀନ ସୁବିଧା ସହ ଏଥିରେ ମେଡିକାଲ ଅଟେନଡେଣ୍ଟ ବି ରହିଥାଏ। ଏହାଦ୍ବାରା ଯାତ୍ରୀଟି ବି ଜାଣିପାରେ ସେ ଆଗକୁ ଯାଇପାରିବକୁ ନାହିଁ ।

ଜଲଦି ଲାଗିବ ମେସିନ

ମଣ୍ଡଳର ଷ୍ଟେସନରେ ହେଲଦ ଏଟିଏମ ଲଗେଇବାର ଯୋଜନା ରହିଛି । ଜଲଦି ମେସିନ ଲଗେଇବାର କାମ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *