ରତନ ଟାଟାଙ୍କ ଫଟୋରେ ମହିଳା ୟୁଜର ଲେଖିଛନ୍ତି , ‘ବଧାଇ ହୋ ଛୋଟୁ’, ଲୋକମାନେ କଲେ ପରିହାସ ଏବଂ ପୁଣି…

ଟାଟା ଗୃପର ପୂର୍ବ ଚେୟାରମ୍ୟାନ ରତନ ଟାଟାଙ୍କ ଇନଷ୍ଟାଗ୍ରାମ ରେ ୧୦ଲକ୍ଷ୍ୟ ଫଲୋର୍ସ ହେଇଗଲେଣି । ଚାରି ମାସ ପୂର୍ବରୁ ଇନଷ୍ଟାଗ୍ରାମ ଆକାଉଣ୍ଟ ବନାଇ ଥିବା ରତନ ଟାଟାଙ୍କର ଏତେ ଜଲ୍ଦି ୧୦ଲକ୍ଷ୍ୟ ଫଲୋର୍ସ ହେବାରୁ ସେ ଏକ ପୋଷ୍ଟ ଶେୟାର କଲେ । ସେହି ପୋଷ୍ଟରେ ଜଣେ ୟୁଜର କମେଣ୍ଟରେ ତାଙ୍କୁ ‘ଛୋଟୁ’ କହିଲା । ରତନ ଟାଟା ପୂର୍ବ ବର୍ଷ ଅକ୍ଟୋବର ମାସରେ ଇଂଷ୍ଟାଗ୍ରାମ ରେ ଯୋଗ ଦେଇଥିଲେ । ଏହାପରେ ମଙ୍ଗଳବାର ଦିନ ୧୦ଲକ୍ଷ୍ୟ ଫଲୋର୍ସ ହେବାରୁ ସେ ନିଜର ଏକ ଫଟୋ ଶେୟାର କଲେ ।

ଏହି ପୋଷ୍ଟକୁ ଶେୟାର କରିବା ସମୟରେ ସେ ଲେଖିଛନ୍ତି , ‘ଯେତବେଳେ ମୁ ଇଂଷ୍ଟାଗ୍ରାମ ରେ ଯୋଗ ଦେଇଥିଲି ,ସେତବେଳେ ମତେ ଏହି ଅନଲାଇନ ପରିବାରର ଉମିଦ ନଥିଲା ଏଥିପାଇଁ ମୁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି’। ରତନ ଟାଟା ଙ୍କର ଏହି ପୋଷ୍ଟ କୁ ୪.୮ଲକ୍ଷ୍ୟ ରୁ ଅଧିକ ଲୋକ ଲାଇକ କରିଛନ୍ତି ।

ରତନ ଟାଟା ଙ୍କର ଏହି ପୋଷ୍ଟକୁ ବହୁତ ଲୋକ କମେଣ୍ଟସ କରିଛନ୍ତି ,କିନ୍ତୁ ଏହା ଭିତରେ ଜଣେ ମହିଳା ୟୁଜର ତାଙ୍କୁ ଛୋଟୁ ଲେଖିଦେଲେ । ୟୁଜର ଲେଖିଥିଲା ‘ବଧାଇ ଛୋଟୁ’ ,ଯାହା ରତନ ଟାଟା ଙ୍କର ଅନ୍ୟ ଫଲୋର୍ସ ଙ୍କୁ ପସନ୍ଦ ଆସିଲା ନାହିଁ ଏବଂ ସେ ୟୁଜର କୁ ଅସଭ୍ୟ କହିଲେ । ଏହାପରେ ସେହି ୟୁଜର ଲେଖିଲେ କି ,ସେ ସମସ୍ତଙ୍କର ଆଦର୍ଶ ଅଟନ୍ତି ଏବଂ ଏଥିପାଇଁ ମୁଁ ଶ୍ରଦ୍ଧାରେ ତାଙ୍କୁ କିଛି ବି କହିପାରିବି । ଏହାପରେ ୟୁଜରଙ୍କୁ ରକ୍ଷା କରିବା ପାଇଁ ନିଜେ ରତନ ଟାଟା ଆଗକୁ ଆସିଲେ ଏବଂ ଏକ ଟୁଇଟ କଲେ ।

ସେ ଲେଖିଲେ ମୁଁ ସବୁଠାରୁ ଜଣେ ଛୋଟ ପିଲା ଦୟାକରି ଏହି ମହିଳାଙ୍କ ସହିତ ସଂମ୍ମାନରେ କଥା ହୁଅନ୍ତୁ । ଏହା ସହିତ ସେ ନିଜ କମେଣ୍ଟରେ ଗୋଟେ ସ୍ମାଇଲ ଇମେଜ ର ବି ବ୍ୟବହାର କଲେ ।

ରତନ ଟାଟା ଙ୍କର ଏହି କମେଣ୍ଟ କୁ ଏପର୍ଜ୍ଯନ୍ତ ୪୦୦୦ ରୁ ଅଧିକ ଲୋକ ଲାଇକ କରିଛନ୍ତି ଏବଂ ତାଙ୍କର ଏହି କମେଣ୍ଟରେ ଲୋକମାନେ ତାଙ୍କର ବହୁତ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *