ଏହା ହେଉଛି ଦୁନିଆର ସବୁଠାରୁ ବଡ ମନ୍ଦିର, ଯେଉଁଠାର କାନ୍ଥ ଉପରେ ଅଙ୍କା ଯାଇଛି ରାମାୟଣ ଏବଂ ମହାଭାରତର କାହାଣୀ

ଭାରତକୁ ମନ୍ଦିରର ଦେଶ ବୋଲି ବି କୁହାଯାଇଥାଏ । ଯେଉଁଠିକି ବହୁତ ସାରା ମନ୍ଦିର ଅଛି ଯାହା ନିଜ ସଂସ୍କୃତି ଏବଂ ଧାର୍ମିକ ଭାବକୁ ଏକାଠି କରାଯାଇଛି ଏବଂ ଏହି ମନ୍ଦିରକୁ ବୁଲିବା ପାଇଁ ପୁରା ଦୁନିଆରୁ ଲୋକ ଆସିଥାନ୍ତି । କଣ ଆପଣଙ୍କୁ ଜଣା ଅଛି କି ଦୁନିଆର ସବୁଠାରୁ ବଡ ମନ୍ଦିର ଭାରତରେ ନାହିଁ ବୋଲି । ଦୁନିଆର ସବୁଠାରୁ ବଡ ମନ୍ଦିର କମ୍ବୋଡିଆରେ ଅଛି । କମ୍ବୋଡିଆରେ ଥିବା ଏହି ମନ୍ଦିରର ନାମ ଅଙ୍କୋରବାଟ ଅଟେ । ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଇଛି ।

କୁହାଯାଏ କି ଏହି ମନ୍ଦିରରେ ଭଗବାନ ବିଷ୍ଣୁ ସ୍ଵୟଂ ବାସ କରନ୍ତି । ଏହି ମନ୍ଦିର ପରାରି ଲୋକମାନଙ୍କର ଏତେ ଶ୍ରଦ୍ଧା ଅଛି କି ପୁରା ଦୁନିଆର ଲୋକ ଏହି ମନ୍ଦିରକୁ ଦର୍ଶନ କରିବାକୁ ଆସିଥାନ୍ତି । ଯାହାର ସୁନ୍ଦର ଦୃଶ୍ୟ ଦେଖି ମନମୁଗ୍ଧ ହୋଇଯାଏ ।

କମ୍ବୋଡିଆ ରେ ଥିବା ଏହି ମନ୍ଦିରର ନାମ ଗିନିଜ ବୁକ ଆଫ ୱାର୍ଲ୍ଡ ରେକର୍ଡ ରେ ବି ସାମିଲ କରାଯାଇଛି । ପ୍ରଥମେ ଏହି ମନ୍ଦିରର ନାମ ଯଶୋଧର ପୁର ଥିଲା । ଏହି ମନ୍ଦିର ତିଆରି କରିବା ପାଇଁ ୫୦ ରୁ ଏକ କୋରୋଡ ରେଟର ପଥରର ବ୍ୟବହାର କରାଯାଇଛି । ପ୍ରତି ପଥରର ଓଜନ ପ୍ରାୟ ଦେଢ ଟନ ଅଟେ । ଏହି ମନ୍ଦିରର ଚିତ୍ର କମ୍ବୋଡିଆ ର ଜାତୀୟ ପତାକା ରେ ବି ଛପା ହୋଇଛି । ଯଦି ଏହି ମନ୍ଦିରର ଇତିହାସ ବିଷୟରେ କଥା ହେବା ତାହେଲେ ୧୧ ବିଂଶ ଶତାବ୍ଧି ରେ ଏଠାରେ ସମ୍ରାଟ ସୂର୍ଯ୍ୟବର୍ମନ ଦିତୀୟ ଙ୍କ ସାମ୍ରାଜ୍ୟ ସ୍ଥାପିତ ଥିଲା ।

ସର୍ବବର୍ମନ ଏହି ମନ୍ଦିରକୁ ତିଆରି କରିଥିଲେ । ଏହି ମନ୍ଦିର ମିକଂକ ନଦୀ କୂଳରେ ତିଆରି କରାଯାଇଛି । ଏହି ମନ୍ଦିରକୁ ଟାଇମ ମେଗଜିନ ବିଶ୍ଵର ପାଞ୍ଚ ଆଶ୍ଚଜ୍ୟଜନକ ଜିନିଷରେ ସାମିଲ କରିଥିଲେ । ଆପଣ ଜାଣି ଆଶ୍ଚଜ୍ୟ ହେବେ କି ଏହି ମନ୍ଦିରର କାନ୍ଥରେ ରାମାୟଣ ଏବଂ ମହାଭାରତର କାହାଣୀ ଅଙ୍କିତ ଅଛି ଏବଂ ଏହା ସହିତ ଦେବତା ଏବଂ ଅସୁର ମାନଙ୍କ ଭିତରେ ହେଇଥିବା ସମୁଦ୍ର ମନ୍ଥନର ବି ଉଲ୍ଲେଖ କରାଯାଇଛି ।

ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ପ୍ରତିବର୍ଷ ବିଦେଶରୁ ଲକ୍ଷେ ସଂଖ୍ୟାର ପର୍ଯ୍ୟଟକ ଆସିଥାନ୍ତି । ଏହି ପର୍ଯ୍ୟଟକ ଭିତରୁ ଚୀନର ସଂଖ୍ୟା ଅଧିକ ହୋଇଥାଏ । ଏହି ମନ୍ଦିର ଏତେ ସୁନ୍ଦର କି ଯେଉଁଠିକୁ ଗଲା ପରେ ଆସିବା ପାଇଁ ଇଚ୍ଛା ହେବ ନାହିଁ।

Leave a Reply

Your email address will not be published. Required fields are marked *